କନକ ବ୍ୟୁରୋ: ରାଜଧାନୀରେ ହୋଇଛି ଡବଲ୍ ଏନକାଉଣ୍ଟର । ୨ ଲୁଟେରାଙ୍କୁ ଗୁଳି କଲା କମିଶନରେଟ୍ ପୁଲିସ । ଗୁରୁତର ଅବସ୍ଥାରେ ଲୁଟେରାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ, ପରେ ଏସସିବି ସ୍ଥାନାନ୍ତର କରାଯାଇଛି । 

Advertisment

ଏନକାଉଣ୍ଟର ପୂର୍ବରୁ ସାମ୍ନାକୁ ଆସିଲା ଲୁଟେରାଙ୍କ ଏକ୍ସକ୍ଲୁସିଭ୍ ଫଟୋ । ବ୍ଲାକ ପଲସରରେ ଲୁଟ୍ କରୁଥିଲେ ଲୁଟେରା । ବେଧଡକ ଭାବେ ବୁଲୁଥିଲେ ଭୁବନେଶ୍ବରରେ । ରାତିରେ ଏନକାଉଣ୍ଟର ହୋଇଥିବା ଦୁଇ ଲୁଟେରା, ଦିନ ୪ ଟାରୁ ୫ଟା ମଧ୍ୟରେ ଆଚାର୍ଯ୍ୟ ବିହାର ଅଞ୍ଚଳରେ ବୁଲୁଥିବାର ଦେଖିବାକୁ ମିଳିଛି । ଲୁଟ୍ ପୂର୍ବରୁ ସେମାନଙ୍କ ବାଇକ୍ ନେଇ ଚାଲାଣ କାଟିଛି ଆରଟିଓ ବିଭାଗ । ଲୁଟେରା ଚଲାଉଥିବା ବାଇକର ଏହି ସମୟରେ ଚାଲାଣ କଟିଛି । ଆଉ ରାତିରେ ଦୁହିଁଙ୍କୁ ଏନକାଉଣ୍ଟର କରିଛି ପୋଲିସ । ୨ ଚେନ୍ ଲୁଟେରାଙ୍କୁ ଏନକାଉଣ୍ଟର କରିଛି କମିଶନରେଟ୍ ପୁଲିସ । ପୁଲିସ ଗୁଳିରେ ୨ ଲୁଟେରା ଗୁରୁତର ହୋଇଛନ୍ତି । ଦୁଇ ଲୁଟେରାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । 

ବଡ଼ କଥା ହେଉଛି ଏହି ଲୁଟେରା, ରାଜଧାନୀରେ ଅନେକ ଲୁଟପାଟ୍ ଘଟାଇଥିଲେ । ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଏମାନଙ୍କୁ ଧରିବା ପାଇଁ ଦୀର୍ଘଦିନ ଧରି ଯୋଜନା କରୁଥିଲା କମିଶନରେଟ୍ ପୁଲିସ । ତେବେ ଗୁରୁବାର ଗୁଇନ୍ଦା ସୂଚନା ଆଧାରରେ ଉଭୟଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ। ଗିରଫ କରିବାକୁ ଗଲା ବେଳେ ପାଲଟା ଗୁଳିଚାଳନା କରିଥିଲେ ଲୁଟେରା । ଜବାବରେ ଗୁଳି ଚଲାଇଥିଲା କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ବାଡ୍ । ବଡ଼ଗଡ଼ଠାରେ ଏହି ଏନକାଉଣ୍ଟର କରାଯାଇଥିଲା । ଏନକାଉଣ୍ଟରରେ ଗୁରୁତର ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସୋନୁ ଯାଦବ ଓ ମନୀଷ ଯାଦବ । ଉଭୟଙ୍କ ଘର ବିହାରରେ ବୋଲି ସୂଚନା ଦେଇଛି ପୁଲିସ । ବର୍ତ୍ତମାନ ସେମାନଙ୍କୁ କଟକ ଏସସିବି ପଠାଯାଇଛି ।