କନକ ବ୍ୟୁରୋ : ଦେଶ ତଥା ରାଜ୍ୟରେ ଏବେ ଚାଲିଛି ଡିଜିଟାଲ ସରକାର । ଗାଁ ଠାରୁ ସହର ସବୁଠାରେ ଡିଜିଟାଲ ଇଣ୍ଡିଆର ନାରା । କିନ୍ତୁ ବାସ୍ତବରେ ଏହା କେବଳ ଏକ ପ୍ରଚାର ମଧ୍ୟରେ ସୀମିତ । ଆଜିବି ଗାଁ ଗହଳିର ଲୋକ ପାଉନାହାନ୍ତି ମୋବାଇଲ ସେବା । କେଉଁଠି ଗଛ ଚଢ଼ିବାକୁ ହେଉଛି, ନହେଲେ ପାହାଡ଼ ଚଢ଼ିଲେ ଫୋନ୍ରେ ଆସୁଛି ନେଟ୍ୱର୍କ ।
କଙ୍କଡ଼ାହାଡ଼ ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ପଡ଼ିବ କଣ୍ଡାର । ଯେଉଁଠି ଡିଜିଟାଲ୍ ଇଣ୍ଡିଆ ସ୍ବପ୍ନ। ଘଞ୍ଚ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ମଣିଷ ପାଇଁ ଦିବା ସ୍ୱପ୍ନ ମୋବାଇଲ ସେବା । କଣ୍ଡାର, କାଟେଣି, ବଳଦିଆବସା, ବରଡ଼କୋଟା ଆଦି ଗାଁର ପାଖାପାଖି ୨ଶହ ପରିବାର ଇଣ୍ଟରନେଟ୍ କ’ଣ ଜାଣିନି । ଘର ଭିତରେ ନେଟ୍ୱର୍କ ଆସୁନି, ପାହାଡ଼ ଓ ଗଛରେ ଚଢ଼ି ମୋବାଇଲ୍ରେ କଥା ହେଉଛନ୍ତି ଲୋକେ ।
ଅଧିକ ପଢ଼ନ୍ତୁ : ୨୫ ବର୍ଷ ହେଲା ଭତ୍ତା ପାଇଁ ଦୌଡ଼ି ଦୌଡ଼ି ନିରାଶ; ବାବୁଙ୍କ ଆଖିରେ ପଡ଼ୁନି ଦୁଃଖ
ନେଟ୍ୱର୍କ ଅଭାବରୁ ବିଭିନ୍ନ ପାଠ୍ୟକ୍ରମ ଓ ସରକାରୀ ସୂଚନାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ଜରୁରୀକାଳୀନ ସେବା ଓ ସରକାରୀ ସୁବିଧା ପାଇଁ ପାହାଡ଼ ଡେଇଁ ୭ କିମି ଚାଲି ମରୁଆବିଲି ଆସିବାକୁ ପଡ଼ୁଛି । ତାହା ପୁଣି ଖରାପ ରାସ୍ତାରେ । ଏନେଇ ଯାହାକୁ ଯେତେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି । ତୁରନ୍ତ ମୋବାଇଲ ଟାୱାର ବସାଇବାକୁ ଦାବି ହୋଇଛି ।
ମନୋରଞ୍ଜନକୁ ବାଦ୍ ଦେଲେ ମଧ୍ୟ ଅନ୍ୟାନ୍ୟ ଜରୁରୀ କାମ ପାଇଁ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ଜରୁରୀ । ଏମିତି ପରିସ୍ଥିତିରେ ଏଠାକାର ଲୋକ କେମିତି ଜୀବନ ବିତାଉଥିବେ ଟିକେ ଚିନ୍ତା କରନ୍ତୁ ତ’ । ସରକାର ଆକାଂକ୍ଷୀ ବ୍ଲକ ଓ ଆଦିବାସୀ ଅଞ୍ଚଳ ପାଇଁ କେତେ କଣ ଯୋଜନା କରୁଛନ୍ତି । ବାସ୍ତବରେ ଏ ଯୋଜନାର ଲାଭ କେବେ ଦୁର୍ଗମ ମଣିଷ ପାଇବ ତାକୁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/28/mobile-network-2026-02-28-20-04-05.jpg)