କନକ ବ୍ୟୁରୋ : ଜଣେ ଶିକ୍ଷକଙ୍କୁ ଦୁଇଟି ପେନସନ୍‌ । ପ୍ରାୟ ୧୬ବର୍ଷ ହେଲା ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ୨ଟି ପେନସନ୍‌ ମିଳୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନାରେ । ପ୍ରଧାନ ଶିକ୍ଷକ ଭାବେ ରାଧାକୃଷ୍ଣ ଆଚାର୍ଯ୍ୟ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବେତାରସିଂ ଠାରେ ୨୦୧୦ ସେପ୍ଟେମ୍ବର ୩୦ରେ ଅବସର ନେଇଥିଲେ । ସେତେବେଳେ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ସେମିତି କିଛି କାର୍ୟ୍ୟାଳୟ ନଥିଲା ସମସ୍ତ ଶିକ୍ଷା ବ୍ୟବସ୍ଥା କୁ ବିଡ଼ିଓ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ପରିଚାଳନା ହେଉଥିଲା । ଯାହା କି ଜଣେ ପ୍ରଧାନ ଶିକ୍ଷକ ଙ୍କ ସହ ବ୍ଲକ ରେ ଥିବା ଶିକ୍ଷା ବିଭାଗ କାର୍ୟ୍ୟାଳୟ ରେ ମଧ୍ୟ କିରାଣୀ ଭାବରେ କାର୍ୟ୍ୟ କରୁଥିଲେ । ଯାହାର ଫାଇଦା ନେଇ ଦୁଇଟି ପେନସନ ଆଜକୁ ୧୫ ବର୍ଷ ହେବ ସେ ପାଉଛନ୍ତି  । 

Advertisment

୨୦୧୦ ମସିହାରୁ ବର୍ତ୍ତମାନ ସୁଦ୍ଧା ଦୀର୍ଘ ୧୫ ବର୍ଷ ହେବ ଦୁଇଟି ପେନସନ ପାଉଛନ୍ତି । ଏମିତିକି ଦୁଇ ଦୁଇଥର ଗ୍ରାଚୁଟି ଟଙ୍କା ଗୋଟିଏ ବର୍ଷ ରେ କେମିତି ପାଇଲେ ଯାହାକୁ ନେଇ ଶିକ୍ଷା ବ୍ୟବସ୍ଥା ଉପରେ ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁ ନେଇ ବର୍ତ୍ତମାନ ରାଜ୍ୟ କୋଷାଗାର କାର୍ୟ୍ୟାଳୟ ରୁ ପତ୍ର ସଂଖ୍ୟା ୧୨୧୩୧ ରେ ମୋହନା ବିଡ଼ିଓ, ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଆସିଛି । ଯାହାକି ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ବେହେରା ତଦନ୍ତ ଚାଲିଥିବା କହିଥିବା ବେଳେ କିଭଳି ଭାବେ ଏତେ ବଡ଼ ଘଟଣା ଘଟିଲା କେହି ଜାଣି ପାରିଲେ ନାହିଁ ତାହା ଏକ ପ୍ରକାର ସନ୍ଦେହ ଘେରରେ ।

ଅଧିକ ପଢ଼ନ୍ତୁ---ବୌଦ୍ଧକୁ ପୂରିଲା ୩୨ ; କେତେ ବଦଳିଛି ଜିଲ୍ଲା ?