କନକ ବ୍ୟୁରୋ : ବେତନଟୀରେ ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ପରେ ଆକ୍ସନରେ ସରକାର । ରାଜ୍ୟରେ ଚାଲିଥିବା ବିଭିନ୍ନ ବାଲିଘାଟ ଉପରେ ଚଢ଼ାଉକୁ ଜୋରଦାର କରିଛି ପ୍ରଶାସନ । ବେଆଇନ ବାଲି ଉତ୍ତୋଳନରେ ସାମିଲ ଥିବା ଗାଡି ଗୁଡିକୁ ଜବତ କରିବା ସହ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି । ବାଲି ଟ୍ରାକ୍ଟରକୁ ଅଟକାଇବାରୁ ବେତନଟୀ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ ପରେ ଆକ୍ସନ ମୋଡରେ ମୋହନ ସରକାର । ତହସିଲଦାରଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ବାନ୍ଧିବା ସହ ସାରାରାଜ୍ୟରେ ଚଢ଼ାଉ ଜୋରଦାର ହୋଇଛି ।
ଅଧିକ ପଢ଼ନ୍ତୁ-ବନ୍ଦ ହେବ ବାଲି ମାଫିଆଙ୍କ ମନମାନୀ;ପ୍ରଥମଥର ପାଇଁ ଲାଗୁ ହେବ ଏମ୍ଏସ୍ପି
ନଦୀ ପେଟ କୋରି ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ଖବର ପାଇବା ମାତ୍ରେ ଅଚାନକ ଚଢ଼ାଉ କରିଛ ପ୍ରଶାସନ । ଜଗତସିଂହପୁର ପରେ ବାଲେଶ୍ବରରେ ଧରପଗଡ଼ । ସୁବର୍ଣ୍ଣରେଖା ନଦୀରୁ ଅବୈଧ ବାଲି ଉଠାଣ ଓ ପରିବହନ ହେଉଥିବା ଖବର ପାଇ ରାତି ଅଧରେ ଜିଲ୍ଲାପାଳଙ୍କ ନେତୃତ୍ବରେ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ୩୨ଟି ହାଇଓ୍ବା ଜବତ ସହ ୧୦ ଜଣ ଅଟକ ରଖାଯାଇଛି । ଆଗକୁ ବେଆଇନ ବାଲିଘାଟ ଓ ଲଘୁ ଖଣିଜ ଖାଦାନରେ ଚଢ଼ାଉ ଆହୁରି ଜୋରଦାର ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଅଧିକ ପଢ଼ନ୍ତୁ-ସାମ୍ବାଦିକଙ୍କ ଉପରେ ବାଲି ମାଫିଆଙ୍କ ଆକ୍ରମଣ ; ମାରଣାସ୍ତ୍ର ଧରି ଗୋଡ଼ାଇଲେ ମାଫିଆ
ଜଗତସିଂହପୁରରେ ଚୋରା ବାଲି କାରବାରରେ ଲାଗିଥିବା ୪୨ଟି ଡମ୍ପରକୁ ଜବତ କରି ତାଲିକା ପ୍ରସ୍ତୁତ କରୁଛି ଜିଲ୍ଲା ପ୍ରଶାସନ । ଜବତ ଗାଡ଼ିଗୁଡ଼ିକ କାହାର ? କେବେ ଠାରୁ ଏହି ଚୋରା ବାଲି କାରବାରରେ ବ୍ୟବହାର ହେଉଥିଲା? ସେ ନେଇ ତଥ୍ୟ ସଂଗ୍ରହ ଚାଲିଛି । ଆଗକୁ ବାଲି ମାଫିଆଙ୍କ ବିରୋଧରେ ହେବ ବଡ କାର୍ଯ୍ୟାନୁଷ୍ଠାନ । ବେତନଟୀରେ ତହସିଲଦାରଙ୍କୁ ଆକ୍ରମଣ ଘଟଣା ପରେ ମୋହନ ସରକାର କଡା ଆଭିମୁଖ୍ୟ ଆପଣାଇଛନ୍ତି ।
Follow Us