କନକବ୍ୟୁରୋ : ପୁରୀ ଜିଲ୍ଲା କଣାସରେ ଝାଡାବାନ୍ତି ବ୍ୟାପିଥିବା ବେଳେ ଗାଁରେ ଯାଇ ସ୍ଥିତି ପରଖିଛି କନକ ନ୍ୟୁଜ୍ । ଝାଡାବାନ୍ତି ସଂକ୍ରମଣ ରୋକିବାକୁ ପ୍ରଶାସନ ଓ ସ୍ଥାନୀୟ ଲୋକ ଲାଗିପଡିଛନ୍ତି । ସେଥିପାଇଁ ଗାଁରେ ଆଶା ଦିଦିଙ୍କ ସମେତ ଅଙ୍ଗନବାଡି ଓ ଆୟୁଷ ଡାକ୍ତର ମେଡିକାଲ କ୍ୟାମ୍ପ କରି ରହିଛନ୍ତି। ଗାଁ ମୁଣ୍ଡରେ ସବୁବେଳେ ଜଗି ରହୁଛି ଆମ୍ବୁଲାନ୍ସ ।
ଏପଟେ ଧୀରେ ଧୀରେ ନଦୀ କୂଳଠୁ ଆରମ୍ଭ କରି ସବୁଠି ପରିଷ୍କାର କରାଯାଉଛି । ଯେତେ ମାତ୍ରରେ ଲୋକେ ପୂର୍ବରୁ ପ୍ରତେକ ଦିନ ମେଡିକାଲ ଯାଉଥିଲେ ବର୍ତ୍ତମାନ ତାହା କମି ଯାଇଛି । ପିଇବା ପାଇଁ ଏଠାରେ ବଡ଼ ସମସ୍ୟା ସୃଷ୍ଟି କରିଛି । ପ୍ରଶାସନ ପକ୍ଷରୁ ସକାଳେ ଓ ସାନ୍ଧ୍ୟାରେ ଦୁଇ ଥର ପାଣି ଯୋଗାଇ ଦିଆଯାଉଛି । ସ୍ଥାନୀୟ ଲୋକଙ୍କ କହିବା କଥା ଏପରି ପାଣି ବର୍ଷକ ୧୨ ମାସ ସରକାର ଯୋଗନ୍ତୁ, ନହେଲେ କିଛି ଦିନ ପରେ ପୁଣି ଏହି ଅଞ୍ଚଳ ପୂର୍ବ ପରି ହୋଇଯିବ।