କାଳିଆର କରୁଣା ; ସୁସ୍ଥ ହେଉଛି କୋମାକୁ ଚାଲିଯାଇଥିବା ୮ ବର୍ଷର ଶିଶୁ

ଡାକ୍ତର ମଧ୍ୟ ଆଶା ଛାଡ଼ି ଦେଇ ଫେରାଇଦେଲେ ପ୍ରକାଶଙ୍କ କୁନି ପୁଅକୁ, କିନ୍ତୁ ଆଶା ଛାଡ଼ିନଥିଲେ କୁନି ଛୁଆଟିର ବାପା । ଶେଷରେ ପୁଅକୁ ଆଣି ଧାଇଁ ଆସିଥିଲେ ପୁରୀ ବଡ଼ଦାଣ୍ଡକୁ...

Puri

Puri Photograph: (Kanak news)

କନକ ବ୍ୟୁରୋ : ଗତ ନଭେମ୍ବର ୮ ତାରିଖରେ ଭାଇରାଲ ହୋଇଥିଲା ସିଂହଦ୍ଵାରର ଏକ ଭାବବିହ୍ୱଳ ଦୃଶ୍ୟ । ନିଜ କୁନି ପୁଅକୁ ଭଲ କରିବା ପାଇଁ ସିଂହଦ୍ଵାରରେ ଆକୁଳ ନିବେଦନ କରୁଥିଲେ ଜଣେ ବାପା । ଏବେ ପୁଣି ସେ ବ୍ୟକ୍ତି ଜଣକ ଆସି ବଡ଼ଠାକୁରଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାଳିଆର ମହିମା, କିଏ ବା ବୁଝିବ । ସେଇ ବଡ଼ ସାଆନ୍ତଙ୍କୁ ହିଁ ଜଣା ନିଜ ଭକ୍ତଙ୍କ କଥା । କେତେବେଳେ କେଉଁ ରୂପେ ଆସି କଷ୍ଟ ଲାଘବ କରିଥାନ୍ତି, ତାହା ତାଙ୍କୁ ହି ଗୋଚର । ରାଜସ୍ଥାନରୁ ଆସିଥିଲେ ଜଣେ ଭକ୍ତ...ପାସୱାଡ଼ାର ପ୍ରକାଶ ବୋଇ । କାଳିଆ କୃପାରୁ ପୁଅ କୋମାରୁ ଫେରିବା ପରେ ପୁଣି ଥରେ ଚାଲି ଆସିଛନ୍ତି ଶ୍ରୀକ୍ଷେତ୍ର ଧାମ । ପୁଅକୁ ଧୀରେଧୀରେ ସୁସ୍ଥ ହେଉଥିବା ଦେଖି ଭାବ ଭକ୍ତିର ସହ ମହାପ୍ରଭୁଙ୍କୁ ଜଣାଇଛନ୍ତି ଧନ୍ୟବାଦ। 

ପିଲା ବେଳୁ ସୁସ୍ଥ ଥିଲା କୁନି ଛୁଆଟି । ମାତ୍ର ୭ ବର୍ଷ ବୟସରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା । ମେଡିକାଲରେ ଭର୍ତ୍ତି ହେବା ପରେ ଜଣାପଡିଲା, ମୁଣ୍ଡକୁ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇପାରୁନି । ପୁଅକୁ ଭଲ କରିବାକୁ ରାଜସ୍ଥାନର ଅନେକ ସରକାରୀ ଏବଂ ବେସରକାରୀ ମେଡିକାଲରେ ଦେଖାଇଥିଲେ । ମାତ୍ର ପୁଅ ଭଲ ହେବା ପରିବର୍ତ୍ତେ ଅଧିକ ଅସୁସ୍ଥ ହୋଇପଡ଼ିଲା, ଆଉ ଶେଷରେ କୋମାକୁ ଚାଲିଗଲା । ଡାକ୍ତର ମଧ୍ୟ ଆଶା ଛାଡ଼ି ଦେଇ ଫେରାଇଦେଲେ । କିନ୍ତୁ ଆଶା ଛାଡ଼ିନଥିଲେ କୁନି ଛୁଆଟିର ବାପା ।

ଅଧିକ ପଢ଼ନ୍ତୁ--୨୪ ଘଣ୍ଟାର ସଂଘର୍ଷ ପରେ ଆଖି ବୁଜିଲା ମାକେନା ହାତୀ

ମହାପ୍ରଭୁ ଜଗନ୍ନାଥଙ୍କ ଅନେକ ମହିମା କଥା ଶୁଣିଥିଲେ ପ୍ରକାଶ । ଶେଷ ଆଶା ନେଇ ପୁଅକୁ ସାଥିରେ ଧରି ଚାଲିଆସିଥିଲେ ପୁରୀ । ହାତଟେକି ଜଗା ପାଖରେ ସମର୍ପି ଦେଇଥିଲେ ପୁଅକୁ । ଗତ କିଛିଦିନ ତଳେ ସୋସିଆଲ୍ ମିଡିଆରେ ବେସ୍ ଭାଇରାଲ୍ ହୋଇଥିଲା ସେହି ଭିଡିଓ । ଏବେ ଧୀରେ ଧୀରେ ସୁସ୍ଥ ହୋଉଛି ସେହି କୁନି ପିଲାଟି। ଅଧିକ ଚିକିତ୍ସା ପାଇଁ ଏବେ ପ୍ରଶାସନ ପକ୍ଷରୁ କୁନି ପିଲାଟିକୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe