କନକ ବ୍ୟୁରୋ: ଓଡ଼ିଶାରେ ଡାକ୍ତର ମରୁଡ଼ି, ଠିକାରେ ଚାଲିଛି ଡାକ୍ତରୀ ସେବା । ୬୦ ପ୍ରତିଶତ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡ଼ିଛି । ଏନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ସୂଚନା ଦେଇଛନ୍ତି । ଡାକ୍ତରଙ୍କ ଅଭାବ ଘଟଣା ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାର ଚିନ୍ତା ବଢ଼ାଇ ଦେଇଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ, ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୧୫ ହଜାର ୭୭୪ ଡାକ୍ତର ପଦବୀରୁ ଖାଲି ପଡ଼ିଛି ୯୫୦୩ ଡାକ୍ତର ପଦବୀ । ଏବେ କାର୍ଯ୍ୟରତ ଅଛନ୍ତି ୬୨୭୧ ଡାକ୍ତର । ସେମାନଙ୍କ ମଧ୍ୟରୁ ୧୧୩୫ ଜଣ ଠିକା ନିଯୁକ୍ତି ପାଇଛନ୍ତି । ସ୍ଥାୟୀ ନିଯୁକ୍ତି ଅଛନ୍ତି ମାତ୍ର ୫୦୦୩ ଜଣ ଡାକ୍ତର । ୫୨୪୮ଡାକ୍ତର ପଦବୀ ପୂରଣ ପାଇଁ OPSC କୁ ଅନୁରୋଧ କରାଯାଇଛି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଆହୁରି ପଢ଼ନ୍ତୁ : ସପ୍ତମ ଦିନରେ ଇଣ୍ଡିଗୋ ଅଚଳାବସ୍ଥା: ଯାତ୍ରୀଙ୍କୁ ଫେରାଯାଉଛି ଟିକେଟ୍ ଟଙ୍କା
ସେପଟେ ଦେଢ ବର୍ଷ ଭିତରେ ୨୦ ପୁଲିସ ଅଧିକାରୀ, କର୍ମଚାରୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଗୃହରେ ଏନେଇ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାପରେ ପ୍ରଶ୍ନ ଉଠୁଛି, ଲାଞ୍ଚୁଆ ହେଉଛି କି ପୁଲିସ? ତେବେ ଦୁର୍ନୀତିଖୋରଙ୍କ ଅଣ୍ଟା ଭାଙ୍ଗୁଛି ଭିଜିଲାନ୍ସ । ଦେଢ ବର୍ଷରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ୨୦ଜଣ ପୁଲିସ ଅଧିକାରୀ,କର୍ମଚାରୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସେହିପରି ଦେଢ଼ ବର୍ଷ ମଧ୍ୟରେ, ୨୭୧ ଜଣ ସରକାରୀ ଅଧିକାରୀ,କର୍ମଚାରୀଙ୍କୁ ବିଭିନ୍ନ ମକଦ୍ଦମାରେ ଗିରଫ କରାଯାଇଛି । ୧୭୪ ଜଣ ସରକାରୀ କର୍ମଚାରୀ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି । ୩୩ ଜଣ ସରକାରୀ ଅଧିକାରୀ, କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ୬୫ଜଣ କର୍ମଚାରୀଙ୍କ ପେନସନ୍ ବନ୍ଦ କରିଦିଆଯାଇଛି । ତେବେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/08/medical-2025-12-08-15-30-55.jpg)