କନକ ବ୍ୟୁରୋ : ଅଗ୍ନିଶମ ଡିଆଇଜି ଉମାଶଙ୍କର ଦାଶଙ୍କ ସୂଚନା , ମୋନ୍ଥାର ମୁକାବିଲା ନିମନ୍ତେ ଦକ୍ଷିଣ ଓଡ଼ିଶା ପାଇଁ ସଜାଗ ଅଛନ୍ତି ୧୨୫ ଟିମ୍‌ । ୩୪୬ ଅଗ୍ନିଶମ କେନ୍ଦ୍ରକୁ ଜଗିଛନ୍ତି କଣ୍ଟ୍ରୋଲ ରୁମ୍‌ । ସହଯୋଗ ପାଇଁ ୧୧୨ ନଂ କୁ କଲ୍‌ କରିବାକୁ ପରାମର୍ଶ । ଭୁବନେଶ୍ୱର ଫାୟାର ଷ୍ଟେସନରୁ କରାଯାଉଛି କଣ୍ଟ୍ରୋଲ । ସେ ଆହୁରି ମଧ୍ୟ କହିଛନ୍ତି , ଏପରି ପରିସ୍ଥିତିରେ ଲୋକମାନେ ନିଜର ସୁରକ୍ଷାକୁ ପ୍ରଥମେ ପ୍ରାଥମିକତା ଦିଅନ୍ତୁ । ଅଧିକ ଉତ୍ସାହିତ ହୋଇ ବିପଦପୂର୍ଣ୍ଣ ସ୍ଥାନକୁ ଯାଇ ରିଲ୍ସ କି ଭିଡିଓ କରନ୍ତୁ ନାହିଁ କି ବିପଦକୁ ଡାକନ୍ତୁ ନାହିଁ । ଏହା ବ୍ୟତୀତ ଯଦି କେହି ପାଣି ଘେରରେ ଫସିଯାଉଛି ବା ଗୃହପାଳିତ ପଶୁ ବିପଦରେ ଅଛନ୍ତି ତେବେ ୧୧୨ ନଂ କୁ କଲ୍‌ କରନ୍ତୁ ।

Advertisment

ବାତ୍ୟା ମୋନ୍ଥାର ପ୍ରଭାବରେ କେତେକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଯାଇଛି । ବାତ୍ୟାର ମୁକାବିଲା କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ । ପ୍ରତି ବ୍ଲକରେ ହେଲ୍ପ ଡେସ୍କ ଖୋଲିଛି । ଏହା ସହିତ ପ୍ରଶାସନ ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି । ଏହି କ୍ରମରେ କୋରାପୁଟରେ ସକ୍ରିୟ ରହିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଟୋଲ୍‌ ଫ୍ରି' ନମ୍ବରରେ କଲ୍‌ ସ୍ଥାନାନ୍ତର କିମ୍ବା ଅନ୍ୟାନ୍ୟ ସହାୟତା ନେଇ ପାରିବେ ଲୋକେ ।  ୧୦୭୭-୦୬୮୫୨-୨୫୧୧୦୧ କଲ୍‌ କରି ସହାୟତା ପାଇ ପାରିବେ ଲୋକେ ।  

ଅଧିକ ପଢ଼ନ୍ତୁ--ଗୁମୁରି କାନ୍ଦୁଛି ଗଜପତି : ତିତଲି ଭଳି ହେବନି ତ ମୋନ୍ଥା ? ଗଜପତି ଛାତିରେ ‘ମୋନ୍ଥା’ ଛନକା

ଏବେ ଭୀଷଣ ବାତ୍ୟାର ରୂପ ନେଇ ସାରଛି ଏହି ସାମୁଦ୍ରିକ ଝଡ଼ । ବାତ୍ୟାକୁ ଦୃଷ୍ଟିରେ ସମସ୍ତ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ବାତ୍ୟାକୁ ଦୃଷ୍ଟିରେ ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ବେଳାଭୂମି ଖାଲି କରାଯାଉଛି, ଏବେ କାକିନାଡ଼ାଠାରୁ ମାତ୍ର ୨୪୦ କିମି ଦୂରରେ ରହିଛି । ଭୟଭୀତ ନହୋଇ ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଉଛି ।