କନକ ବ୍ୟୁରୋ : ଅଭାବ ମଣିଷକୁ ଅସହାୟ କରିଦିଏ , ସବୁ ବ୍ୟବସ୍ଥା ତା’ ପାଇଁ ପଙ୍ଗୁ ପାଲଟିଯାଏ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ ଆସିଥିବା ଏ ଖବର ଏହାର ଏକ ଉଦାହରଣ । ୨ ବର୍ଷର କୁନି ଛୁଆଟି ପୋଡ଼ିଯାଇ ଯନ୍ତ୍ରଣାରେ ଛଟପଟ ହେଉଛି । ନିଜ ଛୁଆକୁ କଷ୍ଟରେ ଦେଖି ସହିପାରୁନାହାନ୍ତି ମା’ ବାପା । ହେଲେ ଚିକିତ୍ସା ପାଇଁ ପାଖରେ ସମ୍ବଳ ନଥିବାରୁ ଘରେ ହିଁ ରଖିଛନ୍ତି ।
ଓଃ! କି କଷ୍ଟ , କେମିତି ବିକଳ ହେଇ କାନ୍ଦୁଛି କୁନିଝିଅ । ଯନ୍ତ୍ରଣାରେ ଛଟପଟ ହେଉଛି । ଶରୀରର ୫୦%ରୁ ଅଧିକ ପୋଡ଼ିଯାଇଛି । ଯନ୍ତ୍ରଣାରେ ଛଟପଟ ହୋଇ ମା’ କୋଳ ଛାଡ଼ୁନି । ମା’ ବି ତାକୁ ନିଜ ପଣତରେ ଘୋଡ଼ାଇଧରିଛି । କାରଣ ଛୁଆର ଚିକିତ୍ସା କରିବାକୁ ତା’ ପାଖରେ ଅର୍ଥବଳ ନାହିଁ । ଗରିବି ତାକୁ ଗୋଡ଼େଇ ଖାଉଛି, ଅସହାୟ କରିଦେଇଛି । ତେଣୁ ସେ ଛାତିକୁ ପଥର କରି ଝିଅକୁ କୋଳରେ ଧରି ନିଜ କୁଡ଼ିଆରେ ଗୁମୁରୁ ଗୁମୁରି କାନ୍ଦୁଛି ।
ଅଭାବ ଅସହାୟତାର ଏ ହୃଦୟ ବିଦାରକ ଖବର ଆସିଛି ଲକ୍ଷ୍ମୀପୁର ବ୍ଲକ ତଳକାଇପଦର ଗାଁରୁ । ମୀନ ହିକ୍କାଙ୍କ ୨ ବର୍ଷର କୁନି ଝିଅ ଗତ ମଙ୍ଗଳବାର ଦିନ ଖେଳୁଖେଳୁ କାଠ ଚୁଲି ନିଆଁରେ ପୋଡ଼ି ଯାଇଛି । ପାଖ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର କହୁଛନ୍ତି, ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାକୁ ନେବାକୁ ପଡ଼ିବ । ହେଲେ ଯେଉଁଠି ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଡ଼ କରିବା କଷ୍ଟ, ଉତ୍ତମ ଚିକିତ୍ସା ଯେମିତି ସ୍ୱପ୍ନ । ସେପଟେ ଲକ୍ଷ୍ମୀପୁର ବିଡିଓ କହିଛନ୍ତି, ଝିଅଟିର ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । କୁନି ଝିଅର ଚିକିତ୍ସା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ମା’ ବାପା ଓ ଗ୍ରାମବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/15/37-2025-08-15-18-09-05.jpg)