କନକ ବ୍ୟୁରୋ : ସରକାର ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନି । ସରକାରୀ ପ୍ରକଳ୍ପ କାମ କରୁନି, କୂଅ ଶୁଖିଗଲାଣି । ନଳକୂପରୁ ବାଲ୍ଟିଏ ପାଣି ବାହାରି ବନ୍ଦ ହୋଇଯାଉଛି । ଫଳରେ ମୁନ୍ଦାଏ ପାଣି ହନ୍ତସନ୍ତ ହେଉଛନ୍ତି ଲୋକେ ।
ଦିନେ କି ଦୁଇ ଦିନ ନୁହେଁ, ମାସେ ହେଲାଣି ଜଳ କଷ୍ଟ ଭୋଗୁଛି ଗାଁ । ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଯାଇଛି । ଖୋଲା କୂଅ ପାଣି ଶୁଖିଗଲାଣି । ଅଧାରୁ ଅଧିକ ନଳକୂପ ବି ଅଚଳ । ଯେତିକି ଚାଲୁଛି ସେଠୁ ପାଣି ନେବା ପାଇଁ ବାଡ଼ିଆ ପିଟା । ଦୀର୍ଘ ସମୟ ମାରିବା ପରେ ଗରେ କି ବାଲଟିଏ ପାଣି ବାହାରୁଛି । ଆଉ ୪ରୁ ୫ ଗରା ପାଣି ଆସିବା ପରେ ଆଉ ଆସୁନି । ଏମିତି ନିତିଦିନ ମୁନ୍ଦାଏ ପାଣି ପାଇଁ ଦହଗଞ୍ଜ ହେଉଛନ୍ତି କାମାକ୍ଷାନଗର ବ୍ଲକ ଆଲୁଅଝରଣ ଗାଁର ୩୫୦ରୁ ଅଧିକ ପରିବାର ।
ଅଧିକ ପଢ଼ନ୍ତୁ : ବିଷ ବଳୟରେ ପିପିଲିର ବୋତଳମା; ରାସ୍ତାକଡ଼, ଗାଁ ଦାଣ୍ଡରେ ମାଳମାଳ ବେଆଇନ ଇଟା ଭାଟି
ଏବେ ଧୀରେ ଧୀରେ ଗରମ ହେବା ଆରମ୍ଭ ହେଲାଣି । ଏବେ ଠୁ ଏମିତି ସମସ୍ୟା ଭୋଗୁଛନ୍ତି ଲୋକେ । ଆଗକୁ ଅବସ୍ଥା କ’ଣ ହେବ ତାହା ଭାବିଲେ ଭୟ ଲାଗୁଛି । ଏନେଇ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ପ୍ରତିକାର ନାହିଁ । ତୁରନ୍ତ ପାନୀୟ ଜଳ ପ୍ରକଳ୍ପକୁ ଠିକ କରିବାକୁ ଦାବି ହୋଇଛି ।
ଜଳ ଯନ୍ତ୍ରଣାର ଅନ୍ତ କେବେ ? ସରକାରଙ୍କ ମାଳମାଳ ଯୋଜନା କେବେ ହେବ ସଫଳ ? କେବେ ରାଜ୍ୟର ପ୍ରତ୍ୟେକଟି ଘରକୁ ପହଞ୍ଚିବ ପାଣି ? ତାକୁ ହିଁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/03/05/dhenkanal-water-crisis-2026-03-05-18-24-33.png)