କନକ ବ୍ୟୁରୋ: ଅକ୍ଷୟ ଖାନ୍ନା ପୁଣି ଥରେ ନିଜ କ୍ୟାରିୟର ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ଇଣ୍ଡଷ୍ଟ୍ରିରେ ୨୭ ବର୍ଷ ହୋଇସାରିଛି। ଏହି ସମୟ ମଧ୍ୟରେ ସେ ୩୪ଟି ଚଳଚ୍ଚିତ୍ରରେ କାମ କରିଛନ୍ତି କିନ୍ତୁ କେବଳ ଦୁଇଟି ବ୍ଲକବଷ୍ଟର ହୋଇପାରିଛି। ସେ ଜଣେ ଷ୍ଟାର କିଡ୍ । ବିନୋଦ ଖାନ୍ନାଙ୍କ ପୁଅ ହେବା ସତ୍ତ୍ୱେ ମଧ୍ୟ ସେ ସେହି ଷ୍ଟାରଡମ୍ ପାଇପାରି ନଥିଲେ, ଯାହା ଇଣ୍ଡଷ୍ଟ୍ରିର ବଡ଼ କଳାକାରମାନଙ୍କୁ ମିଳିଥିଲା । ବର୍ତ୍ତମାନ ଯେତେବେଳେ ସେ ୫୦ ବର୍ଷ ବୟସର ହୋଇସାରିଛନ୍ତି, ତାଙ୍କୁ ସେହି ଷ୍ଟାରଡମ୍ ଏବଂ ଲୋକପ୍ରିୟତା କେବଳ ଦୁଇଟି ଫିଲ୍ମ ଜରିଆରେ ମିଳିଛି । ଗତ କିଛି ଦିନ ହେବ ସେ ଆଦିତ୍ୟ ଧରଙ୍କ ଫିଲ୍ମ 'ଧୂରନ୍ଧର'ରେ ନିଜ ଚରିତ୍ର 'ରହମାନ ଡକୈକ'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ତାଙ୍କୁ ଦେଖିବା ପରେ ଲୋକମାନେ କହିଛନ୍ତି ଯେ ସେ ସମସ୍ତ ଚରିତ୍ର ଉପରେ ଭାରି ପଡ଼ିଛନ୍ତି । 'ଧୂରନ୍ଧର' ରିଲିଜ୍ ହେବା ପରେ ସେ ପୁଣି ଥରେ ପ୍ରମାଣିତ କରିଦେଲେ ଯେ ସେ ଜଣେ ଷ୍ଟାର୍ ନୁହଁନ୍ତି ବରଂ ଜଣେ ଚମତ୍କାର ଅଭିନେତା ଅଟନ୍ତି । ତେବେ ଆସନ୍ତୁ ତାଙ୍କ କ୍ୟାରିୟରର ଏହି ବଡ଼ ଟର୍ଣ୍ଣିଂ ପଏଣ୍ଟ ବିଷୟରେ ଜାଣିବା...
ଅକ୍ଷୟ ଖାନ୍ନା ତାଙ୍କ ଅଭିନୟ କ୍ୟାରିୟରର ଆରମ୍ଭ ଏକ ଫ୍ଲପ୍ ଫିଲ୍ମରୁ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ପିତା ବିନୋଦ ଖାନ୍ନାଙ୍କ ସହ ଥିଲା, ଯାହା ୧୯୯୭ ମସିହାରେ ମୁକ୍ତିଲାଭ କରିଥିଲା । ଏହାର ଶୀର୍ଷକ ଥିଲା 'ହିମାଳୟ ପୁତ୍ର'। ଏହି ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲା । ଫିଲ୍ମ ଯଦିଓ ଫ୍ଲପ୍ ହୋଇଥିଲା କିନ୍ତୁ ଏଥିରେ ଅକ୍ଷୟଙ୍କ ଅଭିନୟକୁ ଲୋକମାନେ ଖୁବ୍ ପ୍ରଶଂସା କରିଥିଲେ । ଏହା ପରେ ସେ ଜେ.ପି ଦତ୍ତାଙ୍କ ଫିଲ୍ମ 'ବର୍ଡର'ରେ ନଜର ଆସିଥିଲେ, ଯାହାଦ୍ୱାରା ସେ ପରଦାରେ ଛାଇ ଯାଇଥିଲେ । ଫିଲ୍ମଟି ହିଟ୍ ହୋଇଥିଲା । ଦ୍ୱିତୀୟ ଫିଲ୍ମ ହିଟ୍ ହେବା ପରେ ଅଭିନେତା କ୍ରମାଗତ ୪ଟି ଫ୍ଲପ୍ ଫିଲ୍ମ ଦେଇଥିଲେ ।
ତେବେ, ଯେତେବେଳେ ଅକ୍ଷୟ ଖାନ୍ନାଙ୍କ କ୍ୟାରିୟରର ଗ୍ରାଫ୍ ତଳକୁ ଖସୁଥିଲା, ସେହି ସମୟରେ ତାଙ୍କ ହାତକୁ ଐଶ୍ୱର୍ଯ୍ୟା ରାୟଙ୍କ ଫିଲ୍ମ 'ଆ ଅବ୍ ଲୌଟ ଚଲେଁ' ଲାଗିଥିଲା। ଏହି ଫିଲ୍ମଟି ୧୯୯୯ ମସିହାରେ ରିଲିଜ୍ ହୋଇଥିଲା । ଏଥିରେ ଉଭୟ ଷ୍ଟାରଙ୍କ କେମିଷ୍ଟ୍ରି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା, ଯାହା ପରେ ଉଭୟ ଷ୍ଟାରଙ୍କ ଫିଲ୍ମ 'ତାଲ୍' ଆସିଥିଲା ଏବଂ ଏହା ହିଟ୍ ସାବ୍ୟସ୍ତ ହୋଇଥିଲା । ଏହି ଫିଲ୍ମ ଜରିଆରେ ପୁଣି ଥରେ ଉଭୟ ପରଦାରେ ଛାଇ ଯାଇଥିଲେ।
ଆହୁରି ପଢ଼ନ୍ତୁ... ମେସିଙ୍କ ସମ୍ପତ୍ତି ହଜାର ହଜାର କୋଟି, ରହିଛି ପ୍ରାଇଭେଟ୍ ଜେଟଠାରୁ ଦାମୀ କାର୍
ଏହା ସହିତ ଯଦି ଅକ୍ଷୟ ଖାନ୍ନାଙ୍କ ୨୭ ବର୍ଷର କ୍ୟାରିୟରର ହିଟ୍ ଫିଲ୍ମ ଗୁଡିକ ବିଷୟରେ କୁହାଯାଏ, ତେବେ ସେ ୨ଟି ଅଲ୍ ଟାଇମ୍ ବ୍ଲକବଷ୍ଟର ଫିଲ୍ମ 'ବର୍ଡର' ଏବଂ 'ଦୃଶ୍ୟମ ୨' ଦେଇଛନ୍ତି । ଅଭିନେତା ଏତେ ବର୍ଷ ମଧ୍ୟରେ ୩୪ଟି ଫିଲ୍ମ ଦେଇଛନ୍ତି, ଯେଉଁଥିରେ ୮ଟି ଆଭରେଜ୍ ଏବଂ ୩ଟି ସେମି ହିଟ୍ ରହିଛି । ଯଦିଓ, ଏହି ସମୟ ମଧ୍ୟରେ ତାଙ୍କ ପାଖରେ ଫ୍ଲପ୍ ଫିଲ୍ମର ଲମ୍ବା ଲାଇନ୍ ରହିଥିଲା ।
ଆପଣଙ୍କୁ ଜଣାଇଦେବାକୁ ଚାହୁଁ ଯେ ଅକ୍ଷୟ ଖାନ୍ନା ଜଣେ ଷ୍ଟାର କିଡ୍ ହୋଇଥିଲେ ମଧ୍ୟ ସେ କେବେବି ନିଜକୁ ପ୍ରମୋଟ୍ କରିନାହାନ୍ତି । ଅଭିନେତା ଏହାର ଫାଇଦା ଉଠାଇ ନାହାନ୍ତି । ନା ଫିଲ୍ମ ପାଇଁ, ନା କୌଣସି ଷ୍ଟାରଡମ୍ ପାଇବା ପାଇଁ । ସେ ଜୀବନରେ ଅନେକ ଉତଥାନ-ପତନ ଦେଖିଛନ୍ତି ଏବଂ ତାଙ୍କ ନାମରେ ଅନେକ ଫ୍ଲପ୍ ଫିଲ୍ମର ପେଡ଼ି ରହିଛି । ହିନ୍ଦୀ ସିନେମାରେ ତାଙ୍କର ୨୭ ବର୍ଷର କ୍ୟାରିଅର୍ ରହିଛି, ଯେଉଁଥିରେ ସେ କେବଳ ଦୁଇଟି ବ୍ଲକବଷ୍ଟର ଫିଲ୍ମ ଦେଇଥିଲେ । କିନ୍ତୁ, ପରେ ତାଙ୍କ କ୍ୟାରିଅର୍ ହଠାତ୍ ସେତେବେଳେ ଚମକି ଉଠିଲା ଯେତେବେଳେ ସେ ଭିକି କୌଶଲଙ୍କ ଫିଲ୍ମ ‘ଛାଭା’ରେ ନଜର ଆସିଲେ । ଏହା ରିଲିଜ୍ ହେବା ପୂର୍ବରୁ ତାଙ୍କୁ ସେହି ଷ୍ଟାରଡମ୍ ମିଳିନଥିଲା, ଯାହା ଇଣ୍ଡଷ୍ଟ୍ରିର ବଡ ବଡ ଷ୍ଟାରମାନଙ୍କୁ ମିଳିଥିଲା। କିନ୍ତୁ ଯେତେବେଳେ ‘ଛାଭା’ ରିଲିଜ୍ ହେଲା, ସେତେବେଳେ ସେ ସେହି ଷ୍ଟାରଡମ୍ର ସ୍ୱାଦ ମଧ୍ୟ ଚାଖିଥିଲେ ।
ଅକ୍ଷୟ ଖାନ୍ନାଙ୍କ କ୍ୟାରିଅର୍ ଏବେ ଆଉ ଥରେ ଚମକି ଉଠିଛି । ସେ ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୂରନ୍ଧର’ ମାଧ୍ୟମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଫିଲ୍ମରେ ତାଙ୍କ ଭୂମିକା ରହମାନ ଡକୈତ ରହିଛି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଅକ୍ଷୟଙ୍କୁ ‘ଛାଭା’ ଏବଂ ‘ଧୁରନ୍ଧର’ କରିବା ପରେ ସେହି ଷ୍ଟାରଡମ୍ ଏବେ ୫୦ ବର୍ଷ ବୟସରେ ମିଳିଲା, ଯାହା ତାଙ୍କୁ ପ୍ରଥମ ୨୭ ବର୍ଷରେ ମିଳିନଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/14/akhshya-khanna-2025-12-14-15-32-39.jpg)