କନକ ବ୍ୟୁରୋ : କିଛି ଦିନର ବିରାମ ପରେ ପୁଣି ବ୍ରହ୍ମପୁର ସହରରେ ଆରମ୍ଭ ହୋଇଛି କୁକୁର ବନ୍ଧ୍ୟାକରଣ ଯୋଜନା । ସବୁଠାରୁ ବଡ଼କଥା ହେଲା ଗତ ୪ବର୍ଷରେ ଯେତିକି ହୋଇନଥିଲା ଆରମ୍ଭର ଦୁଇ ଦିନରେ ତା’ ଅଧିକ ବନ୍ଧ୍ୟାକରଣ କରାଯାଇଛି । ଆଗକୁ ଏହାକୁ ଜାରି ରହିବ ବୋଲି ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ବୁଲା କୁକୁରଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ। 

Advertisment

ପ୍ରଶ୍ବାସ ନେବାକୁ ଲାଗୁଛି ଡର ; ବ୍ରହ୍ମପୁରକୁ ଗିଳିଦେବ କି ବିଷାକ୍ତ ବାୟୁ

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୪ବର୍ଷ ତଳେ ଆରମ୍ଭ ହୋଇଥିଲା କୁକୁର ବନ୍ଧ୍ୟାକରଣ ଯୋଜନା । କିଛି ଦିନ ଚାଲିବା ପରେ ଏହାର ଗତି ମନ୍ଥର ହୋଇଗଲା । ଏପରିକି ଗତ ୪ବର୍ଷରେ ବନ୍ଧ୍ୟାକରଣ ସଂଖ୍ୟା ୨୧ରେ ସୀମିତ ରହିଗଲା । ସୁପ୍ରିମ୍‌କୋର୍ଟଙ୍କ ତନାଘନା ପରେ ପୁଣି ବ୍ରହ୍ମପୁର ସହରରେ ଆନିମଲ୍ ବାର୍ଥ କଣ୍ଟ୍ରୋଲକୁ କାର୍ଯ୍ୟକ୍ଷମ  କରିଛି ମହାନଗର ନିଗମ। ଜାନୁଆରି ୧୭ରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଅସ୍ତ୍ରୋପଚାର ବାବଦ ଅର୍ଥ ଯେପରି ବାଟମାରଣା ନହେବ ତା’ର ବନ୍ଦୋବସ୍ତ ମଧ୍ୟ କରାଯାଇଛି।

ଅପରପକ୍ଷରେ ଖାଦ୍ୟ ଓ ସୁରକ୍ଷା ଅଭାବରୁ ବୁଲା କୁକୁର କାମୁଡ଼ା ସଂଖ୍ୟା ବୃଦ୍ଧି ପାଉଛି । ସରକାରଙ୍କ ପକ୍ଷରୁ ସେମାନଙ୍କ ଖାଦ୍ୟ ଲାଗି ବ୍ୟବସ୍ଥା ରହିଛି କିନ୍ତୁ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ  ହୋଇପାରୁନି। ଏଣୁ ଖାଦ୍ୟ ବ୍ୟବସ୍ଥା ସହ ସୁରକ୍ଷାକୁ ଜିଲ୍ଲା ପ୍ରଶାସନ ଓ ସରକାର ଧ୍ୟାନ ଦେବାକୁ ଦାବି କରିଛନ୍ତି ପଶୁପ୍ରେମୀ।

ପ୍ରଶ୍ବାସ ନେବାକୁ ଲାଗୁଛି ଡର ; ବ୍ରହ୍ମପୁରକୁ ଗିଳିଦେବ କି ବିଷାକ୍ତ ବାୟୁ

 ପ୍ରାଣୀ ସମ୍ପଦ ବିଭାଗ ତଥ୍ୟ ଅନୁସାରେ ୨୦୨୨ରୁ ୨୦୨୫ମସିହା ଅଗଷ୍ଟ ଶେଷ ସୁଦ୍ଧା ସହରରେ କୁକୁର କାମୁଡ଼ାରେ ଆହତଙ୍କ ସଂଖ୍ୟା ୫୩୧୧ ରହିଛି । ତେବେ ଏହି ବନ୍ଧ୍ୟାକରଣ ଯୋଜନା ତ୍ୱରାନ୍ୱିତ ହେଲେ ବୁଲା କୁକୁରଙ୍କ ଦୌରାତ୍ମ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି।