Miracle of Lord Jagannath Photograph: (Kanak News)
କନକ ବ୍ୟୁରୋ : କାଳିଆର ମହିମା । କିଏ ବୁଝିପାରିବ । କେତେବେଳେ କେଉଁ ରୂପେ ଆସି ନିଜ ଭକ୍ତର କଷ୍ଟ ଲାଘବ କରିବ, ସେକଥା ସେଇ ବଡ଼ ସାଆନ୍ତେଙ୍କୁ ହିଁ ଜଣା । ଆଉ ତା ଚମତ୍କାରିତା ଭକ୍ତି ହୋଇଥାନ୍ତି ବିଭୋର । ବଡ଼ ଠାକୁରଙ୍କ ସେମିତି ଏକ ଚମତ୍କାରିତାର କଥା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ରାଜସ୍ଥାନ ପାସୱାଡ଼ାର ଜଣେ ଭକ୍ତ ନିଜ ପୁଅକୁ ନେଇ ମହାପ୍ରଭୁଙ୍କ ନିକଟକୁ ଆସିଥିଲେ ।
ଅଧିକ ପଢ଼ନ୍ତୁ : ସବୁ ଜାଳିଦେଲା କିନ୍ତୁ ଜଗାକୁ ଦେଖି ମୁଣ୍ଡ ନୁଆଁଇଲା ନିଆଁ, ଭୟଙ୍କର ଅଗ୍ନିକାଣ୍ଡ ଭିତରେ କାଳିଆକୁ ଦେଖି କାନ୍ଦି ପକାଇଲେ ଅଗ୍ନିଶମବାହିନୀ...
କୋମାରେ ଥିବା ୮ ବର୍ଷର ପୁଅର ସୁସ୍ଥତା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଗତ ନଭେମ୍ବର ୮ତାରିଖରେ ଭାଇରାଲ ହୋଇଥିଲା ସିଂହଦ୍ଵାରର ଏକ ଭାବବିହ୍ୱଳ ଦୃଶ୍ୟ । ନିଜ କୁନି ପୁଅକୁ ଭଲ କରିବା ପାଇଁ ସିଂହଦ୍ଵାରରେ ଆକୁଳ ନିବେଦନ କରୁଥିଲେ ଜଣେ ବାପା । ବାପାଙ୍କ ଭକ୍ତି ଓ ଲୁହଭରା ଆକୁଳ ନିବେଦନ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସାଉଁଟିଥିଲା । ସେ କିଏ ,କେଉଁଠୁ ଆସିଥିଲେ କାହା ପାଖରେ ସଠିକ୍ ତଥ୍ୟ ନଥିଲେ ହେଁ ବେଶ୍ ଭାଇରାଲ ହୋଇଥିଲା ଭିଡିଓ ।
ରାଜସ୍ଥାନରୁ ଆସିଥିବା ସେଇ ବାପ ଜଣକ ଆଜି ପୁଣି ଥରେ ଜଗା ଦର୍ଶନ ପାଇଁ ଆସିଛନ୍ତି । ଆଉ ପୁଅ ଧୀରେ ଧୀରେ ସୁସ୍ଥ ହେଉଥିବା କହି ଭାବବିହ୍ୱଳ ହେଉଛନ୍ତି ବାପା ଜଣକ । କାଳିଆର ମହିମା ପାଇଁ କୋମାରେ ଥିବା କୁନି ପୁଅ, ଏବେ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛି । ମହାପ୍ରଭୁଙ୍କ କୃପାରୁ ଅସୁସ୍ଥ କୁନି ଭକ୍ତର ସ୍ୱାସ୍ଥ୍ୟ ଧୀରେ ଧୀରେ ଭଲ ହେବାରୁ ଆଜି ତାଙ୍କ ପିତାମାତା ମହାପ୍ରଭୁଙ୍କ ନିକଟକୁ ଆସି ମହାପ୍ରଭୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Follow Us