ଅଭିନୟରୁ ନୁହେଁ ପରିବାର ପାଇଁ ବ୍ରେକ୍ ନେଇଥିଲି : ବିକ୍ରାନ୍ତ ମେସି

Advertisment

ବିକ୍ରାନ୍ତ ମେସି ବଲିଉଡର ଜଣାଶୁଣା ଅଭିନେତା ନିଜର ଅଭିନୟ ପାଇଁ ଖୁବ ଚର୍ଚ୍ଚିତ ।୨୦୨୪ରେ ସେ ନିଜର ଅଭିନୟ ଜୀବନରୁ ବ୍ରେକ୍ ନେବା ଘୋଷଣା କରିଥିଲେ । ବିକ୍ରାନ୍ତ ନିଜର ଭାଇରାଲ ସନ୍ନ୍ୟାସ ନେବା ବିଷୟରେ କହିଛନ୍ତି ଯେ ସେ ଅଭିନୟରୁ କୌଣସି ସନ୍ନ୍ୟାସ ନେଇନଥିଲେ ତାଙ୍କ ପୋଷ୍ଟରୁ ଲୋକଙ୍କୁ ଭୁଲଧାରଣ ଆସିଥିଲା

ବିକ୍ରାନ୍ତ ମେସି ବଲିଉଡର ଜଣାଶୁଣା ଅଭିନେତା ନିଜର ଅଭିନୟ ପାଇଁ ଖୁବ ଚର୍ଚ୍ଚିତ ।୨୦୨୪ରେ ସେ ନିଜର ଅଭିନୟ ଜୀବନରୁ ବ୍ରେକ୍ ନେବା ଘୋଷଣା କରିଥିଲେ । ବିକ୍ରାନ୍ତ ନିଜର ଭାଇରାଲ ସନ୍ନ୍ୟାସ ନେବା ବିଷୟରେ କହିଛନ୍ତି ଯେ ସେ ଅଭିନୟରୁ କୌଣସି ସନ୍ନ୍ୟାସ ନେଇନଥିଲେ ତାଙ୍କ ପୋଷ୍ଟରୁ ଲୋକଙ୍କୁ ଭୁଲଧାରଣ ଆସିଥିଲା

Vikrant-Massey

Photograph: (kanak news)

କନକ ବ୍ୟୁରୋ: ବିକ୍ରାନ୍ତ ମେସି ବଲିଉଡର ଜଣାଶୁଣା ଅଭିନେତା ନିଜର ଅଭିନୟ ପାଇଁ ଖୁବ ଚର୍ଚ୍ଚିତ । ୨୦୨୪ରେ ସେ ନିଜର ଅଭିନୟ ଜୀବନରୁ ବ୍ରେକ୍ ନେବା ଘୋଷଣା କରିଥିଲେ । କିନ୍ତୁ ସେତେବେଳେ ମଧ୍ୟ ଫିଲ୍ମରେ କାମ କରୁଥିଲେ । ଏହି ଘଟଣାକୁ ନେଇ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଏକ ଭୁଲ ଧାରଣ ସୃଷ୍ଟି ହୋଇଥିଲା ଯେ ସେ ଅଭିନୟ ଜଗତରୁ ସନ୍ନ୍ୟାସ ନେଇଛନ୍ତି କିନ୍ତୁ ଏବେ  ଏ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି   ।

ବିକ୍ରାନ୍ତ ନିଜର ଭାଇରାଲ ସନ୍ନ୍ୟାସ ନେବା ବିଷୟରେ କହିଛନ୍ତି ଯେ ସେ ଅଭିନୟରୁ କୌଣସି ସନ୍ନ୍ୟାସ ନେଇ ନଥିଲେ   ।  ବିକ୍ରାନ୍ତ ସ୍ପଷ୍ଟ ଭାବରେ କହିଛନ୍ତି ସେ ଆକ୍ଟିଙ୍ଗରୁ କୌଣସି ସନ୍ନ୍ୟାସ ନେଇନାହାନ୍ତି ବରଂ ସେ ଅନେକ ଗୁଡିଏ ଫିଲ୍ମ କରିବା ଭିତରେ ଥକି ଯାଇଥିଲେ ତେଣୁ ତାଙ୍କୁ ଏପରି ନିଷ୍ପତ୍ତି ନେବାକୁ ପଡିଥିଲା ସେ ନିଜର X ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ମାଧ୍ୟମରେ ଯେତିକି ଲିମିଟେଡ ଶଦ୍ଦଦ୍ୱାରା ହେଇପାରିବ ସେ ସମସ୍ତଙ୍କ ପାଖରେ ନିଜର ଖବର ପହଁଞ୍ଚାଇବାକୁ ଚାହିଁଥିଲେ ମାତ୍ର ତାହା ସଠିକ ଭାବରେ ଫ୍ୟାନ୍ସ ପାଖରେ ପହଁଞ୍ଚି ନଥିଲା  । ସେ କେବଳ ଏକ ବ୍ରେକ୍ ନେବାକୁ ଚାହୁଁଥିଲେ ।

 ଆହୁରି ପଢନ୍ତୁ : ନୀତିଶ ସରକାରଙ୍କ ବଡ଼ ଘୋଷଣା ; ସହିଦଙ୍କ ପରିବାରକୁ ମିଳିବ ଏକ ଏକର ଜମି

ବିକ୍ରାନ୍ତ ମେସି ବଲିଉଡର ଜଣେ ଦକ୍ଷ ଅଭିନେତା  । ସେ ଯାହା ବି ଅଭିନୟ କରନ୍ତି ତାହା ନିଖୁଣ ହୋଇଥାଏ, । ୨୦୨୩ରେ ତାଙ୍କ ଏକ ଫିଲ୍ମ 12th fail ରିଲିଜ ହେଇଥିଲା । ଯାହାପାଇଁ ତାଙ୍କୁ ପ୍ରଥମ ଥର ପାଇଁ ଅଭିନୟରେ ଜାତୀୟ ପୁରସ୍କାର ମିଲିଥିଲା  । ଏହି ଫିଲ୍ମ ପରେ ସେ ସଫଳତାର ପାହାଚ ଚଢୁଥିଲେ ସେତେବେଳେ ହିଁ ସେ ସୋସିଆଲ ମିଡିଆ ଆକାଉଣ୍ଟରେ  ପୋଷ୍ଟ କରି ବିରତି ନେବା କଥା ଜଣାଇଥିଲେ  । ସେ ଅଭିନୟରୁ କିଛି ସମୟ ବ୍ରେକ ନେଇ ନିଜ ପରିବାରକୁ ସମୟ ଦେବାକୁ ଚାହୁଁଥିଲେ । କିନ୍ତୁ ଏହା ତାଙ୍କ ଫ୍ୟାନ୍ସଙ୍କ ମନକୁ ଆଘାତ ଲାଗିଥିଲା  ।

ସୂଚନା ଅନୁସାରେ ଜଣାଯାଉଛି ଯେ ବିକ୍ରାନ୍ତ ମେସି ଖୁବ୍  ଶୀଘ୍ର ଶାହିଦ୍  କପୁରଙ୍କ ଏକ ଫିଲ୍ମ" ଓ ରୋମିଓରେ" ନଜର ଆସିବାକୁ ଯାଉଛି । ଯେଉଁଥିରେ ସେ ଏକ ସ୍ୱତନ୍ତ୍ର ଭୂମିକାରେ ଆସିବାକୁ ଯାଇଛନ୍ତି । ଫିଲ୍ମଟି ୧୩ ଫେବୃଆରୀରେ ରିଲିଜ ହେବାକୁ ଯାଇଛି । ଏହାପରେ ନେଟଫ୍ଲିକ୍ସ ସିରିଜ୍ "ମୁସାଫିର କାଫେ"ରେ ନଜର ଆସିବେ, ଯାହାକୁ ସେ ମଧ୍ୟ ପ୍ରଯୋଜନା କରିଛନ୍ତି  ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe