କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ମାଆ ଥାନପତି ଠାକୁରାଣୀଙ୍କ ପୀଠରେ ରକ୍ତର ଛିଟା  । ଗାଡ଼ି ପାର୍କିଂକୁ ନେଇ ବୃଦ୍ଧଙ୍କୁ ହତ୍ୟା । ଆଜି ଅପରାହ୍ନରେ ମନ୍ଦିର ପରିସରରେ ରନ୍ଧା ଭୋଗ ଖାଇସାରିବା ପରେ ରାସ୍ତାରେ କାର ରଖି ଯୁବକମାନେ ହୋହଲ୍ଲା କରିଥିଲେ। ଏହାକୁ ବିରୋଧ କରିଥିଲେ ଗ୍ରାମବାସୀ। ଏହି ସମୟରେ ମନ୍ଦିର କମିଟି ସଦସ୍ୟ ବୁଦ୍ଧିଆ ସାହୁ, ଯୁବକ ମାନଙ୍କୁ ବୁଝାସୁଝା କରିବା ବେଳେ ତାଙ୍କୁ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଯୁବକ। ଫଳରେ ବୁଦ୍ଧିଆଙ୍କର ମୃତ୍ୟୁ ହୋଇଛି । ରାଜନଗର ପୁଲିସ ଜଣେ ନାବାଳକ ସମେତ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । 

Advertisment

ଅଟକିଗଲା ସ୍ମୃତି ମନ୍ଧାନାଙ୍କ ବିବାହ : ହସ୍ପିଟାଲରେ ଭର୍ତ୍ତି ହେଲେ ବାପା

 କନ୍ଧମାଳରେ ନିଶାସକ୍ତ ଯୁବକର ନାରକୀୟ କାଣ୍ଡ । କାଠ ଫାଳିଆରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା । ନୂଆଗାଁ ଥାନା ଯୁଗାପଦର ଗାଁରେ ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ମୃତକ ହେଲେ ଅଲେଖ ନାୟକ। ତେବେ କାହିଁକି ଘଟିଛି ହତ୍ୟାକାଣ୍ଡ, ତାର କାରଣ ଖୋଜୁଛି ପୁଲିସ । ସେପଟେ କୋରାପୁଟ ଜିଲ୍ଲା ସୁନାବେଡ଼ାରେ ମା’କୁ ହତ୍ୟା କରିଛି ପୁଅ । ତଣ୍ଟି କାଟି ଅତି ବିଭତ୍ସ ଭାବେ ହତ୍ୟା କରିଛି । ତେବେ ପୁଲିସର ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ବଳରାମ ଖରାର ମାନସିକ ବିକୃତି ଥିବା ଜଣାପଡିଛି । ଯାଜପୁରରେ ବି ଘଟିଛି ଅଭାବନୀୟ ଘଟଣା । ସ୍ବାମୀର ଗୋଇଠା ମାଡ଼ରେ ସ୍ତ୍ରୀର ଯାଇଛି ଜୀବନ । ନିଶାସକ୍ତ ଅବସ୍ଥାରେ ବଚସା ପରେ ହତ୍ୟା କରିଥିଲା ଅଭିଯୁକ୍ତ ସ୍ବାମୀ । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ମିଳିତ ଭାବେ ଚଳାଇଛନ୍ତି ତଦନ୍ତ ।ସେହିପରି ନବରଙ୍ଗପୁରରେ ଠେଙ୍ଗାରେ ପିଟିପିଟି ପିଉସୀ ପୁଅ ଭାଇକୁ ମାରିଦେଇଛି ଭାଇ । ସାମାନ୍ୟ ବଚସାକୁ ନେଇ ଏଭଳି ରକ୍ତାକ୍ତ କାଣ୍ଡ ଘଟାଇଛି ସମ୍ପର୍କୀୟ ଭାଇ । 

ନିଶା ଦେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି ନାବାଳିକା

କେତେବେଳେ ସାମାନ୍ୟ ବଚସାକୁ ନେଇ କେତେବେଳେ ନିଶାସକ୍ତ ଅବସ୍ଥାରେ ମଣିଷ ହିତାହିତ ଜ୍ଞାନ ହରାଇ ହତ୍ୟାକାଣ୍ଡ ଘଟୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଏଭଳି ୫ଟି ବର୍ବରତା ସାମ୍ନାକୁ ଆସିଛି ।