ଧୋନୀ ରିଟର୍ନସ୍‌, ସିଏସ୍‌କେ ପ୍ରଶଂସକ ଉଲ୍ଲସିତ

Advertisment

ପ୍ରାକ୍‌ ଋତୁ ପ୍ରସ୍ତୁତି ଶିବିରରେ ସାମିଲ ହେବାକୁ ଶନିବାର ଧୋନୀ ଚେନ୍ନାଇ ପହଞ୍ଚିବା ମାତ୍ରେ ତାଙ୍କୁ ପ୍ରଶଂସକମାନେ ବିମାନବନ୍ଦରଠାରୁ ଆରମ୍ଭ କରି ହୋଟେଲ୍‌ ପର୍ଯ୍ୟନ୍ତ ପିଛା କରିଛନ୍ତି। ତାଙ୍କ ଅଭ୍ୟାସ ଦେଖିବାକୁ ବି ହଜାର ହଜାର ସଂଖ୍ୟାରେ ଉପସ୍ଥିତ ହୋଇଛନ୍ତି।

ପ୍ରାକ୍‌ ଋତୁ ପ୍ରସ୍ତୁତି ଶିବିରରେ ସାମିଲ ହେବାକୁ ଶନିବାର ଧୋନୀ ଚେନ୍ନାଇ ପହଞ୍ଚିବା ମାତ୍ରେ ତାଙ୍କୁ ପ୍ରଶଂସକମାନେ ବିମାନବନ୍ଦରଠାରୁ ଆରମ୍ଭ କରି ହୋଟେଲ୍‌ ପର୍ଯ୍ୟନ୍ତ ପିଛା କରିଛନ୍ତି। ତାଙ୍କ ଅଭ୍ୟାସ ଦେଖିବାକୁ ବି ହଜାର ହଜାର ସଂଖ୍ୟାରେ ଉପସ୍ଥିତ ହୋଇଛନ୍ତି।

MSD

MSD Photograph: (Kanak news)

କନକ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟ୍ ଛାଡ଼ିବାର ୬ ବର୍ଷ ହେଲାଣି କିନ୍ତୁ ଭାରତୀୟ କ୍ରିକେଟ୍‌ ଦଳର ସଫଳ ଅଧିନାୟକ ମହେନ୍ଦ୍ର ସିଂହ ‌‌ଧୋନୀଙ୍କ ଲୋକପ୍ରିୟତା କମିବାର ନା ଧରୁନାହିଁ । ଭାରତୀୟ ଦଳଠାରୁ ଦୂରେଇ ରହିଥିଲେ ମଧ୍ୟ ଧୋନୀଙ୍କୁ ଦେଖିବା, ତାଙ୍କୁ ସ୍ପର୍ଶ କରିବା, ତାଙ୍କ ଖେଳକୁ ପ୍ରତ୍ୟେକ୍ଷ କରିବାର କୌଣସି ମୁହୂର୍ତକୁ ତାଙ୍କ ପ୍ରଶଂସକ ଛାଡ଼ିବା ଅବସ୍ଥାରେ ନାହାନ୍ତି । ବିଶେଷ କରି ପ୍ରତିଟି ଆଇପିଏଲ୍‌ ଋତୁ ସମୟରେ ଏବଂ ଏହା ପୂର୍ବରୁ ଧୋନୀଙ୍କୁ ନେଇ କଳ୍ପନା ଜଳ୍ପନା ଦେଖାଦେଇଥାଏ, ଏବେ ମଧ୍ୟ ଜାରି ରହିଛି। ଚଳିତ ମାସରୁ ଆରମ୍ଭ ହେଉଥିବା ଆଇପିଏଲ୍‌ର ସଦ୍ୟତମ ସଂସ୍କରଣ ପୂର୍ବରୁ ଏବେ ମହେନ୍ଦ୍ର ସିଂହ ‌ଧୋନୀଙ୍କ ପ୍ରତ୍ୟାବର୍ତନକୁ ନେଇ ପ୍ରଶଂସକମାନେ ଉଲ୍ଲସିତ ହୋଇଉଠିଛନ୍ତି । 

ଆହୁରି ପଢ଼ନ୍ତୁ...ସମସ୍ତଙ୍କ ମନରେ ପ୍ରଶ୍ନ ;କେମିତି ହେଲା ଇରାନର ସର୍ବୋଚ୍ଚ ନେତାଙ୍କ ଉପରେ ଆକ୍ରମଣ ?

ପ୍ରାକ୍‌ ଋତୁ ପ୍ରସ୍ତୁତି ଶିବିରରେ ସାମିଲ ହେବାକୁ ଶନିବାର ଧୋନୀ ଚେନ୍ନାଇ ପହଞ୍ଚିବା ମାତ୍ରେ ତାଙ୍କୁ ପ୍ରଶଂସକମାନେ ବିମାନବନ୍ଦରଠାରୁ ଆରମ୍ଭ କରି ହୋଟେଲ୍‌ ପର୍ଯ୍ୟନ୍ତ ପିଛା କରିଛନ୍ତି। ତାଙ୍କ ଅଭ୍ୟାସ ଦେଖିବାକୁ ବି ହଜାର ହଜାର ସଂଖ୍ୟାରେ ଉପସ୍ଥିତ ହୋଇଛନ୍ତି। ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ୫ ଥର ବିଜେତା କରିବା ସହ ଧୋନୀ ଏହି ଦଳ ସହ ପ୍ରଥମରୁ ରହି ଆସିଛନ୍ତି । ଖେଳାଳି ଜୀବନ ପରେ ମଧ୍ୟ ଧୋନୀ ସିଏସ୍‌କେ ସହିତ ଭିନ୍ନ ଭୂମିକାରେ ରହିବା ଏକ ପ୍ରକାର ନିଶ୍ଚିତ। ଅର୍ଥାତ୍‌ ସିଏସ୍‌କେ ଓ ମହେନ୍ଦ୍ର ସିଂହ ଧୋନୀ ପରିପୂରକ।

ନୂଆ ଆଇପିଏଲ୍‌ ଋତୁ-୨୦୨୬ରେ ୪୫ ବର୍ଷୀୟ ଧୋନୀ ସୀମିତ ସଂଖ୍ୟକ ମ୍ୟାଚ୍‌ ଖେଳିବେ ନିଶ୍ଚିତ। କିନ୍ତୁ ଏଥିରେ କିଛି ଫରକ ପଡ଼ିବ ନାହିଁ। ସିଏସ୍‌କେ ଶିବିରରେ ମାହିଙ୍କ ଉପସ୍ଥିତି ଏହି ସଫଳତମ ଦଳକୁ ଉତ୍ସାହିତ କରିବାକୁ ଯଥେଷ୍ଟ ହେବ। ସୂଚନାଯୋଗ୍ୟ, ଧୋନୀଙ୍କ ବଦଳରେ ଏ‌ବେ ଋତୁରାଜ ଗାଏକ୍ବାଡ୍‌ ଅଧିନାୟକ ରହିଛନ୍ତି। ତାଙ୍କ ନେତୃତ୍ବରେ କିନ୍ତୁ ସିଏସ୍‌କେ ୨୦୨୪ ଓ ୨୦୨୫ରେ ଲିଗ୍‌ ପର୍ଯ୍ୟାୟରୁ ଆଗକୁ ବଢ଼ିପାରିନାହିଁ। ୨୦୨୬ ସଂସ୍କରଣ ଆଇପିଏଲ୍‌ ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇ ମେ ୩୧ ଫାଇନାଲ୍‌ ସହ ସମାପିତ ହେବ। ମୋଟ ୧୦ ଦଳ ଅଂଶଗ୍ରହଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe