କନକ ବ୍ୟୁରୋ : ୧୨ ମାସ ପରେ ପୁଣି ଉଠିଲା କଣାସ ଝାଡାବାନ୍ତି ଆକ୍ରାନ୍ତ ପ୍ରସଙ୍ଗ । ଜାନୁଆରି ୫ ତାରିଖରେ ନ୍ୟାୟାଳୟର ବିଚାର ପ୍ରକ୍ରିୟା ଶେଷ ହେବ ବୋଲି ସମ୍ଭାବନା ରହିଛି । ପୁଣି କୋର୍ଟରେ ତଥ୍ୟ ଦାଖଲ କରିବା ସହ ବ୍ୟକ୍ତି ଗତ ଭାବେ ହାଜର ହେବାକୁ ଓଡିଶା ସରକାରଙ୍କ ୪ ସଚିବଙ୍କ ସମେତ ପୁରୀ ଜିଲ୍ଲାପାଳଙ୍କୁ ନୋଟିସ୍ ।
ଗତବର୍ଷ ଜାନୁଆରି ୨ ତାରିଖରେ କଣାସରେ ଝାଡାବାନ୍ତି ବ୍ୟାପିଥିଲା । ଗାଁ ଗାଁରେ ବ୍ୟାପିଯାଇଥିଲା ଝାଡ଼ାବାନ୍ତି । ଏହାର ମୂଳ କାରଣ ଥିଲା ଦୟା ନଦୀର ବିଷାକ୍ତ ଜଳ । ଯାହାକୁ ବ୍ୟବହାର କରି ସ୍ଥାନୀୟ ଲୋକ ଆକ୍ରାନ୍ତ ହୋଇଥିଲେ ବୋଲି ସ୍ପଷ୍ଟ କରିଥିଲେ ସରକାର । ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି କଣାସ ବ୍ଲକ ଗଡ଼ିଶାଗଦା, ଗୋପୀନାଥ ପୁର, ଗଡ଼ସାହି, ଦୋକନ୍ଦା, ପାଣ୍ଡିଆ କେରା ପଞ୍ଚାୟତର ୩୦୦ରୁ ଅଧିକ ଲୋକ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇଥିଲେ । ୭ଜଣଙ୍କ ଜୀବନ ଯାଇଥିଲା। ସେତେବେଳେ ସଠିକ ଭାବେ ସ୍ୱାସ୍ଥ୍ୟ ସେବା ମିଳିନଥିବା ଏବଂ ମୃତକଙ୍କ ପରିବାକୁ ଆର୍ଥିକ ସହାୟତା ଦିଆଯାଇନଥିବା ଅଭିଯୋଗ ହୋଇଥିଲା।
ଅଧିକ ପଢ଼ନ୍ତୁ : କଣାସରେ ଝାଡାବାନ୍ତି ,ସଂକ୍ରମଣ ରୋକିବାକୁ ପ୍ରଶାସନର ଉଦ୍ୟମ ଜାରି : ଗ୍ରାଉଣ୍ତ ଜିରୋରୁ ସ୍ଥିତି ପରଖିଲା କନକ ନ୍ୟୁଜ
ଏବାବଦରେ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆର ସିଂ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଦାବି ଯୋଗାଇ ଦେବା ସମେତ କାହିଁକି ଏଭଳି ଘଟଣା ଘଟିଥିଲା ତାର ଉଚ୍ଚ ସ୍ଥରୀୟ ତଦନ୍ତ କରିବା ପାଇଁ ରାଜ୍ୟ ମାନବ ଅଧିକାର କମିଶନରଙ୍କ ନ୍ୟାୟାଳୟରେ ଅଭିଯୋଗ ଆଣିଥିଲେ । ଏହି ମାମଲାର ଶୁଣାଣି ପାଇଁ ସ୍ଵାସ୍ଥ୍ୟ ସଚିବ, ଜଳ ସମ୍ପଦ ସଚିବ, ପଂଚାୟତ ରାଜ ସଚିବ, ରାଜ୍ୟ ପ୍ରାଦୁସଣ ବୋର୍ଡର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ତତ୍କାଳୀନ ପୁରୀ ଜିଲ୍ଲାପାଳଙ୍କୁ କୋର୍ଟ ବ୍ୟକ୍ତି ଗତ ଭାବରେ ମାନ୍ୟବର ନ୍ୟାୟାଳରେ ହାଜର ହେବାପାଇଁ ନୋଟିସ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/02/health-2026-01-02-09-56-08.jpg)