ବିନା ଟେଷ୍ଟରେ ଟଙ୍କା ଦେଲେ ମିଳିଯାଉଛି ଡ୍ରାଇଭିଂ ଲାଇସେନ୍ସ, ଫେକ୍ ଆଫିଡେବିଟର ନିଆଯାଉଛି ସାହାରା

ଲାଇସେନ୍ସ ପାଇଲା ପରେ ଓଡିଶାର ଆରଟିଓ କାର୍ଯ୍ୟାଳୟରେ  ଠିକଣା ବଦଳାଇବାକୁ ଆବେଦନ କରି ଓଡିଶାର ଲାଇସେନ୍ସ ହାତେଇ ନେଉଛନ୍ତି । ଓଡ଼ିଶାରେ ଡିଏଲ ଟେଷ୍ଟିଂ ଟ୍ରାକରେ ଏଆଇ କ୍ୟାମେରା ଲାଗିଥିବାରୁ ବହୁ ଲୋକ ଫେଲ୍ ହୋଇ ଲାଇସେନ୍ସ ପାଇପାରୁ ନାହାନ୍ତି । ତେଣୁ ଚୋରାବାଟ ଆପଣେଇ ଲୋକ ଛତିଶଗଡ଼ ମୁହାଁ ହେଉଛନ୍ତି । ଏନେଇ ସୁନ୍ଦରଗଡ଼ ଆରଟିଓ କହିଛନ୍ତି ଛତିଶଗଡ଼ ଡିଏଲର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ  ନିଆଯିବ ।

DL

କନକ ବ୍ୟୁରୋ :  ନା ପ୍ରାକ୍ଟିକାଲ ଟେଷ୍ଟ , ନା କମ୍ପ୍ୟୁଟର  ଟେଷ୍ଟ କିଛି ବି ଦରକାର ନାହିଁ । ଟଙ୍କା ଦେଲେ ତିଆରି ହୋଇଯାଉଛି ଡ୍ରାଇଭିଂ ଲାଇସେନ୍ସ  । ଫେକ ଆଫିଡେବିଟର ନିଆଯାଉଛି ସହାୟତା । ହେଲେ ଏହା ହେଉଛି ଓଡିଶା ନୁହଁ ଛତିଶଗଡ଼ରେ । ଆଉ ସେଠାରେ ଫେକ ଲାଇସନ୍ସ ହାସଲ କରୁଛନ୍ତି ଓଡିଶା ଲୋକ। ଏହି ଦୁର୍ନୀତିର ପର୍ଦ୍ଦାଫାସ କରିଛି କନକ ନ୍ୟୁଜ ।

ଡ୍ରାଇଭିଂ ଲାଇସେନ୍ସର ଆନ୍ତଃରାଜ୍ୟ ଦୁର୍ନୀତି । କନକ ନ୍ୟୁଜ ହାତରେ ଲାଗିଛି ଏହି ମହାଦୁର୍ନୀତିର ଚିଠା । ଓଡ଼ିଶାରେ ଡିଏଲ ପାଇଁ ଟେଷ୍ଟ ଦେଇ ଫେଲ୍ ହୋଇଥିବା ଲୋକଙ୍କ ଠାରୁ ଟଙ୍କା ନେଇ ଛତିଶଗଡ଼ରୁ ଡିଏଲ କରାଇ ଦେଉଛନ୍ତି ଦଲାଲ ।  ଆଉ ଏହାର ହବ ପାଲଟିଛି ଛତିଶଗଡ଼ର ରାୟଗଡ଼ ଜିଲ୍ଲା ପରିବହନ କାର୍ଯ୍ୟାଳୟ । କେମିତି ହେଉଛି ଠକେଇ? ଆଫିଡେବିଟ୍ ବଳରେ ଓଡ଼ିଶା ଲୋକଙ୍କୁ ଛତିଶଗଡ଼ ବାସିନ୍ଦା ଦର୍ଶାଯାଉଛି ।  ଟଙ୍କା ନେଇ ରାୟଗଡ଼ ଜିଲ୍ଲା ପରିବହନ କାର୍ଯ୍ୟାଳୟର ଅସାଧୁ କର୍ମଚାରୀଙ୍କୁ ହାତ କରି ବିନା ଟେଷ୍ଟରେ ଡିଏଲ ଜାରି କରାଯାଉଛି । ଡିଏଲ ପାଇଁ ରେଟଚାର୍ଟ ବି ରହିଛି । ଦୁଇ ଚକିଆ - ୫ ହଜାର, ଚାରି ଚକିଆ- ୧୨ ହଜାର ଓ ହେଭି ଲାଇସେନ୍ସ ପାଇଁ ୪୦ ହଜାର ଟଙ୍କା ଗଣିବାକୁ ପଡ଼ୁଛି ।

ସେଲ୍, ରାଉରକେଲା ଇସ୍ପାତ କାରଖାନାକୁ ଡ଼ିଆରଡ଼ିଓ ଠାରୁ ପ୍ରତିରକ୍ଷା-ଗ୍ରେଡ୍ ଡ଼ିଏମଆର-୨୪୯ ଏ ଇସ୍ପାତ ପାଇଁ ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତର ପ୍ରମାଣପତ୍ର ହସ୍ତାନ୍ତର

ଲାଇସେନ୍ସ ପାଇଲା ପରେ ଓଡିଶାର ଆରଟିଓ କାର୍ଯ୍ୟାଳୟରେ  ଠିକଣା ବଦଳାଇବାକୁ ଆବେଦନ କରି ଓଡିଶାର ଲାଇସେନ୍ସ ହାତେଇ ନେଉଛନ୍ତି । ଓଡ଼ିଶାରେ ଡିଏଲ ଟେଷ୍ଟିଂ ଟ୍ରାକରେ ଏଆଇ କ୍ୟାମେରା ଲାଗିଥିବାରୁ ବହୁ ଲୋକ ଫେଲ୍ ହୋଇ ଲାଇସେନ୍ସ ପାଇପାରୁ ନାହାନ୍ତି । ତେଣୁ ଚୋରାବାଟ ଆପଣେଇ ଲୋକ ଛତିଶଗଡ଼ ମୁହାଁ ହେଉଛନ୍ତି । ଏନେଇ ସୁନ୍ଦରଗଡ଼ ଆରଟିଓ କହିଛନ୍ତି ଛତିଶଗଡ଼ ଡିଏଲର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ  ନିଆଯିବ ।

ମାଟିରେ ମିଶିଲା ଅଧା ବସ୍ତି: ଭୁବନେଶ୍ବର ସାଲିଆ ସାହିରେ ଉଚ୍ଛେଦ ପରେ ଭିଟାମାଟି ଅଭିମୁଖେ ଅଯୋଗ୍ୟ ହିତାଧିକାରୀ

ପ୍ରଶ୍ନ ଉଠୁଛି, ଗାଡି ଚଳାଇ ଜାଣିନଥିବା ଲୋକଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦେଇ ଦୁର୍ଘଟଣାକୁ ନିମନ୍ତ୍ରଣ କରାଯାଉନି କି ? ସୁନ୍ଦରଗଡ଼ରେ ସବୁଠାରୁ ଅଧିକ ଦୁର୍ଘଟଣା ପଛର ଏହା କାରଣ ନୁହେଁ ତ ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe