କନକ ବ୍ୟୁରୋ: ବେଆଇନ୍ ବାଲି ଉଠାଣ ଉପରେ ବାଲେଶ୍ବର ଜିଲ୍ଲାପାଳଙ୍କ ରେଡ୍ । ଅବୈଧ ବାଲି ଉଠାଣ ଓ ପରିବହନ ବିରୋଧରେ ଜିଲ୍ଲାପାଳଙ୍କ ନେତୃତ୍ବରେ ଅକସ୍ମାତ୍ ଚଢ଼ାଉ । ଚଢ଼ାଉ ବେଳେ ୩୨ଟି ହାଇଓ୍ବା ଜବତ ସହ ୧୦ ଅଟକ। ସୂଚନା ଅନୁସାରେ, ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ କରି ଚୋରା ଚାଲାଣ ହେଉଥିବା ନେଇ ଖବର ପାଇଥିଲେ ଜିଲ୍ଲାପାଳଙ୍କ ସହ ପ୍ରଶାସନ । ତୁରନ୍ତ ରାତି ଅଧରେ ଜିଲ୍ଲାପାଳ ଏବଂ ଏସପି ମିଳିତ ଭାବରେ ଚଢ଼ାଉ କରିଥିଲେ ।
ଅଧିକ ପଢନ୍ତୁ : ବିପଦରେ ବ୍ରିଜ୍: ବ୍ରିଜ୍ କଡ଼ରୁ ବାଲି ଉଠାଣ ମନା, ସବୁ ବିଭାଗକୁ ଚିଠି ଲେଖିଲା ଗ୍ରାମ୍ୟ ଉନ୍ନୟନ ବିଭାଗ
ଚଢ଼ାଉରେ ବାଲେଶ୍ବର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଏସ୍.ପି. ପ୍ରତ୍ୟୁଷ ଦିବାକର, ଉପ ଜିଲ୍ଲାପାଳ ଶିବ ମାଳବୀୟ ଓ ସିଟି ଡିଏସପି ମନିଷା ଶୌଗୁନ୍ ସାମିଲ ହୋଇଥିଲେ । ଏହାସହିତ ତହସିଲଦାର, ଜଲେଶ୍ୱର ସତ୍ୟଜିତ ମହାନ୍ତି ଓ ତାଙ୍କ ଦଳ, ସହିତ ସ୍ଥାନୀୟ ଆରକ୍ଷୀ ନିରୀକ୍ଷକ ଉପସ୍ଥିତ ଥିଲେ । ଏହି ସଫଳ ଅପରେସନ୍ ଦ୍ବାରା ଅବୈଧ ଖନନ ଓ ବାଲି ବ୍ୟବସାୟରେ ଲିପ୍ତ ମାଫିଆ ମାନଙ୍କ ଉପରେ କଠୋର ସନ୍ଦେଶ ପହଞ୍ଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/27/balasore-2025-11-27-08-13-24.jpg)