କନକ ବ୍ୟୁରୋ : ଅନେକ ସମୟରେ ଶ୍ରଦ୍ଧାଳୁଙ୍କ ପ୍ରଶ୍ନ ଓ ସନ୍ଥ ପ୍ରେମାନନ୍ଦଜୀଙ୍କ ଉତ୍ତର ସୋସିଆଲ ମିଡିଆରେ ଭାଇରାଲ ହୁଏ । ଏବେ ଆଉ ଏକ ପ୍ରସଙ୍ଗକୁ ନେଇ ତାଙ୍କର ଭିଡିଓ ଭାଇରାଲ ହେଉଛି । ଜଣେ ଶ୍ରଦ୍ଧାଳୁ ବୈବାହିକ ଜୀବନ ତଥା ସ୍ବାମୀ – ସ୍ତ୍ରୀଙ୍କ ପାପ, ପୂଣ୍ୟର ଭାଗିଦାରୀ ବାବଦରେ ପ୍ରଶ୍ନ କରିଥିଲେ । ଉତ୍ତରରେ ପ୍ରେମାନନ୍ଦଜୀ ଯାହା କହିଲେ ସେଥିରେ ସମସ୍ତେ ଚକିତ ହୋଇଯାଇଥିଲେ । 

Advertisment

ଜଣେ ଭକ୍ତ ପ୍ରେମାନନ୍ଦଜୀଙ୍କୁ ପଚାରିଥିଲେ, ଯଦି କୌଣସି ପତ୍ନୀ ବହୁତ ଭକ୍ତିଭାବ ସମ୍ପନ୍ନ ହୋଇଥିବେ , ପୂଜାପାଠ କରୁଥିବେ, ଭକ୍ତିରେ ତଲ୍ଲୀନ ହୋଇଥିବେ, ତାହେଲେ ତାଙ୍କର ପୂଣ୍ୟ ଫଳ ତାଙ୍କ ସ୍ବାମୀଙ୍କୁ ମିଳେ କି? ଏହି ପ୍ରଶ୍ନର ଉତ୍ତରରେ ସନ୍ଥ ପ୍ରେମାନନ୍ଦଜୀ କହିଲେ, ’ ନାଁ ପତ୍ନୀ ଅର୍ଜନ କରୁଥିବା ପୂଣ୍ୟଫଳ ସ୍ବାମୀଙ୍କୁ ମିଳେନାହିଁ । କିନ୍ତୁ ହଁ ଯଦି କୌଣସି ସ୍ବାମୀଙ୍କର ଈଶ୍ବରଙ୍କଠାରେ ଚିତ୍ତ ଥିବ, ଭକ୍ତିଭାବ ଥିବ, ସେ ପୂଜାପାଠ କରୁଥିବେ ତାହେଲେ ସେପରି ସ୍ବାମୀଙ୍କ ପୂଣ୍ୟଫଳ ସ୍ତ୍ରୀ ପାଇପାରିବେ। 

ଯୁବପିଢ଼ିଙ୍କ ପଥପ୍ରଦର୍ଶକ ସ୍ୱାମୀ ବିବେକାନନ୍ଦ, ଜାତୀୟ ଯୁବ ଦିବସ ଅବସରରେ କୋଟି କୋଟି ପ୍ରଣାମ

ଏହା ପଛରେ ଥିବା ଏକ ରୋଚକ କାହାଣୀ ବି କହିଥିଲେ ପ୍ରେମାନନ୍ଦଜୀ । କହିଲେ, ବିବାହ ସମୟରେ ହେଉଥିବା ପାଣିଗ୍ରହଣ ସଂସ୍କାର କେବଳ ଏକ ରୀତି ନୁହେଁ । ବରଂ ଏହାର ଗଭୀର ଅର୍ଥ ରହିଛି । ଯେବେ. ବିବାହ ମଣ୍ଡପରେ ପତି, ପତ୍ନୀ ପରସ୍ପରଙ୍କ ହାତ ଧରନ୍ତି , ସେତେବେଳେ ବର କନ୍ୟାର ହାତ ଧରେ । ପତିଙ୍କ ହାତ ତଳେ ଏବଂ ପତ୍ନୀଙ୍କ ହାତ ଉପରେ ଥାଏ । ଏହାର ଅର୍ଥ, ସେହି ଦିନଠୁ ସ୍ବାମୀ ସ୍ତ୍ରୀର ସବୁ ଦାୟିତ୍ବ ବହନ କରିବ। ସ୍ବାମୀ ହୁଏ ସ୍ତ୍ରୀର ରକ୍ଷକ । ତେଣୁ ସ୍ବାମୀର ପୁଣ୍ୟ ଫଳ ସ୍ତ୍ରୀ ଭାଗ୍ୟରେ ମିଳେ ।  ଜଣେ ସ୍ତ୍ରୀ ବିବାହ ପରେ ତା’ର ସାରା ଜୀବନ ସ୍ବାମୀ ନାଁରେ ଲେଖିଦିଏ । ବିବାହ ପରେ ସ୍ତ୍ରୀ ତା’ର ନିଜ ବାପଘର, ପରିବାର, ସବୁକିଛି ପଛରେ ପକାଇ ତା’ ସ୍ବାମୀର ପରିବାରକୁ ଗ୍ରହଣ କରେ ।

ନୂଆ ମାହୋଲରେ ନିଜକୁ ଢ଼ାଙ୍କିବାକୁ ଚେଷ୍ଟାକରେ । ନିଜର  ସମୟ, ସେବା, ଓ ଜୀବନକୁ ସ୍ବାମୀ ପାଇଁ ସମର୍ପି ଦିଏ । ଏହା ଜଣେ ନାରୀର ସବୁଠୁ ବଡ଼ ସମର୍ପଣ । ମହାରାଜଙ୍କ ଏଭଳି ଉତ୍ତରରେ ସମ୍ପର୍କର ଏକ ବଡ଼ ସତ ଲୁଚି ରହିଛି । ବିବାହ କେବଳ ଏକାଠି ରହିବାର ବାଟ ନୁହେଁ । ବରଂ ଦାୟିତ୍ବ, ତ୍ୟାଗ ଓ ପରସ୍ପର ପ୍ରତି ସଜାଗ ରହିବାର ଏକ ପ୍ରତିଶୃତି । ସ୍ବମୀ ଓ ସ୍ତ୍ରୀଙ୍କର ସମ୍ପର୍କ ବରାବର ଥାଏ । କିନ୍ତୁ ଦାୟିତ୍ବ ଅଲଗା ଅଲଗା ହୋଇଥାଏ । ବିବାହରେ ସ୍ବାମୀ ସଂରକ୍ଷଣ ଓ ଉତ୍ତରଦାୟିତ୍ବର ପ୍ରତିଶ୍ରୁତି ଦେବାବେଳେ ସ୍ତ୍ରୀ ସମର୍ପଣ ଓ ପୂର୍ଣ୍ଣ ବିଶ୍ବାସ ସହ ନିଜକୁ ସମର୍ପିଦିଏ  ।  ସନ୍ଥ ମହାରାଜଙ୍କ ଏଭଳି ଉତ୍ତର ସେଠାରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଭାବିବାକୁ ବାଧ୍ୟ କରୁଛି ଯେ ଭକ୍ତି ଓ ପୂର୍ଣ୍ଣଠାରୁ ବଡ଼ ହେଉଛି ସମର୍ପଣ , ସମ୍ମାନ, ଦାୟିତ୍ବ ।