ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ଘର କଳି, ବାଜି ରାଉତ ଛାତ୍ରାବାସ ଜମିକୁ ନେଇ ବଢ଼ିଲା ବିବାଦ

Advertisment

ପୁଅ ଓ ବୋହୂଙ୍କ ନାଁରେ ଛାତ୍ରାବାସର ଜମି ହାତେଇବାକୁ ମସୁଧା ସହ ନିର୍ୟାତନାର ଅଭିଯୋଗ ଆଣିଛନ୍ତି ନବକୃଷ୍ଣ ଓ ମାଳତିଙ୍କ ଝିଅ କୃଷ୍ଣା ମହାନ୍ତି ।  ଛାତ୍ରାବାସ ନାଁରେ ପଟ୍ଟା ହେବା ପରେ ନିର୍ଯାତନା ଆହୁରି ବଢିଛି । ଭୟରେ କୃଷ୍ଣା ଏବେ ଛାତ୍ରାବାସରେ ଥିବା ନବ-ମାଳତୀ କୁଟୀରରେ ଆଶ୍ରୟ ନେବା ସହ ଆଶ୍ରମର ସୁରକ୍ଷା ଲୋଡିଛନ୍ତି । 

ପୁଅ ଓ ବୋହୂଙ୍କ ନାଁରେ ଛାତ୍ରାବାସର ଜମି ହାତେଇବାକୁ ମସୁଧା ସହ ନିର୍ୟାତନାର ଅଭିଯୋଗ ଆଣିଛନ୍ତି ନବକୃଷ୍ଣ ଓ ମାଳତିଙ୍କ ଝିଅ କୃଷ୍ଣା ମହାନ୍ତି ।  ଛାତ୍ରାବାସ ନାଁରେ ପଟ୍ଟା ହେବା ପରେ ନିର୍ଯାତନା ଆହୁରି ବଢିଛି । ଭୟରେ କୃଷ୍ଣା ଏବେ ଛାତ୍ରାବାସରେ ଥିବା ନବ-ମାଳତୀ କୁଟୀରରେ ଆଶ୍ରୟ ନେବା ସହ ଆଶ୍ରମର ସୁରକ୍ଷା ଲୋଡିଛନ୍ତି । 

odisha

କନକ ବ୍ୟୁରୋ : ଦିବଙ୍ଗତ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ଦ୍ବାରା ପ୍ରତିଷ୍ଠିତ ବାଜି ରାଉତ ଛାତ୍ରାବାସ ବିବାଦ ଘେରକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ । ଛାତ୍ରାବାସକୁ ଦାନ ଜମି ଚିହ୍ନଟ ପରେ ଆରମ୍ଭ ହୋଇଛି ପାଚେରୀ ନିର୍ମାଣ । ଏହି ଜମିକୁ ନେଇ ନବକୃଷ୍ଣଙ୍କ ପରିବାର ମଧ୍ୟରେ ବଢିଛି ଘର କଳି । ପୁଅ ଓ ବୋହୂଙ୍କ ନାଁରେ ଛାତ୍ରାବାସର ଜମି ହାତେଇବାକୁ ମସୁଧା ସହ ନିର୍ୟାତନାର ଅଭିଯୋଗ ଆଣିଛନ୍ତି ନବକୃଷ୍ଣ ଓ ମାଳତିଙ୍କ ଝିଅ କୃଷ୍ଣା ମହାନ୍ତି ।  ଛାତ୍ରାବାସ ନାଁରେ ପଟ୍ଟା ହେବା ପରେ ନିର୍ଯାତନା ଆହୁରି ବଢିଛି । ଭୟରେ କୃଷ୍ଣା ଏବେ ଛାତ୍ରାବାସରେ ଥିବା ନବ-ମାଳତୀ କୁଟୀରରେ ଆଶ୍ରୟ ନେବା ସହ ଆଶ୍ରମର ସୁରକ୍ଷା ଲୋଡିଛନ୍ତି । 

ଅଧିକ ପଢ଼ନ୍ତୁ : ପ୍ରତିଶ୍ରୁତି ଦେଇ ପୂରଣ କଲେନି ପୂର୍ବ ସରକାର । ଜରିପାଲ ଭରସାରେ ବାଜି ରାଉତ ଛାତ୍ରାବାସ

 ମାଆ କୃଷ୍ଣାଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହି ପାଲଟା ଅଭିଯୋଗ ଆଣିଛନ୍ତି ପୁଅ ଅମ୍ଲାନ। ୧୯୯୬ରେ ଜାଲ ୱିଲ୍ କରି ଆଈ ମାଳତୀ ଦେବୀଙ୍କ ଜମି ହଡ଼ପ କରାଯାଇଛି । ରୋଗରେ ଆଈ ପୀଡିତ ଥିବାର ସୁଯୋଗ ନେଇ କିଛି ବ୍ୟକ୍ତି ଏହି ସମୟରେ ୱିଲ୍ କରାଇଛନ୍ତି । ଛାତ୍ରାବାସ ନାଁରେ ଥିବା ୨.୨୩ ଏକର ଜମି ଛାତ୍ରାବାସର ନୁହେଁ । ନାତି ହିସାବରେ ଏ ଜମି ଉପରେ ଅଧିକାର ଥିବା କହିଛନ୍ତି ଅମ୍ଲାନ। ଛାତ୍ରାବାସରେ ହେଉଥିବା ଅନ୍ୟାୟକୁ ବିରୋଧ କରିବାରୁ ତଡି ଦିଆଯାଉଛି । କିଛି ଖଳ ପ୍ରକୃତିର ଲୋକ ମାଆଙ୍କ ଜରିଆରେ ଜମି ହାତେଇବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି ଉଭୟ ପୁଅ ଓ ବୋହୂ । ଦାନ ଜମିକୁ ନିଜ ଅଧିନକୁ ଫେରାଇ ଆଣିବାକୁ ଏବେ କୋର୍ଟରେ ପହଞ୍ଚିଛନ୍ତି ମାଳତୀ ଦେବୀଙ୍କ ନାତି ଅମ୍ଲାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe