କନକ ବ୍ୟୁରୋ : ଫିଲ୍ମ ଧୂରନ୍ଧରକୁ ନେଇ ଥମୁନି ଚର୍ଚ୍ଚା । କେବେ ଅକ୍ଷୟ ଖାନାଙ୍କ ଜବରଦସ୍ତ ଅଭିନୟକୁ ନେଇ ତ କେବେ ଫିଲ୍ମର କାହାଣୀକୁ ନେଇ । ଏବେ ପୁଣିର ଫିଲ୍ମର ହିରୋଇନ୍ଙ୍କ ବୟସକୁ ନେଇ ଚର୍ଚ୍ଚା । କାରଣ ହିରୋ ରଣବୀର ସିଂହଙ୍କ ବୟସ ୪୦ ବର୍ଷ ହୋଇଥିବାବେଳେ ହିରୋଇନ ସାରା ଅର୍ଜୁନଙ୍କ ବୟସ ୨୦ ବର୍ଷ । ତେବେ ଫିଲ୍ମ ଧୂରନ୍ଧର ରେ କଣ ପାଇଁ ୨୦ ବର୍ଷ ଛୋଟ ଅଭିନେତ୍ରୀଙ୍କୁ କାଷ୍ଟ କରାଗଲା ? ଏହାକୁ ନେଇ ଅନେକଙ୍କ ମନରେ ଉଠିଥିଲା ପ୍ରଶ୍ନ । କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବ୍ରା କହିଲେ ଏହା ପଛର ସତ । ସେ କହିଛନ୍ତି ଯେ ଏହି କାଷ୍ଟିଂ କୌଣସି ତାରକା ଇମେଜ୍ ବା ବୟସକୁ ଧ୍ୟାନରେ ରଖି କରାଯାଇନଥିଲା, ବରଂ ଫିଲ୍ମର କାହାଣୀ ଓ ଚରିତ୍ରର ଆବଶ୍ୟକତା ଅନୁଯାୟୀ ହୋଇଛି । କାଷ୍ଟିଂ ଡାଇରେକ୍ଟରଙ୍କ କଥା ଅନୁସାରେ, ‘ଧୂରନ୍ଧର’ର କାହାଣୀରେ ନାୟିକାର ଚରିତ୍ର ଜଣେ ଯୁବ, ସ୍ୱାଧୀନ ଚିନ୍ତାଧାରାର ଏବଂ ଉତ୍ସାହୀ ମହିଳା ଭାବରେ ଲିଖାଯାଇଛି ।
ଅଧିକ ପଢନ୍ତୁ : ୨୭ ବର୍ଷ ହିଟ୍ ଫିଲ୍ମ ପାଇଁ କରିଥିଲେ ସଂଘର୍ଷ, ଧୂରନ୍ଧରରେ ଧମାକା କଲେ ଅକ୍ଷୟ ଖାନ୍ନା
ସେହି ଚରିତ୍ର ପାଇଁ ଏମିତି ଜଣେ ଅଭିନେତ୍ରୀ ଆବଶ୍ୟକ ଥିଲେ, ଯିଏ ନୂଆ ପିଢ଼ିର ପ୍ରତିନିଧିତ୍ୱ କରିପାରିବେ ଏବଂ ପରଦାରେ ସ୍ୱାଭାବିକ ଲାଗିବେ । ଏହି କାରଣରୁ ବୟସ ତାଲିକାରେ ତଫାତ ଥିଲେ ମଧ୍ୟ, ଯୋଗ୍ୟତା ଓ ଚରିତ୍ର ସହ ମେଳ ଖାଉଥିବା ଅଭିନେତ୍ରୀଙ୍କୁ ବାଛାଯାଇଛି । ସେ ଆହୁରି କହିଛନ୍ତି ଯେ ରଣବୀର ସିଂହଙ୍କ ଚରିତ୍ର ଫିଲ୍ମରେ ଏକ ପକ୍କା, ଅଭିଜ୍ଞ ଓ ଜୀବନର ଅନେକ ପାଟ ଦେଖିଥିବା ଲୋକ ଭାବରେ ଦେଖାଯିବ । ତେଣୁ ଦୁଇ ଚରିତ୍ର ମଧ୍ୟରେ ବୟସର ତଫାତ ଥିବାଟା କାହାଣୀର ଅଂଶ, ଯାହା ଫିଲ୍ମକୁ ଅଧିକ ଯଥାର୍ଥ ଓ ଗଭୀର କରିଥାଏ । କାଷ୍ଟିଂ ଡାଇରେକ୍ଟର ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ବଲିଉଡ୍ରେ ବୟସ ତଫାତକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ, କିନ୍ତୁ ପ୍ରତ୍ୟେକ ଫିଲ୍ମକୁ ତାହାର କାହାଣୀ ଦୃଷ୍ଟିରୁ ଦେଖିବା ଉଚିତ। ସେ କହିଛନ୍ତି, “ଆମର ଲକ୍ଷ୍ୟ କେବଳ ଏକ ଭଲ କାହାଣୀକୁ ସଠିକ୍ ଅଭିନୟ ସହ ପରଦାରେ ଆଣିବା ।” ତେବେ ସେ ଯାହା ହେଉ ଧୂରନ୍ଧର ଏବେ ବକ୍ସ ଅଫିସ୍ରେ ହଇଚଇ ମଚାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/15/dhurandhar-2025-12-15-11-55-35.jpg)