କନକ ବ୍ୟୁରୋ : ସ୍ବାଭିମାନ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର , ପାହାଡ଼ ଉପରେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ । ନେଟୱର୍କ ନ ଥିବାରୁ ପାହାଡ଼ ଉପରେ ଆସୁଥିବା ନେଟୱର୍କ ସ୍ଥାନରୁ ଚାଲିଛି ପଞ୍ଚାୟତ ଅଫିସ । ସ୍ବାଭିମାନ ଅଞ୍ଚଳର ରାଲେଗଡ଼ା ପଞ୍ଚାୟତର ଅଧିକାଂଶ ସ୍ଥାନରେ ନେଟୱର୍କ ନାହିଁ । ତେଣୁ ପ୍ରତି ବୁଧବାର ବାନାଝୁଲି ହାଟ ନିକଟରେ ଏକାଠି ହୁଅନ୍ତି ପଞ୍ଚାୟତବାସୀ । ହାଟ ବଜାର ସହ ପଞ୍ଚାୟତ କାମ ଲାଗି ପହଞ୍ଚନ୍ତି ବାନାଝୁଲିରେ । ପାହାଡ଼ ଉପରେ ସବୁବେଳେ ଏମିତି ଏକାଠି ହୁଅନ୍ତି କର୍ମଚାରୀ । ଲୋକଙ୍କୁ ସରକାରୀ ସୁବିଧା ଲାଗି ବିଭିନ୍ନ ଅନଲାଇନ କାମ ନିମନ୍ତେ ଇଣ୍ଟରନେଟ ଥିବା ସ୍ଥାନରେ ଲୋକଙ୍କୁ ସୁବିଧା ଯୋଗାନ୍ତି ।
ଆଦିବାସୀ ଝିଅ ହେଲେ ସିଭିଲ୍ ଜଜ୍ …୨ ଦିନ ପୂର୍ବରୁ ଜନ୍ମ ଦେଇଥିଲେ ଛୁଆ ,୨୫୦ କି.ମି ଯାତ୍ରା କରି ଦେଲେ ପରୀକ୍ଷା
ଗ୍ରାହକ ସେବା କେନ୍ଦ୍ର ମଧ୍ୟ ସେଠାରେ । କିଏ ୫ କିଲୋମିଟର ତ ଆଉ କିଏ ୧୦ କଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ କରି ଡିଜିଟାଲ ସେବା ପାଇବା ଲାଗି ପାହାଡ ଉୁପରକୁ ଛୁଟି ଆସୁଛନ୍ତି । ତେବେ ପ୍ରଶ୍ନ ଉଠୁଛି ଯେଉଁ ସ୍ବାଭିମାନ ଅଂଚଳ ପ୍ରତି ସରକାରଙ୍କ ଏତେ ଫୋକସ ରହୁଥିଲା, ହଠାତ ସରକାରଙ୍କ ଦୃଷ୍ଟି ଆଢୁଆଳରୁ ସ୍ବାଭିମାନ ଅଂଚଳ ହଟିଲା କେମିତି ।
ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର
ଗତ ୨୦୨୮ ଜୁଲାଇରେ ଉଦ୍ଘାଟିତ ହୋଇଥିଲା ଗୁରୁପ୍ରିୟା ସେତୁ
୨୦୧୯ ନିର୍ବାଚନ ପରେ ସ୍ବାଭିମାନ ଅଞ୍ଚଳରେ ବଣ୍ଟାଯାଇଥିଲା ମୋବାଇଲ
ଅଞ୍ଚଳର ୯ ଟି ପଞ୍ଚାୟତରେ ବଣ୍ଟାଯାଇଛି ୧୦ ହଜାର ସ୍ମାର୍ଟଫୋନ୍
ସ୍ବାଭିମାନ ଅଞ୍ଚଳର ୧୫୧ଟି ଗାଁ ଲାଗି ସ୍ଥାପନ ହୋଇଛି ୩୦ରୁ ଊର୍ଦ୍ଧ୍ବ ମୋବାଇଲ ଟାୱାର
ଅଥଚ ୩୦ ରୁ ମାତ୍ର ୧୨ଟି ମୋବାଇଲ ଟାୱାର ହୋଇଛି କାର୍ଯ୍ୟକ୍ଷମ
ଆହୁରି ୨୦ ଟାୱାର ଲାଗିବାର କାର୍ଯ୍ୟକ୍ରମ ରହିଛି
ରାଜ୍ୟର ଅନେକ ଗାଁରେ ନାହିଁ ନେଟ୍ୱର୍କ
ଓଡ଼ିଶାର ଅନେକ ଗାଁରେ ଏବେ ବି ପହଞ୍ଚିପାରିନି ମୋବାଇଲ୍ ନେଟ୍ୱର୍କ
ନେଟ୍ୱର୍କ ପାଇବାରୁ ବଞ୍ଚିତ ୨୬୦୩ ଗାଁ
ଏବେ ବି ଗାଁ ଲୋକ ଧରିନାହାନ୍ତି ମୋବାଇଲ୍
ଗାଁରେ ପହଞ୍ଚିପାରୁନି ମୋବାଇଲ୍ ସେବା
ଓଡ଼ିଶାର ୩୦ ଜିଲ୍ଲାରେ ଅଛି ମୋଟ ୫୧,୧୭୬ ଗାଁ
୨୬୦୩ ଗାଁରେ ପହଞ୍ଚିନି ନେଟ୍ୱର୍କ
ଆଦିବାସୀ ଅଧ୍ୟୁଷିତ କନ୍ଧମାଳର ଅଧିକାଂଶ ଗାଁରେ ନେଟ୍ୱର୍କ ଶୂନ
କନ୍ଧମାଳରେ ୩୭୫ ଗାଁକୁ ଆସୁନି ନେଟ୍ୱର୍କ
ରାୟଗଡ଼ା, ଗଜପତିର କିଛି ଗାଁରେ ସମାନ ସ୍ଥିତି
କୋରାପୁଟ ଓ ମାଲକାନଗିରି ପାଇଁ ବି ନେଟୱର୍କ ଅପହଞ୍ଚ
ନେଟ୍ୱର୍କ ପାଇଁ କିଏ ପାହାଡ଼ ଚଢ଼ୁଛି ତ କିଏ ଘର ଛାଡ଼ୁଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/22/panchayat-office-2025-10-22-16-38-38.jpg)