କନକ ବ୍ୟୁରୋ : ଆମେରିକାର ମେନ୍ ରାଜ୍ୟରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ରବିବାର ସନ୍ଧ୍ୟାରେ ସ୍ଥାନୀୟ ସମୟ ପ୍ରାୟ ୭ଟା ୪୫ ସମୟରେ ବାଙ୍ଗୋର୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ମଝି ଆକାଶରେ ଜଳି ଯାଇଥିଲା । ଆମେରିକାର ବିମାନ ନିୟାମକ, ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (ଏଫ୍ଏଏ) ଦୁର୍ଘଟଣାକୁ ନିଶ୍ଚିତ କରି କହିଛି ଯେ, ବିମାନରେ ଆଠ ଜଣ ଲୋକ ଥିଲେ । ଏଫ୍ଏଏ ଅନୁଯାୟୀ, ଯୁଗ୍ମ-ଇଞ୍ଜିନ ଥିବା ଟର୍ବୋଫ୍ୟାନ ଜେଟ୍ ବମ୍ବାର୍ଡିୟର ଚ୍ୟାଲେଞ୍ଜର-୬୦୦ ବିମାନରେ ଦୁର୍ଘଟଣା ପରେ ନିଆଁ ଲାଗିଯାଇଥିଲା । ଯାତ୍ରୀ ଓ କ୍ରୁଙ୍କର ଅବସ୍ଥା ସମ୍ପର୍କରେ ଅଧିକାରୀମାନେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରିନାହାନ୍ତି ।
ଦୁର୍ଘଟଣା ସମୟରେ ତୁଷାରପାତ ହେଉଥିଲା
ଦୁର୍ଘଟଣା ସମୟରେ ବାଙ୍ଗୋର ବିମାନବନ୍ଦରରେ ହାଲୁକା ତୁଷାରପାତ ହେଉଥିଲା । କିନ୍ତୁ ଦୁର୍ଘଟଣା ପାଇଁ ପାଗ ଏକ କାରଣ ବୋଲି ଏପର୍ଯ୍ୟନ୍ତ କୌଣସି ନିଶ୍ଚିତକରଣ ହୋଇନାହିଁ । ସେହି ସମୟରେ, ତୃତୀୟ ବୃହତ୍ତମ ସହର ବାଙ୍ଗୋର ସମେତ ସମଗ୍ର ମେନ୍ ରାଜ୍ୟରେ ଶୀତକାଳୀନ ଝଡ଼ ପାଇଁ ଚେତାବନୀ ଜାରି କରାଯାଇଥିଲା । ସୂତ୍ର ଅନୁସାରେ, ବିମାନଟି ଟେକ୍ସାସରୁ ମେନରେ ପହଞ୍ଚିଥିଲା । ଏହାର ପଞ୍ଜିକରଣ ରେକର୍ଡ ଅନୁସାରେ, ବିମାନଟି ହ୍ୟୁଷ୍ଟନ୍ ସ୍ଥିତ ଏକ ବ୍ୟକ୍ତିଗତ ଆଇନ ଫାର୍ମ ଆର୍ନୋଲ୍ଡ ଓ ଇଟକିନ୍ କମ୍ପାନିର । ଏଫ୍ଏଏ ରେକର୍ଡ ଅନୁସାରେ ବିମାନଟି ଏପ୍ରିଲ ୨୦୨୦ରେ ସେବା ଆରମ୍ଭ କରିଥିଲା ।
ଅଧିକ ପଢ଼ନ୍ତୁ---ଆମର ସମ୍ପର୍କ ଆହୁରି ନିବିଡ଼ ହେବ : ଭାରତକୁ ଗଣତନ୍ତ୍ର ଦିବସରେ ଅଭିନନ୍ଦନ ଜଣାଇଲେ ମାର୍କୋ ରୁବିଓ
ଏନ୍ଟିଏସ୍ବି ହାତରେ ତଦନ୍ତ ଭାର
ଏଫ୍ଏଏ କହିଛି, ବିମାନଟି ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟାନ୍ୟ କାରଣ ଯୋଗୁ ଦୁର୍ଘଟଣାର ଗ୍ରସ୍ତ ହୋଇଛି । ଏହାର ତଦନ୍ତ ଜାତୀୟ ପରିବହନ ସୁରକ୍ଷା ବୋର୍ଡ (ଏନ୍ଟିଏସ୍ବି) ଦ୍ୱାରା କରାଯିବ । ତଦନ୍ତ ସମ୍ପୂର୍ଣ୍ଣ ନହେବା ଓ ଏକ ସରକାରୀ ରିପୋର୍ଟ ପ୍ରକାଶ ନପାଇବା ପର୍ଯ୍ୟନ୍ତ ଯାତ୍ରୀମାନଙ୍କ ପରିଚୟ ଓ କ୍ଷୟକ୍ଷତିର ପରିମାଣ ଜଣାପଡିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/26/flight-burn-2026-01-26-12-31-59.jpg)