କନକ ବ୍ୟୁରୋ: ଭୁବନେଶ୍ୱର ପରେ କଟକରେ ଗର୍ଜିଲା କମିସନରେଟ ପୁଲିସର ବନ୍ଧୁକ । କଟକ ଚୌଦ୍ୱାରରେ ଡବଲ୍‌ ଏନକାଉଣ୍ଟର । ଦୁଇ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ଚୌଦ୍ୱାର ପୋଲିସ । ଆହତ ଅଭିଯୁକ୍ତ ହେଲେ କଟାସ ରାଉତ ଓ ଶୁଭ୍ରାଂଶୁ ପରିଡ଼ା । ପୁଲିସ ଗୁଳିରେ ଆହତ ଦୁଇ ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । କଟାସ ରାଉତ ଓ ଶୁଭ୍ରାଂଶୁ ପରିଡ଼ା ବିଭିନ୍ନ ଆପାରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ସୂଚନା ମିଳିଛି । ଚୈାଦ୍ୱାର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍‌ର ମିଳିତ ଟିମ୍ ଉଭୟଙ୍କୁ ଧରିବାକୁ ଯାଇଥିଲେ । ପୁଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲେ ଦୁର୍ବୃତ୍ତମାନେ । ଏହାପରେ ପୁଲିସର ପାଲଟା ଜବାବରେ ଦୁଇଜଣ ଆହତ ହୋଇଛନ୍ତି । ସେମାନଙ୍କ ନିକଟରୁ ଵନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ ।

Advertisment

ଏହାପୂର୍ବରୁ ଗତ ଏପ୍ରିଲ ୧୧ ତାରିଖରେ ନିଶା ମାଫିଆ ଶେଖ୍‌ ଜାମସେଦକୁ ଏନକାଉଣ୍ଟର କରିଥିଲା କମିସନରେଟ ପୁଲିସ । ଗୁରୁତର ଅବସ୍ଥାରେ ଏମ୍ସରେ ତାକୁ ଭର୍ତ୍ତି କରାଯାଇଥିଲା । ସ୍ପେଶାଲ କ୍ରାଇମ୍‌ ୟୁନିଟ୍ ଅଫିସର ଅନୁପ କାନୁନଗୋ ଏହି ଏନକାଉଣ୍ଟର କରିଥିବା ବେଳେ ଅପରାଧୀ ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା । ଶେଖ ଜାମସେଦ ନିକଟରୁ ୨୦ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଗୋଟିଏ ମାଉଜର ଜବତ କରାଯାଇଥିଲା । 

ଭୁବନେଶ୍ବରରେ ଡବଲ୍ ଏନକାଉଣ୍ଟର ; ପୋଲିସ ଗୁଳିରେ ଆହତ ଦୁଇ ଲୁଟେରା

ଏହି ନିଶା ମାଫିଆ ନାଁରେ ପୂର୍ବରୁ ଲାଲବାଗ୍, ବାଲିଅନ୍ତା, ବଡ଼ଗଡ ଥାନାରେ ବିଭିନ୍ନ ମାମଲା ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ବାରା ଗିରଫ ମଧ୍ୟ ହୋଇଥିଲା । ବିଳମ୍ବିତ ରାତିରେ ପୋଖରୀପୁଟରୁ ଖଣ୍ଡଗିରିକୁ ଯାଉଥିବା ବେଳେ ପିଛା କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ୍‌ । ନିଜକୁ ବଞ୍ଚାଇବାକୁ ଯାଇ ଶେଖ ଜାମସେଦ ପୁଲିସ ଉପରକୁ ଗୁଳି ଚଳାଇଥିଲା । ପୁଲିସର ପାଲଟା ଗୁଳି ମାଡ଼ରେ ଅଭିଯୁକ୍ତର ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା । ଆହତ ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଥିଲା ଅଭିଯୁକ୍ତ ।  

ରାଜଧାନୀରେ ପୁଣି ଏନକାଉଣ୍ଟର : ନିଶା ମାଫିଆକୁ କାବୁ କଲା ସ୍ପେଶାଲ କ୍ରାଇମ୍‌ ୟୁନିଟ

ଏପ୍ରିଲ ୩ ତାରିଖରେ ମଧ୍ୟ ଭୁବନେଶ୍ୱରରେ ଡବଲ ଏନ୍‌କାଉଣ୍ଟର କରିଥିଲା କମିସନରେଟ ପୁଲିସ । ୨ ଲୁଟେରାଙ୍କୁ ଗୁଳି କରିଥିଲା କମିସନରେଟ୍ ପୁଲିସ । ଗୁରୁତର ଅବସ୍ଥାରେ ଲୁଟେରାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ, ପରେ ଏସସିବି ସ୍ଥାନାନ୍ତର କରାଯାଇଥିଲା । ଏନକାଉଣ୍ଟର ପୂର୍ବରୁ ସାମ୍ନାକୁ ଆସିଥିଲା ଲୁଟେରାଙ୍କ ଏକ୍ସକ୍ଲୁସିଭ୍ ଫଟୋ । ବ୍ଲାକ୍‌ ପଲସରରେ ଲୁଟ୍ କରୁଥିଲେ ଲୁଟେରା । ସେଦିନ ବେଧଡ଼କ ଭାବେ ଭୁବନେଶ୍ବରରେ ବୁଲୁଥିଲେ ଲୁଟେରା । ଦୁଇ ଲୁଟେରା, ଦିନ ୪ଟାରୁ ୫ଟା ମଧ୍ୟରେ ଆଚାର୍ଯ୍ୟ ବିହାର ଅଞ୍ଚଳରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଲୁଟ୍ ପୂର୍ବରୁ ସେମାନଙ୍କ ବାଇକ୍‌ର ଚାଲାଣ କାଟିଥିଲା ଆରଟିଓ ।  ଏହାପରେ ରାତିରେ ଦୁହିଁଙ୍କୁ ଏନକାଉଣ୍ଟର କରିଥିଲା ପୁଲିସ । ପୁଲିସ ଗୁଳିରେ ୨ ଲୁଟେରା ଗୁରୁତର ହୋଇଥିଲେ । କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ଉଭୟଙ୍କୁ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିଲା । 

ଦୁଇଜଣ ଅପରାଧୀ ରାଜଧାନୀରେ ଅନେକ ଲୁଟପାଟ୍ ଘଟାଇଥିଲେ । ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଏମାନଙ୍କୁ ଧରିବା ପାଇଁ ଦୀର୍ଘଦିନ ଧରି ଯୋଜନା କରୁଥିଲା କମିସନରେଟ୍ ପୁଲିସ । ତେବେ ଗୁରୁବାର ଗୁଇନ୍ଦା ସୂଚନା ଆଧାରରେ ଉଭୟଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ପୁଲିସ । ଗିରଫ କରିବାକୁ ଗଲା ବେଳେ ପାଲଟା ଗୁଳିଚାଳନା କରିଥିଲେ ଲୁଟେରା । ଜବାବରେ ଗୁଳି ଚଲାଇଥିଲା କମିସନରେଟ୍ ପୁଲିସର ସ୍ପେଶାଲ ସ୍କ୍ବାଡ୍ । ବଡ଼ଗଡ଼ଠାରେ ଏହି ଏନକାଉଣ୍ଟର କରାଯାଇଥିଲା । ଏନକାଉଣ୍ଟରରେ ଗୁରୁତର ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସୋନୁ ଯାଦବ ଓ ମନୀଷ ଯାଦବ । ଉଭୟଙ୍କ ଘର ବିହାରରେ ବୋଲି ସୂଚନା ଦେଇଥିଲା ପୁଲିସ ।