ଭତ୍ତା ଟଙ୍କା ନେଇ ଫେରୁଥିଲେ ଦିବ୍ୟାଙ୍ଗ ଛାତ୍ର, ବାଟରେ ଝୁଣି ଝୁଣି ମାରିଦେଲେ କୁକୁର

Advertisment

ଏହାରି ଭିତରେ ଯାଜପୁର ଜିଲ୍ଲା କାଳିଆପାଣି ଅଞ୍ଚଳରୁ ଆସିଛି ଦୁଃଖଦ ଖବର। କୁକୁର କାମୁଡ଼ାରେ ଜଣେ ଦିବ୍ୟାଙ୍ଗ ଛାତ୍ରର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ମଙ୍ଗଳ। ନଭେମ୍ବର ୧୫ ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟରୁ  ଭତ୍ତା ଟଙ୍କା ନେଇ ଫେରୁଥିବା ବେଳେ ବୁଲା କୁକୁର କାମୁଡ଼ାର ଶିକାର ହୋଇଥିଲା। ପରିବାର ଲୋକ ଦୀର୍ଘ ଦିନ ଧରି ଜଡି ବୁଟି ଚିକିତ୍ସା କରିବା ପରେ ଭଲ ନହେବାରୁ ଦୁଇଦିନ ତଳେ କଟକ ଚିକିତ୍ସା ପାଇଁ ପରିବାର ଲୋକ ନେଇଥିଲେ।

Updated On

ଅଦ୍ୟତନ ହୋଇଛି
DOG

କନକ ବ୍ୟୁରୋ : ବୁଲା କୁକୁର ଓ ପାଗଳା କୁକୁରଙ୍କ କାମୁଡ଼ାରେ ପ୍ରତିଦିନ କେହିନା କେହି ଶିକାର ହେଉଛନ୍ତି । ଡାକ୍ତରଖାନାରେ କିଛି ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ଆଉ କିଛି ଆକ୍ରାନ୍ତ ଜଡ଼ିବୁଟି ବା ଘରୋଇ ଚିକିତ୍ସା କରୁଛନ୍ତି । କିଛି ସୁସ୍ଥ ହେଉଥିବା ବେଳେ ଆଉ କିଛି ମୃତ୍ୟୁ ମୁଖରେ ପଡୁଛନ୍ତି । ଏହାରି ଭିତରେ ଯାଜପୁର ଜିଲ୍ଲା କାଳିଆପାଣି ଅଞ୍ଚଳରୁ ଆସିଛି ଦୁଃଖଦ ଖବର। କୁକୁର କାମୁଡ଼ାରେ ଜଣେ ଦିବ୍ୟାଙ୍ଗ ଛାତ୍ରର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ମଙ୍ଗଳ। ନଭେମ୍ବର ୧୫ ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟରୁ  ଭତ୍ତା ଟଙ୍କା ନେଇ ଫେରୁଥିବା ବେଳେ ବୁଲା କୁକୁର କାମୁଡ଼ାର ଶିକାର ହୋଇଥିଲା। ପରିବାର ଲୋକ ଦୀର୍ଘ ଦିନ ଧରି ଜଡି ବୁଟି ଚିକିତ୍ସା କରିବା ପରେ ଭଲ ନହେବାରୁ ଦୁଇଦିନ ତଳେ କଟକ ଚିକିତ୍ସା ପାଇଁ ପରିବାର ଲୋକ ନେଇଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ନାବାଳର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁରେ ସରପଞ୍ଚ କନକଲତା ସର୍ଦ୍ଦାର ଓ ସମାଜ‌ସେବୀ ଦେବରାଜ ପରିଡ଼ା ଦୁଃଖ ପ୍ରକାଶ କରିଛନ୍ତି। ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ : ଖବର ବାଜିଲା ବିଏମସି ନିଦ ଭାଙ୍ଗିଲା, ଭୁବନେଶ୍ବରରେ କେତେ ଅଛନ୍ତି ବୁଲା କୁକୁର ଶେଷରେ ସଂଖ୍ୟା ଦେଲା ବିଏମସି...

ସୂଚନା ଥାଉ କି, ବୁଲା କୁକୁର ପ୍ରସଙ୍ଗରେ ରାଜ୍ୟ ଠାରୁ ନେଇ କେନ୍ଦ୍ର, ହାଇକୋର୍ଟଙ୍କ ଠାରୁ ନେଇ ସୁପ୍ରିମକୋର୍ଟରେ ବିତର୍କ ଜାରି ରହିଛି । ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟରେ ବୁଲା କୁକୁର ଉଦ୍ଧାର, ସହ କୁକୁରଙ୍କ ବନ୍ଧ୍ୟାକରଣକୁ ବି ପ୍ରାଧାନ୍ୟ ଦିଆ ଯାଉଛି । ଏତେସବୁ ପରେ ବି ବୁଲାକୁକୁରଙ୍କ ଉତ୍ପାତ କମିବାରେ ନାଁ ନେଉନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe