ଚିନ୍ତା ବଢ଼ାଇଲା କ୍ରୀଡ଼ାବିତଙ୍କ ଅଭ୍ୟାସ, ନିଷିଦ୍ଧ ଶକ୍ତିବର୍ଦ୍ଧକ ଔଷଧ ସେବନ କରିବାରେ ବିଶ୍ୱରେ ବଦନାମ ହେଲା ଭାରତ

Advertisment

ଶକ୍ତି ପ୍ରଦର୍ଶନ ନିଶାରେ ନିୟମକୁ ବଳି ଦେଉଛନ୍ତି କି ଆମ ଖେଳାଳି? କାହିଁକି ଭାରତୀୟ କ୍ରୀଡ଼ାରେ ବଢ଼ୁଛି ଏପରି କଳଙ୍କ ? କ୍ରୀଡ଼ା ଜଗତରେ ଭାରତ ପାଇଁ ଏକ ଅତ୍ୟନ୍ତ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି। ଡୋପିଙ୍ଗ୍ ବା ନିଷିଦ୍ଧ ଶକ୍ତିବର୍ଦ୍ଧକ ଔଷଧ ସେବନ ମାମଲାରେ ଭାରତ ବିଶ୍ୱରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରିଛି। ଜାତୀୟ ଆଣ୍ଟି-ଡୋପିଙ୍ଗ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ୨୦୨୪ରେ ଭାରତୀୟ ଆଥଲେଟମାନେ ସବୁଠାରୁ ଅଧିକ ନିୟମ ଉଲ୍ଲଂଘନ କରିଛନ୍ତି

sports

କନକ ବ୍ୟୁରୋ : କ୍ରୀଡ଼ା ଜଗତରୁ ଆସିଛି ଏକ ଏମିତି ଖବର, ଯାହା ଶୁଣିଲେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡ ଲଜ୍ଜାରେ ନଇଁଯିବ। ମଇଦାନରେ ପଦକ ଜିତି ଦେଶର ନାଁ ରଖିବା ପରିବର୍ତ୍ତେ  ଆମ ଆଥଲେଟମାନେ ଏବେ 'ଡୋପିଙ୍ଗ୍' ବା ନିଷିଦ୍ଧ ଶକ୍ତିବର୍ଦ୍ଧକ ଔଷଧ ସେବନ କରିବାରେ ବିଶ୍ୱରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି । ରିପୋର୍ଟ ଅନୁଯାୟୀ, ୨୦୨୪ରେ ୨୬୦ ଜଣ ଭାରତୀୟ ଖେଳାଳି ଡୋପ୍ ଟେଷ୍ଟରେ ଫେଲ୍ ହୋଇଥିଲେ।  

ବଦଳିବ ଖେଳର ଢାଞ୍ଚା: ଜାଣନ୍ତୁ କ୍ରୀଡ଼ା ବିଲରେ କଣ ହେବ ବଡ଼ ପରିବର୍ତ୍ତନ

 ଶକ୍ତି ପ୍ରଦର୍ଶନ ନିଶାରେ ନିୟମକୁ ବଳି ଦେଉଛନ୍ତି କି ଆମ ଖେଳାଳି? କାହିଁକି ଭାରତୀୟ କ୍ରୀଡ଼ାରେ ବଢ଼ୁଛି ଏପରି କଳଙ୍କ ? କ୍ରୀଡ଼ା ଜଗତରେ ଭାରତ ପାଇଁ ଏକ ଅତ୍ୟନ୍ତ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି। ଡୋପିଙ୍ଗ୍ ବା ନିଷିଦ୍ଧ ଶକ୍ତିବର୍ଦ୍ଧକ ଔଷଧ ସେବନ ମାମଲାରେ ଭାରତ ବିଶ୍ୱରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଥମ ସ୍ଥାନ ଅଧିକାର କରିଛି। ଜାତୀୟ ଆଣ୍ଟି-ଡୋପିଙ୍ଗ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ୨୦୨୪ରେ ଭାରତୀୟ ଆଥଲେଟମାନେ ସବୁଠାରୁ ଅଧିକ ନିୟମ ଉଲ୍ଲଂଘନ କରିଛନ୍ତି । ୨୦୨୪ ମସିହାରେ ସଂଗୃହିତ ମୋଟ ୭, ୧୧୩ଟି ନମୁନା ମଧ୍ୟରୁ ୨୬୦ ଜଣ ଆଥଲେଟ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ପରିସଂଖ୍ୟାନ ବିଶ୍ୱର ଅନ୍ୟ କୌଣସି ଦେଶ ତୁଳନାରେ ଯଥେଷ୍ଟ ଅଧିକ। ଏହା ପୂର୍ବରୁ ମଧ୍ୟ ଭାରତ ଏହି ତାଲିକାରେ ଶୀର୍ଷରେ ରହିଥିଲା। ଯାହା ଭାରତୀୟ କ୍ରୀଡ଼ା ପ୍ରଶାସନ ଏବଂ ଖେଳାଳିଙ୍କ ସଚେତନତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶେଷ କରି କୁସ୍ତି, ଭାରୋତ୍ତୋଳନ ଏବଂ ଆଥଲେଟିକ୍ସ ଭଳି ପ୍ରତିଯୋଗିତାରେ ଅଧିକାଂଶ ଖେଳାଳି ଧରାପଡ଼ିଛନ୍ତି । 

  • ୨୦୨୪ରେ ୨୬୦ ଆଥଲେଟ୍ 'ଡୋପ୍ ଚିଟ୍' ବୋଲି ପ୍ରମାଣିତ 
  • ପରୀକ୍ଷା ମଧ୍ୟରୁ ୨୬୦ ଜଣ ଖେଳାଳି ନିଷିଦ୍ଧ ଔଷଧ ବ୍ୟବହାର କରିଥିବା ପ୍ରମାଣିତ 
  • ଭାରୋତ୍ତୋଳନ ଓ କୁସ୍ତି ଭଳି ଶକ୍ତିଭିତ୍ତିକ ଖେଳରେ ସର୍ବାଧିକ ଡୋପିଙ୍ଗ୍ ମାମଲା 
  • ଖେଳାଳିମାନେ ଜାଣିଶୁଣି କିମ୍ବା ଅଜ୍ଞତାବଶତଃ ପ୍ରତିବନ୍ଧିତ ସପ୍ଲିମେଣ୍ଟ ବ୍ୟବହାର କରୁଥିବା ଜଣାପଡ଼ିଛି
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe