କନକ ବ୍ୟୁରୋ : କାରବିଆନ୍ ସାଗରରେ ଆମେରିକୀୟ ସେନା ଆକ୍ରମଣରେ ନଷ୍ଟ ହେଲା ଡ୍ରଗ୍ସ ପରିବହନକାରୀ ବୁଡ଼ାଜାହାଜ । ଏହି ଆକ୍ରମଣରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଏବଂ ଦୁଇଜଣଙ୍କୁ ଜୀବନ୍ତ ଭାବେ ଧରାଯାଇଛି । ଆତଙ୍କବାଦୀଙ୍କୁ ଅଟକ ଏବଂ ବିଚାର ପାଇଁ ସେମାନଙ୍କର ମୂଳ ଦେଶ, ଇକ୍ୱେଡର ଏବଂ କଲମ୍ବିଆକୁ ଫେରାଇ ଦିଆଯାଉଛି । ଏହି ଆକ୍ରମଣରେ କୌଣସି ଆମେରିକୀୟ ସେନାର କ୍ଷତି ହୋଇନାହିଁ । ଏନେଇ ନିଜ ସୋସିଆଲ ମିଡ଼ିଆ ଟ୍ରୁଥରେ ସୂଚନା ଦେବା ସହ ଆକ୍ରମଣ ବେଳର ଭିଡ଼ିଓ ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଡ୍ରଗ୍ସ ଭର୍ତ୍ତି ଜାହାଜ ଆମେରିକା କୂଳରେ ଲାଗିଥିଲେ ୨୫ହଜାର ଆମେରିକୀୟ ଆଗାମୀ ଦିନରେ ନିଶାଦ୍ରବ୍ୟ କାରଣରୁ ମୃତ୍ୟୁ ହୋଇଥାନ୍ତା ।
ପାକିସ୍ତାନ-ଆଫଗାନିସ୍ତାନ ଅସ୍ତ୍ରବିରତି, କତାରରେ ବସିଥିବା ବୈଠକ ସଫଳ ହୋଇଥିବା ସୂଚନା
ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ, ଟ୍ରମ୍ପ କହିଛନ୍ତି ଯେ ଜାହାଜଟି ପ୍ରାୟତଃ ଫେଣ୍ଟାନିଲ୍ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ଆମେରିକା ଅଭିମୁଖେ ଏକ "ପରିଚିତ ନାର୍କୋ ଚାଲାଣ ପରିବହନ ମାର୍ଗ" ମାଧ୍ୟମରେ ଆଗକୁ ଆସୁଥିବା ବେଳେ ଏହାକୁ ନଷ୍ଟ କରାଯାଇଛି । ଆମେରିକା ସ୍ଥଳ କିମ୍ବା ସମୁଦ୍ର ପଥରେ ବେଆଇନ ନିଶାଦ୍ରବ୍ୟ ଚାଲାଣ କରୁଥିବା ମାଫିଆ ମାନଙ୍କୁ ସହ୍ୟ କରିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ନିଶାମାଫିଆ ମାନେ ବୁଡ଼ାଜାହାଜ ଯୋଗେ ନିଶାଦ୍ରବ୍ୟ ଧରି ଆାମେରିକା ଅଭିମୁଖେ ଯାଉଥିବା ବେଳେ ଗୁଇନ୍ଦା ସୂଚନା ଆଧାରରେ ଏମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/19/america-2025-10-19-11-23-41.jpg)