କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ଆରମ୍ଭର ଆଶଙ୍କା ବଢ଼ିଯାଇଛି । ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଣବିକ ଚୁକ୍ତି ନେଇ ରାଜି ନହେଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇଛନ୍ତି ଟ୍ରମ୍ପ । ଇରାନର ପରମାଣୁ ପ୍ରକଳ୍ପକୁ ଘୋର ବିରୋଧ କରୁଛି ଆମେରିକା । ଇରାନର ୟୁରାନିୟମ ବିଶୁଦ୍ଧୀକରଣ ପ୍ରକ୍ରିୟାକୁ ବିରୋଧ କରି ପୂର୍ବରୁ ଆମେରିକା ଏହା ପରମାଣୁ ଗୁପ୍ତ ସ୍ଥଳ ଉପରେ ଉପରେ ଆକ୍ରମଣ କରିଥିଲା ।
ଇରାନ ଆଣିବକ ଅସ୍ତ୍ର ତିଆରି ପାଇଁ ଚେଷ୍ଟା କରୁଥିବା ଆମେରିକା ଓ ଇସ୍ରାଏଲ ଅଭିଯୋଗ କରିଆସୁଛନ୍ତି । ହେଲେ ଏହାକୁ ତେହେରାନ ଖଣ୍ଡନ କରିଆସୁଛି । ମଧ୍ରପ୍ରାଚ୍ୟରେ ଏବେ ଆମେରିକା ବିରାଟ ସୈନ୍ୟ ସଜା କରିଛି । ୫୦ରୁ ଅଧିକ ଅତ୍ୟାଧୁନିକ ଯୁଦ୍ଧ ବିମାନ, ଏୟାରକ୍ରାଫ୍ଟ କ୍ୟାରିୟର ସହ କ୍ଷେପଣାସ୍ତ୍ର ପ୍ରତିରୋଧୀ ପ୍ରଣାଳୀ ମୁତୟନ କରିଛି । ଏପରି ସ୍ଥିତିରେ ଆମେରିକାର କ’ଣ ଆଭିମୁଖ୍ୟ ରହିବ, ତା ଉପରେ ସାରା ବିଶ୍ବର ନଜର । ଟ୍ରମ୍ପଙ୍କ ଅନୁମତିକୁ ଅପେକ୍ଷା କରିଛି ଆମେରିକୀୟ ସେନା । ଅନ୍ୟପଟେ ଆମେରିକୀୟ ଅଧିକାରୀ ଓ ଇରାନ ଅଧିକାରୀଙ୍କ ମଧ୍ୟରେ ସୁଇଜରଲ୍ୟାଣ୍ଡରେ କୂଟନୈତିକ ବୈଠକ ଚାଲିଛି ।
ଅଧିକ ପଢନ୍ତୁ : ପୁଣି ଏକ ଯୁଦ୍ଧ ଆଶଙ୍କା: ଦୁଇ ଆଫ୍ରିକୀୟ ଦେଶ ସୀମାରେ ଉତ୍ତେଜନା ବୃଦ୍ଧି
ସେପଟେ ପୁଣି ମୁହଁ ଫୁଟାଣି ମାରିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ । ଅପରେସନ ସିନ୍ଦୁର ବେଳେ ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ବନ୍ଦ କରାଇଥିବା ପୁଣି କଲେ ଦାବି । ‘ବୋର୍ଡ ଅଫ୍ ପିସ୍’ କାର୍ୟ୍ୟକ୍ରମରେ ଟ୍ରମ୍ପ ଏହି ଦାବି ଦୋହରାଇଛନ୍ତି । ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ସେ ଯୁଦ୍ଧ ବନ୍ଦ କରି ସେ ଅଢ଼େଇ କୋଟି ଲୋକଙ୍କ ଜୀବନ ବଞ୍ଚାଇଛନ୍ତି । ଯୁଦ୍ଧ ବନ୍ଦ ନକଲେ ୨ ଶହ ପ୍ରତିଶତ ଟାରିଫ ଲଗାଇବାକୁ ଭାରତ ଓ ପାକିସ୍ତାନକୁ ସେତେବେଳେ ଧମକ ଦେଇଥିଲେ ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପଙ୍କ ଦାବିକୁ ଭାରତ ବାରମ୍ବାର ଖଣ୍ଡନ କରିଆସିଛନ୍ତି । ଅପରେସନ ସିନ୍ଦୁର ବେଳେ ଆମେରିକା ନୁହେଁ, ବରଂ ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ପରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ନୂଆଦିଲ୍ଲୀ କହିଛି । ପାକିସ୍ତାନୀ ଡିଜିଏମଓ ପ୍ରଥମେ ଫୋନ୍ କରି ଭାରତୀୟ ଡିଜିଏମଓଙ୍କ ସହ ଯୋଗାଯୋଗ କରିଥିଲେ ଓ ଯୁଦ୍ଧ ବିରତି ପାଇଁ ଅନୁରୋଧ କରିଥିଲେ । ଏହାକୁ ଭାରତ ଗ୍ରହଣ କରିଥିଲା ଓ ଯୁଦ୍ଧ ବିରତି ହୋଇଥିଲା । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବାରମ୍ବାର ବିଶ୍ବର ବିଭିନ୍ନ ପ୍ରାନ୍ତରେ ଯୁଦ୍ଧ ବନ୍ଦ କରିଥିବା ନେଇ ଦାବି କରିଆସୁଛନ୍ତି । ଏପରିକି ତାଙ୍କୁ ଏଥିପାଇଁ ନୋବେଲ ଶାନ୍ତି ପୁରସ୍ମାର ମିଳିବା ଦରକାର ବୋଲି ମଧ୍ୟ କହିଆସୁଛନ୍ତି ।
Follow Us