କନକ ବ୍ୟୁରୋ : ଘଣ୍ଟାଏ ନୁହେଁ ଆଗକୁ ଦୁଇ ଘଣ୍ଟା ବନ୍ଦ ରହିବ ହସ୍ପିଟାଲର ବହିର୍ବିଭାଗ । ଜାନୁଆରି ୫ରୁ ଦୁଇଘଣ୍ଟା ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନେଲା ଓମସା । ବର୍ତ୍ତମାନ ସକାଳ ୧୦ରୁ ୧୧ ଯାଏଁ ବନ୍ଦ ରହୁଛି ଓପିଡି । ଆସନ୍ତା ଜାନୁଆରି ୫ରୁ ସକାଳ ୯ ରୁ ୧୧ ଯାଏଁ ଦୁଇ ଘଣ୍ଟା ବନ୍ଦ କରାଯିବ ଓପିଡି । ଦାବି ନ ଶୁଣିବା ଯାଏଁ ପ୍ରତି ସପ୍ତାହରେ ଏକ ଘଣ୍ଟା ଲେଖାଏଁ ଓପିଡି ବନ୍ଦ ସମୟସୀମା ବଢିବ । ସାରା ରାଜ୍ୟରେ ଖାଲିପଡ଼ିଥିବା ଡାକ୍ତର ପଦବୀ ତୁରନ୍ତ ପୂରଣ, କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, କ୍ୟାଡର ପୁନର୍ଗଠନ, ଦନ୍ତ ଡାକ୍ତରଙ୍କୁ ତୁରନ୍ତ ପ୍ରଚଳିତ ଡିଏସିପି, ପିଜି ପ୍ରୋତ୍ସାହନ ରାଶି, ପିବିଆଇ, ସ୍ବଚ୍ଛ ବଦଳି ନୀତି, କେବିକେରେ ପାଞ୍ଚ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ ଡାକ୍ତରମାନଙ୍କୁ ତୁରନ୍ତ ବଦଳି ପରି ଦାବି ରଖିଛି ଓମସା ।
ଅଧିକ ପଢ଼ନ୍ତୁ : ରାଜ୍ୟ ସରକାର ଓ ଡାକ୍ତରଙ୍କ ବୁଝାମଣା ଅଭାବରୁ ରୋଗୀ ହନ୍ତସନ୍ତ, ଓମ୍ସା ପକ୍ଷରୁ ଘଣ୍ଟିକିଆ ଓପିଡି ବନ୍ଦ
ଜିଦରେ ଅଟଳ ଡାକ୍ତର ସଂଘ
- ଡାକ୍ତର ସଂଘ ଦେଲେ ଡେଡଲାଇନ୍
- ଜାନୁଆରି ୫ ସୁଦ୍ଧା ପୂରା କର ଦାବି
- ଦାବି ପୂରା ନହେଲେ ଦିନକୁ ୨ ଘଣ୍ଟା ଓପିଡି ବନ୍ଦ
- ଜାନୁଆରି ୫ରୁ ସକାଳ ୯ରୁ ୧୧ଟା ଯାଏଁ ବନ୍ଦ ରହିବ ଓପିଡି
- ଦାବି ପୂରଣ ନକଲେ ସମୂହ ଇସ୍ତଫା ଦେବାକୁ ଚେତାବନୀ
- ନୂଆବର୍ଷ ପରେ ଡାକ୍ତରମାନେ ଓମସା ପାଖରେ ଦାଖଲ କରିବେ ସମୂହ ଇସ୍ତଫା ପତ୍ର
- ଡାକ୍ତରଙ୍କ ଇସ୍ତଫା ପତ୍ରକୁ ସରକାରଙ୍କୁ ପଠାଇବ ଓମସା
- ଡାକ୍ତରଙ୍କ ଦାବି ଉପରେ ଆଲୋଚନା ହେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛି ଓମସା
- ଦୀର୍ଘ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ଡାକ୍ତର
- ବିଭିନ୍ନ ଜିଲ୍ଲାରେ ଡାକ୍ତରଙ୍କ ପ୍ରତିବାଦ
- ଓପିଡି ବନ୍ଦ ହେବା ଦ୍ବାରା ବାଧାପ୍ରାପ୍ତ ହେଉଛି ସ୍ବାସ୍ଥ୍ୟସେବା
Follow Us