କନକ ବ୍ୟୁରୋ: ରାଜଧାନୀରେ ବାଣ ଫୁଟାଇବା ଅଘଟଣ। କ୍ୟାପିଟାଲ ହସ୍ପିଟାଲ ବଢୁଛି ଆହତଙ୍କ ସଂଖ୍ୟା । କାହାର ହାତ କଟିଛି ତ କାହାର ମୁହଁ ଫାଟିଯାଇଛି । ଏବେ ସୁଦ୍ଧା ଭର୍ତ୍ତି ହେଲେଣି ୬୦ରୁ ଅଧିକ । ଆହତଙ୍କ ମଧ୍ୟରେ ଅଧିକ ନାବାଳକ ଥିବା ସୂଚନା । ସେହିପରି ବାଲେଶ୍ବରରେ ଦିପାବଳୀରେ ଅଘଟଣା । ବାଲେଶ୍ବର ଆଜିମାବାଦ ଠାରେ ଦୋକାନ ଘରର ଉପର ମହଲାରେ ଅଗ୍ନିକାଣ୍ଡ। ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ ବାହିନୀ। ବାଣ ନିଆଁ ପଡି ଦୋକାନରେ ନିଆଁ ଲାଗିଯାଇଥିବା ସୂଚନା । ଦୋକାନ କର୍ମଚାରୀ ମାନେ ସୌଭାଗ୍ୟବଶତ ଭାବେ ବଞ୍ଚିଯାଇଥିବା ବେଳେ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି ।
ସେହିପରି ଦୀପାବଳି ରେ ଅଘଟଣ,ଦୁଇ ଗୁରୁତର। ହାତରେ ବାଣ ଫୁଟି ଜଣେ ଯୁବକର ପାପୁଲି ନଥିବା ବେଳେ ପାଖରେ ଥିବା ଅନ୍ୟ ଜଣେ ଯୁବକର କାନକୁ ଶୁଣା ଯାଉନାହିଁ । ଦୁଇଜଣଙ୍କୁ ପ୍ରଥମେ ପାରାଦୀପ ଅଠରବାଙ୍କି ମେଡିକାଲ କୁ ଅଣାଯିବା ପରେ ପାପୁଲି ନଥିବା ଗୁରୁତର ଯୁବକକୁ କଟକ ସ୍ଥାନାନ୍ତର କରାଯାଇଛି। ଏଭଳି ଘଟଣା ଘଟିଛି ପାରାଦୀପ ଷଣ୍ଢକୁଦ ବସ୍ତିରେ। ସାଙ୍ଗ ମାନଙ୍କ ସହ ମିଶି ଦୀପାବଳୀ ରେ ବାଣ ଫୁଟାଇବା ସମୟରେ ଘଟିଛି ଘଟଣା। ହାତ ପାପୁଲି ନଥିବା ଗୁରୁତର ଯୁବକ ହେଲେ ଷଣ୍ଢକୁଦ ବସ୍ତିର ସମିର ବେହେରା ଓ ଅନ୍ୟ ଜଣେ ଆହତ କାନ କୁ ଶୁଣା ଯାଉନଥିବା ଯୁବକ ସେହି ବସ୍ତିର ଶୁଭନାଥ ମହାନ୍ତି । ସେହିପରି ଖୋର୍ଦ୍ଧାରେ ଦୀପାବଳିରେ ଅଘଟଣ । ଘରେ ଲିଚୁ ଲାଇଟ ଲଗାଉଥିବା ବେଳେ କରେଣ୍ଟ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ। ଖୋର୍ଦ୍ଧା ବୋଲଗଡ଼ ଗଡ଼ଭିତର ସାହିରୁ ଆସିଛି ଅଘଟଣର ଚିତ୍ର। ମୃତକ ଜଣକ ବୁଦ୍ଧି ରାମ ଦାସ ବୋଲି ଜଣାପଡିଛି। ଘରେ ଲିଚୁଲାଇଟ ଲଗାଉଥିବା ବେଳେ ଅଘଟଣ ଘଟି ତାଙ୍କ ମୃତ୍ୟୁ ଘଟିଛି । କଟକରେ ସ୍କୁଟି ଭିତରେ ଫୁଟିଲା ବମ । ଦୁଇ ଗୁରୁତରଙ୍କୁ ବଡ଼ ମେଡିକାଲ ପଠାଗଲା । କଟକ ଚଉଳିଆଗଞ୍ଜ ଥାନା ଅନ୍ତର୍ଗତ ଅପର୍ଣ୍ଣାନଗରରେ କୈବଲ୍ୟ ବିହାରରେ ଅଘଟଣ। ବାଇକରେ ଥିବା ଦୁଇ ଗୁରୁତର ଙ୍କୁ ଏସସିବି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଗାଇଡ ଲାଇନକୁ ଫୁ, କଟକଣା ସତ୍ବେ ଟୁଇନ ସିଟିରେ ଫୁଟିଲା ବାଣ
ସେହିପରି ସୋରରେ ଦୀପାବଳିରେ ଅଘଟଣ । ବାଲେଶ୍ବର ସୋରରେ ବାଣ ଫୁଟାଇ ୭ ନାବାଳକଙ୍କ ସମେତ ୧୦ ଆହତ । ସନ୍ଧ୍ୟାରେ ବାଣ ଫୁଟାଉଥିବା ବେଳେ ସମସ୍ତେ ଆହତ ହୋଇଥିଲେ। ପରିବାର ସେମାନଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଛନ୍ତି । ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଚାଇନା ବାଣ ଫୁଟାଇ ଛିଣ୍ଡିଗଲା ଯୁବକଙ୍କ ହାତ ପାପୁଲି । ବାଲେଶ୍ବର ସୋରରେ ଅଘଟଣ । ଦୀପାବଳିରେ ବାଣ ଫୁଟାଉଥିବା ବେଳେ ଜଣେ ଯୁବକଙ୍କ ହାତ ପାପୁଲି ଛିଣ୍ଡିଯାଇଛି । ସୋର ଥାନା ଗୋବିନ୍ଦପୁର ଗ୍ରାମର ବାବୁ ମହାନ୍ତି ଆଜି ସନ୍ଧ୍ୟାରେ ଘର ନିକଟରେ ଏକ ଚାଇନା ବାଣ ଫୁଟାଉଥିବା ବେଳେ ବାଣ ଟି ତାଙ୍କ ଡାହାଣ ହାତ ପାପୁଲିରେ ଫୁଟିଯାଇଥିଲା।
ଫଳରେ ହାତରୁ ପାପୁଲି ଚଣ୍ଡିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଯାଜପୁର ଜିଲ୍ଲା ବ୍ୟାସନଗରରେ ଦୀପାବଳି ଉପଲକ୍ଷେ ବାଣ ଫୁଟାଇବା ସମୟରେ ଅସାବଧାନତା ଯୋଗୁଁ ଘଟିଛି ଅନେକ ଅଘଟଣ। ସହରର ବିଭିନ୍ନ ଅଞ୍ଚଳରେ ବାଣରେ ନିଆଁ ଲଗାଉଥିବା ସମୟରେ ଏଭଳି କିଛି ଅଘଟଣ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ଅସାବଧାନତା ଯୋଗୁଁ ବାଣ ହାତରେ ଫୁଟି ଅନେକ ଲୋକ ଆହତ ହୋଇଛନ୍ତି। ଆଠ ଜଣରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଆହତ ମାନେ ଯାଜପୁର ରୋଡ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।