କନକ ବ୍ୟୁରୋ : ଦେଶ ସେବାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକଙ୍କ ପରିବାର ପାଇଁ ଏକ ସମ୍ବେଦନଶୀଳ ନିଷ୍ପତ୍ତି ନେଇଛନ୍ତି ବିହାରର ନୀତିଶ କୁମାର ସରକାର । ରାଜସ୍ୱ ଓ ଭୂମି ସଂସ୍କାର ବିଭାଗ ସହିଦ ସୈନିକଙ୍କ ଆଶ୍ରିତମାନଙ୍କୁ ସରକାରୀ ଜମି ବଣ୍ଟନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିଛି । ଉପମୁଖ୍ୟମନ୍ତ୍ରୀ ଓ ଭୂମି ରାଜସ୍ୱ ମନ୍ତ୍ରୀ ବିଜୟ କୁମାର ସିହ୍ନା କହିଛନ୍ତି ଯେ, ରାଜ୍ୟ ସରକାର ସାହସୀ ସହିଦଙ୍କ ପରିବାର ପ୍ରତି କୃତଜ୍ଞ ଓ ସେମାନଙ୍କୁ ସମ୍ମାନ ଦେବା ଆମର ପ୍ରାଥମିକତା । ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସହିଦଙ୍କ ପରିବାରକୁ ସେମାନଙ୍କ ଗୃହ ଜିଲ୍ଲାରେ ସମ୍ମାନଜନକ ଜୀବନଯାପନ ପାଇଁ ସମ୍ବଳ ଉପଲବ୍ଧ କରାଇବା । ସେଥିପାଇଁ, ବିଭାଗ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି ।
କାହାକୁ ମିଳିବ ସୁବିଧା
କେବଳ ସେନା ନୁହେଁ, ଯୁଦ୍ଧ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଅନ୍ୟ ବାହିନୀକୁ ମଧ୍ୟ ବିହାର ସରକାର ଏହି ସୁବିଧା ଯୋଗାଇବେ । ସେମାନଙ୍କ ମଧ୍ୟରେ ସୀମା ସୁରକ୍ଷା ବାହିନୀ, ବିହାର ସାମରିକ ପୁଲିସ,ଆଞ୍ଚଳିକ ସେନା, କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ, ସୀମାନ୍ତ ସ୍କାଉଟ୍ସ,ବିଆରଏଫ,ଲୋ୍କ ସହାୟକ ସେବା,ଏନ୍ସିସି,ହୋମଗାର୍ଡ ଏବଂ ଆସାମ ରାଇଫଲ୍ସ ଆଦିର ଯବାନଙ୍କୁ ସାମିଲ କରାଯାଇଛି ।
ଅଧିକ ପଢ଼ନ୍ତୁ---ଯମୁନା ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୫ ଜଣଙ୍କୁ ଧକ୍କା ଦେଲା କଣ୍ଟେନର, ୬ମୃତ
ସରକାରଙ୍କ ସର୍ତ୍ତାବଳୀ
ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଏହି ସୁବିଧାଗୁଡ଼ିକ ଅତି କମରେ ଛଅ ମାସ ପାଇଁ ସେବା କରିଥିବା ଓ ଯୁଦ୍ଧରେ ମୃତ୍ୟୁବରଣ କରିଥିବା ସୈନିକଙ୍କ ଆଶ୍ରିତ ପରିବାର ପାଇଁ ଉପଲବ୍ଧ ହେବ । ହିତାଧିକାରୀ ବିହାରର ସ୍ଥାୟୀ ବାସିନ୍ଦା ହେବା ଆବଶ୍ୟକ। ନାବିକ,ସୈନିକ ଓ ବାୟୁସେନା ବୋର୍ଡର ସୁପାରିଶ ତଥା ସନ୍ତୋଷଜନକ ସେବାର ପ୍ରମାଣପତ୍ର ଆବଶ୍ୟକ । ନିର୍ଭରଶୀଳ ବ୍ୟକ୍ତିଙ୍କ ପାଖରେ ପୂର୍ବରୁ କୌଣସି ବ୍ୟକ୍ତିଗତ ଆବାସିକ ଜମି ନଥି ବ। ବନ୍ଦୋବସ୍ତ ପରେ ପରେ ପରବର୍ତ୍ତୀ ପାଞ୍ଚ ବର୍ଷ ପାଇଁ ପରିବାରଙ୍କଠାରୁ କୌଣସି ବାର୍ଷିକ ହୋଲ୍ଡିଂ ଟ୍ୟାକ୍ସ ନିଆଯିବ ନାହିଁ ।
ଜମି ବଣ୍ଟନ କରିବାର ଅଧିକାର ଡିଏମଙ୍କର
ଜିଲ୍ଲା ମାଜିଷ୍ଟ୍ରେଟମାନେ ଜମି ଆବଣ୍ଟନ କରିବାର କ୍ଷମତା ବଜାୟ ରଖିବେ। ଯାହା କେବଳ ଗ୍ରାମାଞ୍ଚଳରେ ବିବାଦମୁକ୍ତ ସରକାରୀ ଜମି ପାଇଁ ପ୍ରଯୁଜ୍ୟ ହେବ। ବିଭାଗ କହିଛି ଯେ,ଆବଣ୍ଟନ ହେବାକୁ ଥିବା ଜମି ଭୂମି ଅନୁଦାନ, କବରସ୍ଥାନ, ଶ୍ମଶାନ ଭୂମି, ଧାର୍ମିକ ସ୍ଥଳ କିମ୍ବା ଅନ୍ୟ କୌଣସି ଆଇନଗତ ବିବାଦ ଆଦିରୁ ମୁକ୍ତ ହେବା ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/07/nitish-governments-big-announcement-2026-02-07-09-51-45.jpg)