କନକ ବ୍ୟୁରୋ : ଗାଁ ହେବ ସହର, ମିଳିବ ସହରୀ ସୁବିଧା ସୁଯୋଗ । ଭୁବନେଶ୍ୱର ଉପକଣ୍ଠରେ ଥିବା ଅନେକ ପଞ୍ଚାୟତର କିଛି କିଛି ଗାଁ ଏବେ ସାମିଲ ହେବ ବିଏମ୍‌ସିରେ । ଏନେଇ ବିଚାର ବିମର୍ଷ ଚାଲିଛି , ବହୁତ ଗାଁ ସମସ୍ତ ତଥ୍ୟ ବିଏମ୍‌ସିକୁ ଦେଇଛନ୍ତି । ଯାହାକୁ ନେଇ ଏବେ ବିଏମସି ସ୍ତରରେ ତର୍ଜମା କରାଯାଉଛି । ପରେ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ ବିଏମ୍‌ସି । 

Advertisment

ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରସ୍ତାବ ଆସିଛି । ଭୁବନେଶ୍ୱର ଉପକଣ୍ଠର କିଛି ପଞ୍ଚାୟତର ଗାଁ ବିଏମସିରେ ସାମିଲ ହେବ । ଏନେଇ ଅନେକ ଗାଁ ନିଜ ନିଜର ତଥ୍ୟ ବିଏମସିକୁ ଦେଇଛନ୍ତି । କେତେ ଅଞ୍ଚଳ ଯୋଡ଼ିହେବ, ମେଣ୍ଟେନାନ୍ସ ଓ ସର୍ଭିସ୍ ପାଇଁ କେତେ ଖର୍ଚ୍ଚ ହେବ ତାହାକୁ ନେଇ ଏକ ବୈଠକ ହେବ । ପରେ ରାଜ୍ୟ ସରକାରଙ୍କୁ ସବୁ ତଥ୍ୟ ଦିଆଯିବ । ସେହିଭଳି ଭୁବନେଶ୍ୱରରେ ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ଆଗକୁ ଆହୁରି ନୂଆ ୩ ୱାର୍ଡକୁ ପ୍ରସ୍ତୁତ କରାଯିବ ।

ଅଧିକ ପଢ଼ନ୍ତୁ--ବିଶ୍ବ ବିଜୟିନୀଙ୍କୁ ଟାଟାର ବଡ଼ ଉପହାର; ପ୍ରତି ଖେଳାଳିଙ୍କୁ ମିଳିବ ସ୍ବତନ୍ତ୍ର SUV କାର୍

ଖାଲି ପରିସୀମା ବଢାଇଲେ ହେବନି ସହରୀକରଣ ପାଇଁ ବିଏମ୍‌ସିକୁ ମାନବ ସମ୍ବଳ ବଢାଇବାକୁ ପଡ଼ିବ । ତା’ଛଡ଼ା ସହରୀକରଣ ନାଁ ରେ ଚାଷ ଜମି ତଥା ଜଙ୍ଗଲ ଜମିକୁ ବଳି ପକାଇବା ପରିବର୍ତ୍ତେ ବର୍ତ୍ତମାନ ଥିବା ସହରବାସୀଙ୍କୁ ମୌଳିକ ସୁବିଧା ପ୍ରଦାନ କରିବା ଜରୁରୀ ବୋଲି କହିଛନ୍ତି ଅର୍ବାନ ପ୍ଲାନର । ଗତ ୨୦୨୨ ରେ ୩ଟି ଜୋନ୍‌କୁ ୬ ଜୋନ୍‌ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ବିଏମ୍‌ସି , ଏହାକୁ ଅନୁମୋଦନ ମଧ୍ୟ ମିଳିଛି ।  ସମୟ ସୀମା ମଧ୍ୟରେ ଏଥିପାଇଁ ମାନବ ସମ୍ବଳ ବଢେଇବା ପାଇଁ ବ୍ୟବସ୍ଥା କରାଯାଉଛି । ସରକାରଙ୍କୁ ଏନେଇ ଅବଗତ କରାଯାଇଛି , ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ।