କନକ ବ୍ୟୁରୋ: କୁହାଯାଏ ଯିଏ ଥରେ ଆଗକୁ ବଢ଼ିବାର ଜିଦ୍ ଧରିନିଏ, ସେ କେମିତି ବି କୌଣସି ଉପାୟରେ ଆଗକୁ ବଢ଼ିଯାଏ । ସମୟ ସହିତ ପରିସ୍ଥିତିକୁ ଖାପ ଖୁଆଏ, ଆଉ ଆଗକୁ ଆଗକୁ ବଢ଼ିଚାଲେ । ଆପଣ ଭାବୁଥିବେ, ଆମେ ଆମକୁ ଏମିତି କାହିଁକି କହୁଛୁ । ତେବେ କହିରଖୁଛୁ ଯେ, ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ କାହାଣୀ କହିବୁ ଯାହାକୁ ଜାଣିଲେ ଆପଣଙ୍କ ଛାତି କୁଣ୍ଢେମୋଟ ହୋଇଯିବ, ନଚେତ୍ ଆପଣଙ୍କ ଆଖିରେ ଲୁହ ବି ଆସିପାରେ ।
୫୨ ବର୍ଷୀୟ ଏ ହେଉଛନ୍ତି ବିନା ଦେବୀ । ଯିଏକି ଜଣେ ଦିବ୍ୟାଙ୍ଗ । ପାରାଲିସିସ୍ କାରଣରୁ ତାଙ୍କ ଅଧା ଶରୀର କାମ କରୁନି । ହେଲେ ତାହାରି ଭିତରେ ବି ସେ ହାରିଯାଇନାହାଁନ୍ତି । ବରଂ ଜୀବନକୁ ସଂଘର୍ଷର ପଥ ଭାବି ସେ ବାହାରି ପଡ଼ିଛନ୍ତି କାମ କରିବା ପାଇଁ । ପ୍ରତିଦିନ ଏମିତି ସ୍କୁଟିରେ ବସି ସେ ଡେଲିଭରି କାମ କରୁଛନ୍ତି । ଆଉ ନିଜ ପରିଶ୍ରମର ଫଳରେ ପେଟ ପୋଷୁଛନ୍ତି ।
ଭିଡିଓ ଦେଖନ୍ତୁ :
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ବୀନାଙ୍କ ଭିଡିଓକୁ ବଲିଉଡ୍ ଅଭିନେତ୍ରୀ ମଲିକା ଅରୋରା ସେୟାର କରିଛନ୍ତି । ଯେଉଁଥିରେ ବୀନାଙ୍କ ଡେଲିଭରି ଏଜେଣ୍ଟ ତାଙ୍କ ସହିତ କଥାବାର୍ତ୍ତା କରୁଥିବା ନଜର ଆସୁଛନ୍ତି । ବୀନାଙ୍କୁ ସେ ଏହି ଭିଡିଓରେ କଣ କାମ କରୁଛ ବୋଲି ପ୍ରଶ୍ନ କରୁଛନ୍ତି, ଆଉ ତାହାର ଉତ୍ତରରେ ବୀନା କହୁଛନ୍ତି ମୁଁ Zepto ରେ ଡେଲିଭରି ଏଜେଣ୍ଟ ଅଛି । ବାସ୍...ଏହି କେଇପଦ କଥା ହିଁ ସମସ୍ତଙ୍କର ହୃଦୟ ଜିତିନେଉଛି ।
ଆହୁରି ପଢ଼ନ୍ତୁ : ‘ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କଲେ, ସେ ରାଜନୀତିକୁ ଫେରିବେ’: ;ଚର୍ଚ୍ଚାରେ ସିଦ୍ଧୁଙ୍କ ସ୍ତ୍ରୀଙ୍କ ବୟାନ
ଭିଡିଓରେ ଜଣାପଡ଼ୁଛି ଯେ, ବୀନାଙ୍କ ଶରୀରର ୫୦ ପ୍ରତିଶତ ପାରାଲିସିସ୍ କାରଣରୁ ଅଚଳ ରହିଛି । ହେଲେ ତା ପରେ ମଧ୍ୟ ସେ ୨୦୨୪ ମସିହା ଜୁନ୍ ମାସରୁ ଏମିତି ଡେଲିଭରି କରି ରୋଜଗାରକ୍ଷମ ହୋଇପାରିଛନ୍ତି । ଭିଡିଓରେ ଶେଷରେ ନିଜେ ମଲିକା ଅରୋରୋ ମଧ୍ୟ ବୀନାଙ୍କର ପ୍ରଂଶସା କରିଛନ୍ତି । ଛୋଟ ଛୋଟ ଦୁଃଖ ଆଉ କଷ୍ଟ ଭିତରେ ଏମିତି କିଛି ଲୋକ କାମ କରିଚାଲିଛନ୍ତି ବୋଲି ସେ କହିଛନ୍ତି । ଏହାସହ ନିଜ କ୍ୟାପ୍ସନରେ ମଧ୍ୟ ସେ ବୀନାଙ୍କର ପ୍ରଂଶସା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/07/vina-devi-2025-12-07-12-47-20.jpg)