ଟ୍ବେଣ୍ଟି-୨୦ ବିଶ୍ବକପ୍‌ ୨୦୨୬ର ତୃତୀୟ ହିଟ୍‌ ଓ୍ବିକେଟ୍‌

Advertisment

ସୁପର-୮ ମ୍ୟାଚ୍‌ରେ ଶ୍ରୀଲଙ୍କା ବ୍ୟାଟର୍‌ ଦୁସାନ ହେମନ୍ତା ହିଟ୍‌ ଓ୍ବିକେଟ୍‌ ହୋଇଯାଇଥିଲେ । ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ଏହା ହେଉଛି ଷଷ୍ଠ ହିଟ୍‌ ଓ୍ବିକେଟ୍‌ । ତେବେ ରୋଚକ କଥା ହେଉଛି ଯେ କେବଳ ଚଳିତ ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ତିନିଜଣ ବ୍ୟାଟର୍‌ ହିଟ୍‌ ଓ୍ବିକେଟ୍‌ ହୋଇସାରିଲେଣି । ଚଳିତ ବିଶ୍ବକପ୍‌ରେ ପ୍ରଥମ ହିଟ୍‌-ୱିକେଟ୍‌ ହୋଇଥିଲେ ନାମିବ୍ୟାର ଜେନ୍‌ ଗ୍ରିନ୍‌ । 

22bbs_125_22022026_111

କନକ ବ୍ୟୁରୋ; ରବିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ସୁପର-୮ ମ୍ୟାଚ୍‌ରେ ଶ୍ରୀଲଙ୍କା ବ୍ୟାଟର୍‌ ଦୁସାନ ହେମନ୍ତା ହିଟ୍‌ ଓ୍ବିକେଟ୍‌ ହୋଇଯାଇଥିଲେ ।  ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ଏହା ହେଉଛି ଷଷ୍ଠ ହିଟ୍‌ ୱିକେଟ୍‌ । ତେବେ ରୋଚକ କଥା ହେଉଛି ଯେ କେବଳ ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ତିନିଜଣ ବ୍ୟାଟର୍‌ ହିଟ୍‌ ଓ୍ବିକେଟ୍‌ ହୋଇସାରିଲେଣି । ଚଳିତ ବିଶ୍ବକପ୍‌ରେ ପ୍ରଥମ ହିଟ୍‌-ଓ୍ବିକେଟ୍‌ ହୋଇଥିଲେ ନାମିବ୍ୟାର ଜେନ୍‌ ଗ୍ରିନ୍‌ । ଚଳିତ ଫେବ୍ରୁଆରି ୧୨ରେ ଭାରତ ବିପକ୍ଷ ମ୍ୟାଚ୍‌ରେ ସେ ହିଟ୍‌ ଓ୍ବିକେଟ୍‌ ହୋଇଥିଲେ । ସେହିପରି ଫେବ୍ରୁଆରି ୧୬ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୟୁଏଇର ମହମ୍ମଦ ଅର୍ଫାନ ହିଟ୍‌ ଓ୍ବିକେଟ୍‌ ହୋଇଥିଲେ । 

ଏହା ବି ପଢ଼ନ୍ତୁ: ଜାତୀୟ ବରିଷ୍ଠ କବାଡ଼ି ଲାଗି ରାଜେଶ ଅଧିନାୟକ

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ପ୍ରଥମ ହିଟ୍‌ ଓ୍ବିକେଟ୍‌ ହୋଇଥିଲେ କେନିୟାର ଡେଭିଡ୍‌ ଓବୁୟା । ୨୦୦୭ରେ ଆୟୋଜିତ ପ୍ରଥମ ସଂସ୍କରଣରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ହିଟ୍‌ ଓ୍ବିକେଟ୍‌ ହୋଇଥିଲେ । ୨୦୨୧ ସଂସ୍କରଣରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ବାଂଲାଦେଶର ନସୁମ୍‌ ଅହମ୍ମଦ ହିଟ୍‌-ଓ୍ବିକେଟ୍‌ ହୋଇଥିଲେ । ୨୦୨୨ ସଂସ୍କରଣରେ ଭାରତର ହାର୍ଦ୍ଦିକ ପାଣ୍ଡ୍ୟା ହିଟ୍‌ ଓ୍ବିକେଟ୍‌ ହୋଇଥିଲେ । ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ ୬୩ ରନ୍‌ କରିଥିବାବେଳେ ହିଟ୍‌ ଓ୍ବିକେଟ୍‌ ହୋଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe