କନକ ବ୍ୟୁରୋ: ସିଦ୍ଧୁଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ କଂଗ୍ରେସ ଯଦି ଘୋଷଣା କରିବ, ତେବେ ସେ ରାଜନୀତିକୁ ରିଟର୍ଣ୍ଣ କରିବେ । ପୂର୍ବତନ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁଙ୍କ ଏଭଳି ଏକ ବୟାନ ଏବେ ପଞ୍ଜାବ ରାଜନୀତିକୁ ସରଗରମ କରିଛି । ସେ କହିଛନ୍ତି ଯେ, ଯଦି କଂଗ୍ରେସ ହାଇକମାଣ୍ଡ ସିଦ୍ଧୁଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରନ୍ତି, ତେବେ ସେ ପୁଣିଥରେ ସକ୍ରିୟ ରାଜନୀତିରେ ପ୍ରବେଶ କରିବେ।

Advertisment

କଂଗ୍ରେସ ଆଗରେ ଦାବି ରଖିଲେ ସିଦ୍ଧୁଙ୍କ ପତ୍ନୀ

ଜାତୀୟ ଗଣମାଧ୍ୟମରୁ ଆସିଥିବା ରିପୋର୍ଟ ଅନୁସାରେ, ଲୋକଭବନରେ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆଙ୍କୁ ଭେଟିବା ପରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରିଥିଲେ ନବଜୋତ କୌର ସିଦ୍ଧୁ । ସେ କହିଥିଲେ "ଆମେ ପଞ୍ଜାବ ଏବଂ ପଞ୍ଜାବର ବିଷୟରେ କଥା ହେଉଛେ କିନ୍ତୁ ଏଠି  ଯେଉଁ ବ୍ୟକ୍ତି ୫୦୦ କୋଟି ଟଙ୍କାର ସୁଟକେସ୍ ଟିଏ ଦିଏ, ସେ ମୁଖ୍ୟମନ୍ତ୍ରୀ ହୋଇଯାଏ।"

ସେ ଦାବି କରିଛନ୍ତି ଯେ ଯଦି ସିଦ୍ଧୁଙ୍କୁ କ୍ଷମତା ଏବଂ ଦାୟିତ୍ୱ ଦିଆଯାଏ, ତେବେ ସେ ପଞ୍ଜାବକୁ ଏକ ସୁନାର ରାଜ୍ୟରେ ପରିଣତ କରିବେ। ହେଲେ ସିଦ୍ଧୁଙ୍କ ପାଖରେ ଟଙ୍କା ଅଭାବ ଅଛି । ନବଜୋତ କୌର ସିଦ୍ଧୁ ପଞ୍ଜାବ କଂଗ୍ରେସ ଭିତରେ ଗୋଷ୍ଠୀବାଦର ପ୍ରସଙ୍ଗ ଉଠାଇ କହିଥିଲେ ଯେ, ପାଞ୍ଚ ଜଣ ନେତା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଅଛନ୍ତି ଏବଂ ସେମାନେ ସିଦ୍ଧୁଙ୍କୁ ଆଗକୁ ବଢ଼ିବାକୁ ଦେବେ ନାହିଁ। ପଞ୍ଜାବ କଂଗ୍ରେସରେ ଏତେ ଆଭ୍ୟନ୍ତରୀଣ ଲଢ଼େଇ ଅଛି ଯେ ସେମାନେ ସିଦ୍ଧୁଙ୍କୁ ପଦୋନ୍ନତି ଦେବାକୁ ଦେବେ ନାହିଁ। ଯାହାକି କଂଗ୍ରେସ ଦଳକୁ ପରାଜୟ ଆଡ଼କୁ ନେଇ ଯାଉଛି ବୋଲି ସେ କହିଥିଲେ ।

ଆହୁରି ପଢ଼ନ୍ତୁ : ଆକାଶରେ ଉଡୁନି ଇଣ୍ଡିଗୋ: କାର୍ଯ୍ୟାନୁଷ୍ଠାନ ନେବେ ସରକାର! ଆଜି ବି କିଛି ଉଡ଼ାଣ ବାତିଲ୍

ସୂଚନାଯୋଗ୍ୟ ଯେ, ଲୋକପ୍ରିୟ କ୍ରିକେଟର ତଥା ଟିଭି ଭାଷ୍ୟକାର ନବଜୋତ ସିଂହ ସିଦ୍ଧୁ ଏବେ କ୍ରିକେଟ୍ କମେଣ୍ଟ୍ରିରେ ବ୍ୟସ୍ତ ଅଛନ୍ତି । କିଛି ଦିନର ନୀରବତା ପରେ ସେ ପୁଣିଥରେ ଏବେ କ୍ରିକେଟ୍ କମେଣ୍ଟ୍ରିକୁ ଫେରିଛନ୍ତି । ଏମିତି କି ସେ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ "ନବଜୋତ ସିଦ୍ଧୁ ଅଫିସିଆଲ୍" ମଧ୍ୟ ଲଞ୍ଚ କରିଛନ୍ତି। ତେବେ ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ ଅଛି, ଆଉ ତା ପୂର୍ବରୁ ସିଦ୍ଧୁଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ନେଇ ଦେଇଛନ୍ତି ଏଭଳି ଏକ ବଡ଼ ବୟାନ ।