ବାଟବଣା ଡିଜିଟାଲ୍‌ ଇଣ୍ଡିଆ ! ଦୁର୍ଗମ ଅଞ୍ଚଳରେ ମିଳୁନି ମୋବାଇଲ ସେବା, ଗଛ ଚଢ଼ିଲେ ଆସୁଛି ନେଟ୍‌ୱର୍କ

Advertisment

କଙ୍କଡ଼ାହାଡ଼ ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ପଡ଼ିବ କଣ୍ଡାର । ଯେଉଁଠି ଡିଜିଟାଲ୍‌ ଇଣ୍ଡିଆ ସ୍ବପ୍ନ। ଘଞ୍ଚ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ମଣିଷ ପାଇଁ ଦିବା ସ୍ୱପ୍ନ ମୋବାଇଲ ସେବା । କଣ୍ଡାର, କାଟେଣି, ବଳଦିଆବସା, ବରଡ଼କୋଟା ଆଦି ଗାଁର ପାଖାପାଖି ୨ଶହ ପରିବାର ଇଣ୍ଟରନେଟ୍‌ କ’ଣ ଜାଣିନି ।

କଙ୍କଡ଼ାହାଡ଼ ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ପଡ଼ିବ କଣ୍ଡାର । ଯେଉଁଠି ଡିଜିଟାଲ୍‌ ଇଣ୍ଡିଆ ସ୍ବପ୍ନ। ଘଞ୍ଚ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ମଣିଷ ପାଇଁ ଦିବା ସ୍ୱପ୍ନ ମୋବାଇଲ ସେବା । କଣ୍ଡାର, କାଟେଣି, ବଳଦିଆବସା, ବରଡ଼କୋଟା ଆଦି ଗାଁର ପାଖାପାଖି ୨ଶହ ପରିବାର ଇଣ୍ଟରନେଟ୍‌ କ’ଣ ଜାଣିନି ।

Mobile Network

Mobile Network Photograph: (Kanak News)

କନକ ବ୍ୟୁରୋ : ଦେଶ ତଥା ରାଜ୍ୟରେ ଏବେ ଚାଲିଛି ଡିଜିଟାଲ ସରକାର । ଗାଁ ଠାରୁ ସହର ସବୁଠାରେ ଡିଜିଟାଲ ଇଣ୍ଡିଆର ନାରା । କିନ୍ତୁ ବାସ୍ତବରେ ଏହା କେବଳ ଏକ ପ୍ରଚାର ମଧ୍ୟରେ ସୀମିତ । ଆଜିବି ଗାଁ ଗହଳିର ଲୋକ ପାଉନାହାନ୍ତି ମୋବାଇଲ ସେବା । କେଉଁଠି ଗଛ ଚଢ଼ିବାକୁ ହେଉଛି, ନହେଲେ ପାହାଡ଼ ଚଢ଼ିଲେ ଫୋନ୍‌ରେ ଆସୁଛି ନେଟ୍‌ୱର୍କ ।

କଙ୍କଡ଼ାହାଡ଼ ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ପଡ଼ିବ କଣ୍ଡାର । ଯେଉଁଠି ଡିଜିଟାଲ୍‌ ଇଣ୍ଡିଆ ସ୍ବପ୍ନ। ଘଞ୍ଚ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ମଣିଷ ପାଇଁ ଦିବା ସ୍ୱପ୍ନ ମୋବାଇଲ ସେବା । କଣ୍ଡାର, କାଟେଣି, ବଳଦିଆବସା, ବରଡ଼କୋଟା ଆଦି ଗାଁର ପାଖାପାଖି ୨ଶହ ପରିବାର ଇଣ୍ଟରନେଟ୍‌ କ’ଣ ଜାଣିନି । ଘର ଭିତରେ ନେଟ୍‌ୱର୍କ ଆସୁନି, ପାହାଡ଼ ଓ ଗଛରେ ଚଢ଼ି ମୋବାଇଲ୍‌ରେ କଥା ହେଉଛନ୍ତି ଲୋକେ ।

ଅଧିକ ପଢ଼ନ୍ତୁ : ୨୫ ବର୍ଷ ହେଲା ଭତ୍ତା ପାଇଁ ଦୌଡ଼ି ଦୌଡ଼ି ନିରାଶ; ବାବୁଙ୍କ ଆଖିରେ ପଡ଼ୁନି ଦୁଃଖ

ନେଟ୍‌ୱର୍କ ଅଭାବରୁ ବିଭିନ୍ନ ପାଠ୍ୟକ୍ରମ ଓ ସରକାରୀ ସୂଚନାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ଜରୁରୀକାଳୀନ ସେବା ଓ ସରକାରୀ ସୁବିଧା ପାଇଁ ପାହାଡ଼ ଡେଇଁ ୭ କିମି ଚାଲି ମରୁଆବିଲି ଆସିବାକୁ ପଡ଼ୁଛି । ତାହା ପୁଣି ଖରାପ ରାସ୍ତାରେ । ଏନେଇ ଯାହାକୁ ଯେତେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି । ତୁରନ୍ତ ମୋବାଇଲ ଟାୱାର ବସାଇବାକୁ ଦାବି ହୋଇଛି ।

ମନୋରଞ୍ଜନକୁ ବାଦ୍‌ ଦେଲେ ମଧ୍ୟ ଅନ୍ୟାନ୍ୟ ଜରୁରୀ କାମ ପାଇଁ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ଜରୁରୀ । ଏମିତି ପରିସ୍ଥିତିରେ ଏଠାକାର ଲୋକ କେମିତି ଜୀବନ ବିତାଉଥିବେ ଟିକେ ଚିନ୍ତା କରନ୍ତୁ ତ’ । ସରକାର ଆକାଂକ୍ଷୀ ବ୍ଲକ ଓ ଆଦିବାସୀ ଅଞ୍ଚଳ ପାଇଁ କେତେ କଣ ଯୋଜନା କରୁଛନ୍ତି । ବାସ୍ତବରେ ଏ ଯୋଜନାର ଲାଭ କେବେ ଦୁର୍ଗମ ମଣିଷ ପାଇବ ତାକୁ ଅପେକ୍ଷା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe