ଅଲୋଡା ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଓଡ଼ିଶା:  ନିଶା କାରବାର, ବନ୍ଧୁକ ବେପାର, ସାଇବର ଲୁଟରେ ଆକ୍ତାମାକ୍ତା ପୁରା ରାଜ୍ୟ

Advertisment

ନିଇତି ଜବତ ହେଉଛି ପୁଳାପୁଳା ଡ୍ରଗ୍ସ । ବେଧଡକ ଚାଲିଛି ପିସ୍ତଲ, କାର୍ବାଇନ ବ୍ୟବସାୟ

ନିଇତି ଜବତ ହେଉଛି ପୁଳାପୁଳା ଡ୍ରଗ୍ସ । ବେଧଡକ ଚାଲିଛି ପିସ୍ତଲ, କାର୍ବାଇନ ବ୍ୟବସାୟ

Gun Business

Gun Business Photograph: (KanakNews)

କନକ ବ୍ୟୁରୋ: ଗୋଟାଏ ନେଲେ ୭୦ ହଜାର । ଯୋଡ଼ା ନେଲେ ୧୦ ହଜାର ଡିସକାଉଣ୍ଟ । ଆଉ ୧୦ ଟି ନେଲେ କାରବାଇନ ଫ୍ରି I ଠିକ ଏହିଭଳି ଚାଲିଛି ବନ୍ଧୁକ କାରବାର I ବେଫିକର ବନ୍ଧୁକ ବେପାରର ବଜାର ପାଲଟିଛି ଓଡିଶା । ବିହାର ଓ ୟୁପିରୁ ବନ୍ଧୁକ ଆସି ଛତୁ ଫୁଟିବା ଭଳି ବେପାର ଚାଲିଛି । କିଏ ଭାଇ ବନିବା ପାଇଁ ମେସିନ ଅଣ୍ଟାରେ ଖୋସି ବୁଲୁଛି ତ ଆଉ କିଏ, କ୍ରାଇମ ସିଣ୍ଡିକେଟ ଚଳାଇବା ପାଇଁ ଗାଡି ଡାସବୋର୍ଡରେ ପିସ୍ତଲ ରଖି ବୁଲୁଛି । ଆଉ ଗ୍ୟାଙ୍ଗସ ଅଫ ଗଞ୍ଜାମ ପାଇଁ ସିଧା ବିହାରରୁ ବନ୍ଧୁକ ଆଣି ବିକ୍ରି କରିବାକୁ ଯୋଜନା ବେଳେ, ବାନ୍ଧିଛି ସ୍ପେଶାଲ କ୍ରାଇମ ୟୁନିଟ I ତେବେ ଚଳିତ ବର୍ଷ ୩୫ ବନ୍ଧୁକ ସହ ଦୁଇ ଦୁଇଟି କାରବାଇନ ଜବତ କରି ଅପରାଧୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି ପୁଲିସ I

ଅଧିକ ପଢନ୍ତୁ: ରାଜ୍ୟରେ ବିପର୍ଯ୍ୟସ୍ଥ ଆଇନଶୃଙ୍ଖଳାର ବିକଳ ଚିତ୍ର, ୨୪ ଘଣ୍ଟାରେ ରାଜ୍ୟରେ ୫ ହତ୍ୟାକାଣ୍ଡ

ତେବେ ପୂର୍ବରୁ ବିହାର ଡ଼ନ ଅସଲାମକୁ ବାନ୍ଧିବା ପରେ, ବିହାରୀ ଲିଙ୍କ ନେଇ ଖୋଳତାଡ଼ କରିଥିଲା STF I ୧୩ ଜୁନରେ ୟୁପି ବନ୍ଧୁକ ମାଫିଆ ରାଜଧାନରେ ଡେରା ପକାଇଥିବା ବେଳେ ସେମାନଙ୍କ ଠାରୁ ୬ଟି ବନ୍ଧୁକ ଓ ୧୮ ରାଉଣ୍ଡ ଗୁଳି ଜବତ କରିଥିଲା ସ୍ପେଶାଲ ସ୍କାଡ । ଗତ ୨୫ ମେ' ରେ ମହମ୍ମଦ ଅସଲାମକୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବାବେଳେ STF ପାଖରେ ଲାଗିଥିଲା ସାଙ୍ଘାତିକ ସୁରାକ । ୫ ରାଜ୍ୟର ପୋଲିସ ପାଇଁ ମୋଷ୍ଟ ୱାଣ୍ଟଡ ଥିବା ଅସଲାମ ଓଡ଼ିଶାର ୭ ସହରରେ ବିକ୍ରି କରିଥିଲା ବନ୍ଧୁକ । ପଶ୍ଚିମବଙ୍ଗ, ବିହାର ଓ ୟୁପିରେ ବେଧଡ଼କ ବନ୍ଧୁକ କାରବାର ଚାଲିଥିବା ବେଳେ, ଏବେ ଓଡିଶାକୁ ସଫ୍ଟ ଟାର୍ଗେଟ କରିଥିବା ଜଣା ପଡିବା ପରେ ଚାଲିଛି ଅଧିକ ଛାନଭିନ୍ ।  
   ରାଜ୍ୟ ବାହାରୁ ବନ୍ଧୁକ ମାଫିଆଙ୍କୁ ଓଡ଼ିଶା ଆଣି କିଏ ଦେଉଛି ପ୍ରଶ୍ରୟ ? 
ବନ୍ଧୁକ ମାଫିଆଙ୍କ ପଛରେ କେଉଁ ଅଦୃଶ୍ୟ ଶକ୍ତି କାମ କରୁଛି?   
ଏସବୁକୁ ନେଇ ଅଧିକ ଖୋଳତାଡ଼ କରୁଛି ପୁଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe