ଜଳ ଯନ୍ତ୍ରଣାରେ କାମାକ୍ଷାନଗରର ଆଲୁଅଝରଣ ଗାଁ; ଅଚଳ ହୋଇପଡ଼ିଛି ପାନୀୟ ଜଳ ପ୍ରକଳ୍ପ

Advertisment

ଦିନେ କି ଦୁଇ ଦିନ ନୁହେଁ, ମାସେ ହେଲାଣି ଜଳ କଷ୍ଟ ଭୋଗୁଛି ଗାଁ । ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଯାଇଛି । ଖୋଲା କୂଅ ପାଣି ଶୁଖିଗଲାଣି । ଅଧାରୁ ଅଧିକ ନଳକୂପ ବି ଅଚଳ । ଯେତିକି ଚାଲୁଛି ସେଠୁ ପାଣି ନେବା ପାଇଁ ବାଡ଼ିଆ ପିଟା । ଦୀର୍ଘ ସମୟ ମାରିବା ପରେ ଗରେ କି ବାଲଟିଏ ପାଣି ବାହାରୁଛି ।

ଦିନେ କି ଦୁଇ ଦିନ ନୁହେଁ, ମାସେ ହେଲାଣି ଜଳ କଷ୍ଟ ଭୋଗୁଛି ଗାଁ । ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଯାଇଛି । ଖୋଲା କୂଅ ପାଣି ଶୁଖିଗଲାଣି । ଅଧାରୁ ଅଧିକ ନଳକୂପ ବି ଅଚଳ । ଯେତିକି ଚାଲୁଛି ସେଠୁ ପାଣି ନେବା ପାଇଁ ବାଡ଼ିଆ ପିଟା । ଦୀର୍ଘ ସମୟ ମାରିବା ପରେ ଗରେ କି ବାଲଟିଏ ପାଣି ବାହାରୁଛି ।

Dhenkanal Water Crisis

Dhenkanal Water Crisis Photograph: (Kanak News)

କନକ ବ୍ୟୁରୋ : ସରକାର ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନି । ସରକାରୀ ପ୍ରକଳ୍ପ କାମ କରୁନି, କୂଅ ଶୁଖିଗଲାଣି । ନଳକୂପରୁ ବାଲ୍‌ଟିଏ ପାଣି ବାହାରି ବନ୍ଦ ହୋଇଯାଉଛି । ଫଳରେ ମୁନ୍ଦାଏ ପାଣି ହନ୍ତସନ୍ତ ହେଉଛନ୍ତି ଲୋକେ ।

ଦିନେ କି ଦୁଇ ଦିନ ନୁହେଁ, ମାସେ ହେଲାଣି ଜଳ କଷ୍ଟ ଭୋଗୁଛି ଗାଁ । ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଯାଇଛି । ଖୋଲା କୂଅ ପାଣି ଶୁଖିଗଲାଣି । ଅଧାରୁ ଅଧିକ ନଳକୂପ ବି ଅଚଳ । ଯେତିକି ଚାଲୁଛି ସେଠୁ ପାଣି ନେବା ପାଇଁ ବାଡ଼ିଆ ପିଟା । ଦୀର୍ଘ ସମୟ ମାରିବା ପରେ ଗରେ କି ବାଲଟିଏ ପାଣି ବାହାରୁଛି । ଆଉ ୪ରୁ ୫ ଗରା ପାଣି ଆସିବା ପରେ ଆଉ ଆସୁନି । ଏମିତି ନିତିଦିନ ମୁନ୍ଦାଏ ପାଣି ପାଇଁ ଦହଗଞ୍ଜ ହେଉଛନ୍ତି କାମାକ୍ଷାନଗର ବ୍ଲକ ଆଲୁଅଝରଣ ଗାଁର ୩୫୦ରୁ ଅଧିକ ପରିବାର ।

ଅଧିକ ପଢ଼ନ୍ତୁ : ବିଷ ବଳୟରେ ପିପିଲିର ବୋତଳମା; ରାସ୍ତାକଡ଼, ଗାଁ ଦାଣ୍ଡରେ ମାଳମାଳ ବେଆଇନ ଇଟା ଭାଟି

ଏବେ ଧୀରେ ଧୀରେ ଗରମ ହେବା ଆରମ୍ଭ ହେଲାଣି । ଏବେ ଠୁ ଏମିତି ସମସ୍ୟା ଭୋଗୁଛନ୍ତି ଲୋକେ । ଆଗକୁ ଅବସ୍ଥା କ’ଣ ହେବ ତାହା ଭାବିଲେ ଭୟ ଲାଗୁଛି । ଏନେଇ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ପ୍ରତିକାର ନାହିଁ । ତୁରନ୍ତ ପାନୀୟ ଜଳ ପ୍ରକଳ୍ପକୁ ଠିକ କରିବାକୁ ଦାବି ହୋଇଛି ।

ଜଳ ଯନ୍ତ୍ରଣାର ଅନ୍ତ କେବେ ? ସରକାରଙ୍କ ମାଳମାଳ ଯୋଜନା କେବେ ହେବ ସଫଳ ? କେବେ ରାଜ୍ୟର ପ୍ରତ୍ୟେକଟି ଘରକୁ ପହଞ୍ଚିବ ପାଣି ? ତାକୁ ହିଁ ଅପେକ୍ଷା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe