୨୦୨୭ ଜନଗଣନା ପାଇଁ ଆଜିଠୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଡିଜିଟାଲ ଜନଗଣନା

ଭୁବନେଶ୍ୱର ସମେତ କଟକ, ମୟୁରଭଞ୍ଜ ଏବଂ ନବରଙ୍ଗପୁର ନିର୍ଦ୍ଧିଷ୍ଟ ସ୍ଥାନରେ ସଂଗ୍ରହ କରାଯିବ ତଥ୍ୟ ।

Digital census

Digital census Photograph: (KanakNews)

କନକ ବ୍ୟୁରୋ:  ୨୦୨୭ ଜନଗଣନା ପାଇଁ ଆଜିଠୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଡିଜିଟାଲ ଜନଗଣନା । ରାଜଧାନୀ ଭୁବନେଶ୍ୱର ସମେତ କଟକ, ମୟୁରଭଞ୍ଜ ଏବଂ ନବରଙ୍ଗପୁରରେ ୩୦ ତାରିଖ ଯାଏ ଚାଲିବ ଗଣନା । ଭୁବନେଶ୍ୱର ମହାନଗର ନିଗମର ୨୨ ନମ୍ବର ୱାର୍ଡ, କଟକର ୧୭ ନମ୍ବର ୱାର୍ଡ, ନବରଙ୍ଗପୁରର ତେନ୍ତୁଲିଖୁଣ୍ଟି  ଏବଂ ମୟୂରଭଞ୍ଜର ଠାକୁର ମୁଣ୍ଡାରେ ହେବ ପ୍ରାକ୍ ଡିଜିଟାଲ ଜନଗଣନା ।

ରାଜଧାନୀର ହେବ ନବକଳେବର ; ଉପକଣ୍ଠରେ ଥିବା ଅନେକ ପଞ୍ଚାୟତ ହେବ ସାମିଲ

ସର୍ବଭାରତୀୟ ସ୍ତରରେ ୩୪ ଲକ୍ଷ ଶିକ୍ଷକ କରିବେ ଏହି ଡିଜିଟାଲ ଜନଗଣନା । ଡିଜିଟାଲ ପ୍ରକ୍ରିୟାରେ ପେପର ନୁହେଁ ମୋବାଇଲ ଆପରେ ହେବ ଜନ ଗଣନା । ଜିଲ୍ଲା ଜନଗଣନା ତଥ୍ୟ ସମନ୍ବିତ ପୁସ୍ତକରେ ରହିବ ଗ୍ରାମ/ ସହର, ଜିଲ୍ଲାର ସମସ୍ତ ଭିଭିଭୂମି ଓ ନଗରୀୟ ସୁବିଧା। ବିସ୍ତୃତ ଜନସଂଖ୍ୟା ସମ୍ବନ୍ଧୀୟ ସାମାଜିକ ଓ ଅର୍ଥନୈତିକ ସୂଚନା ମଧ୍ୟ ଏଥିରେ ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe