ପାକିସ୍ତାନ-ଭାରତ ମ୍ୟାଚ୍‌କୁ ସାମରିକ ବିବାଦ ମୁହାଁ କରିବାକୁ ଅପଚେଷ୍ଟା: ସାମ୍ବାଦିକ ସମ୍ମିଳନୀରେ ମୁନିରଙ୍କ ଗୁଣଗାନ ସହ ଧମକ ଦେଲେ ଆମେ ଭୟଭୀତ ନୁହଁ

Advertisment

ବାରମ୍ବାର ମନା କରିବା ପରେ, ପାକିସ୍ତାନ ଶେଷରେ ଭାରତ ସହିତ ଟି-୨୦ ମ୍ୟାଚ୍ ଖେଳିବାକୁ ରାଜି ହୋଇଛି । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ମ୍ୟାଚ୍ ହେବ କି ନାହିଁ ସେ ବିଷୟରେ ସପ୍ତାହେ ଧରି ଲାଗି ରହିଥିବା ସସପେନ୍ସର ଅନ୍ତ ଘଟିଛି

ବାରମ୍ବାର ମନା କରିବା ପରେ, ପାକିସ୍ତାନ ଶେଷରେ ଭାରତ ସହିତ ଟି-୨୦ ମ୍ୟାଚ୍ ଖେଳିବାକୁ ରାଜି ହୋଇଛି । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ମ୍ୟାଚ୍ ହେବ କି ନାହିଁ ସେ ବିଷୟରେ ସପ୍ତାହେ ଧରି ଲାଗି ରହିଥିବା ସସପେନ୍ସର ଅନ୍ତ ଘଟିଛି

Mohsin-Naqvi

Mohsin-Naqvi Photograph: (Google)

କନକ ବ୍ୟୁରୋ: ବାରମ୍ବାର ମନା କରିବା ପରେ, ପାକିସ୍ତାନ ଶେଷରେ ଭାରତ ସହିତ ଟି-୨୦ ମ୍ୟାଚ୍ ଖେଳିବାକୁ ରାଜି ହୋଇଛି । ଫଳରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ମ୍ୟାଚ୍ ହେବ କି ନାହିଁ ସେ ବିଷୟରେ ସପ୍ତାହେ ଧରି ଲାଗି ରହିଥିବା ସସପେନ୍ସର ଅନ୍ତ ଘଟିଛି । ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଉପରେ ରାଜିନାମା ହେବା ପୂର୍ବରୁ, ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ମୁଖ୍ୟ ନକଭି ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ନାମ ଉଠାଇ ଏକ ନୂତନ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ମୁନିର ଏକ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଜାରି କରି କହିଛନ୍ତି ଯେ, ମୁଁ ଭାରତ କିମ୍ବା ଆଇସିସିର ଧମକକୁ ଭୟ କରେ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ପିସିବି ମୁଖ୍ୟ ଓ ପାକିସ୍ତାନର ଗୃହମନ୍ତ୍ରୀ ନକଭି ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ସାମରିକ ନେତୃତ୍ୱଙ୍କୁ ଆଲୋଚନା ଭିତରକୁ ଟାଣି ଆଣିଥିଲେ। ବିଶେଷଜ୍ଞମାନେ ଏହି ମତକୁ କ୍ରିକେଟ ବିବାଦକୁ ଏକ ନାଗରିକ-ସାମରିକ ସଂଘର୍ଷରେ ପରିଣତ କରିବାର ପ୍ରୟାସ ଭାବରେ ଦେଖୁଛନ୍ତି। ସାମ୍ବାଦିକ ସମ୍ମିଳନୀରେ ନକଭି କହିଥିଲେ ଯେ, ପାକିସ୍ତାନ ଦୃଢ଼ ପ୍ରତିଶ୍ରୁତିବଦ୍ଧ ଏବଂ ଚାପକୁ ଭୟ କରେ ନାହିଁ।

ଖେଳକୁ ସାମରିକ ବିବାଦ ମୁହାଁ କରିବା ଲାଗି ଅପଚେଷ୍ଟା
ସାମ୍ବାଦିକ ସମ୍ମିଳନୀରେ ମୁନିରଙ୍କ ଗୁଣଗାନ କରି ସେ କହି କହିଛନ୍ତି, ମୁଁ ଭାରତ ଓ ଆଇସିସିର ଧମକକୁ ଭୟ କରେ ନାହିଁ, ନା ଏହାକୁ ପାକିସ୍ତାନ ସରକାର ଭୟ କରନ୍ତି। ଯେତେଦୂର ଫିଲ୍ଡ ମାର୍ଶାଲ ସୟଦ ଅସୀମ ମୁନିରଙ୍କ କଥା, ଆପଣମାନେ ତାଙ୍କ ବିଷୟରେ ପୂର୍ବରୁ ଜାଣିଛନ୍ତି, ସେ କେବେ ବି ଭୟ କରନ୍ତି ନାହିଁ ବୋଲି କହି ନକଭି ଏକ ପରୋକ୍ଷ ଧମକ ଦେଇ ଖେଳକୁ ସାମରିକ ବିବାଦ ମୁହାଁ କରିବା ଲାଗି ଇନ୍ଧନ ଦେବାକୁ ଅପଚେଷ୍ଟା କରିଛନ୍ତି। ।

ଅଧିକ ପଢନ୍ତୁ: ଆଇସିସିର ଚରମ ଚେତାବନୀ ପରେ ଭାରତ ସହ ଖେଳିବାକୁ ରାଜି ପାକିସ୍ତାନ

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ୟୁ-ଟର୍ଣ୍ଣ
ପୂର୍ବରୁ,ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କଠାରୁ ଆରମ୍ଭ କରି ନକଭି ପର୍ଯ୍ୟନ୍ତ ସମସ୍ତେ ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ବିଷୟରେ କଥା ହେଉଥିଲେ। ଫେବ୍ରୁଆରି ୧ ରେ ପାକିସ୍ତାନ ସରକାରଙ୍କ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ଏକ ଆନୁଷ୍ଠାନିକ ଘୋଷଣା କରାଯାଇଥିଲା। ଯେଉଁଥିରେ ଘୋଷଣା କରାଯାଇଥିଲା ଯେ, ଭାରତ ସହିତ ମ୍ୟାଚ୍ ଖେଳାଯିବ ନାହିଁ। କିନ୍ତୁ ଏହି ସ୍ୱର ଧୀରେ ଧୀରେ ପରିବର୍ତ୍ତନ ହେବା ଆରମ୍ଭ ହୋଇଥିଲା ଏବଂ ଶେଷରେ ପଡ଼ୋଶୀ ଦେଶ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବାକୁ ରାଜି ହୋଇଥିଲା। ପିସିବି ମୁଖ୍ୟ ମୋହସିନ ନକଭି ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଆଇସିସି ପ୍ୟାନେଲ ସହିତ ଘଣ୍ଟା ଘଣ୍ଟା ଧରି ଚାଲିଥିବା ଆଲୋଚନା ବିଷୟରେ ଅବଗତ କରାଇଥିଲେ, ଯାହା ପରେ ପାକ୍ ପ୍ରଧାନମନ୍ତ୍ରୀ ମ୍ୟାଚ୍ ସମ୍ପର୍କରେ ଗ୍ରୀନ୍ ସିଗନାଲ ଦେଇଥିଲେ।

ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ୍ କେବେ ?
ଭାରତ-ପାକିସ୍ତାନ ଫେବ୍ରୁଆରି ୧୫ ତାରିଖରେ ୨୦୨୬ ଟି-୨୦ ବିଶ୍ୱକପ୍ ରେ ପରସ୍ପର ସହିତ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଶ୍ରୀଲଙ୍କାର କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ,ସନ୍ଧ୍ୟା ୭ଟାରେ ମ୍ୟାଚ୍ ଆରମ୍ଭ ହେବ।
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe