କନକବ୍ୟୁରୋ : ଢେଙ୍କାନାଳ ଜିଲ୍ଲାର ୧ ନମ୍ବର ପିଙ୍ଗୁଆ ଶାଖା ଡାକଘର ବିପଦ ସଙ୍କୁଳ ଅବସ୍ଥାରେ । ଭଙ୍ଗା କ୍ଲବ ଘରେ ଦୀର୍ଘ ବର୍ଷ ଧରି ଚାଲିଛି ଡାକଘର। ଏହାକୁ ସ୍ଥାନାନ୍ତର କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ଆସିଛି । କିନ୍ତୁ ଏହା କାର୍ଯ୍ୟକାରୀ ହେଉନାହିଁ । ଯାହାକୁ ନେଇ ଚିନ୍ତାରେ ଜମାକାରୀ ।
ଅଧିକ ପଢନ୍ତୁ... ଯୌତୁକ ପାଇଁ ହତ୍ୟା : ନ୍ୟାୟ ପାଇଁ ଥାନର ଦ୍ବାରସ୍ଥ ହେଲେ ବାପା
କାନ୍ଥ ଫାଟି ଆଁ କରିଛି । ଝରକାରେ ଉଇ ଲାଗିଗଲାଣି । ତାଜାରୁ କଂକ୍ରିଟ୍ ଖସି ଲୁହା ରଡ଼ ଝୁଲୁଛି । ଅଳିଆ ଆବର୍ଜନା ଭର୍ତ୍ତି ଏହି ଜରାଜୀର୍ଣ୍ଣ କୋଠାଟି ହେଉଛି ଢେଙ୍କାନାଳ ପିଙ୍ଗୁଆ ଶାଖା ଡାକଘର । ୩୫ ବର୍ଷ ହେଲାଣି ଡାକଘରଟି ଗାଁ କ୍ଲବ ଘରେ ଚାଲିଆସୁଛି । ଅବସ୍ଥା ଏତେ ଦୟନୀୟ ଓ ବିପଦପୂର୍ଣ୍ଣ ଯେ କୋଉ ମୁହୂର୍ତ୍ତରେ ଭୁଷୁଡ଼ିପଡ଼ିବ କହିହେବନି । ଡାକଘରର ଶୌଚାଳୟ ବି ଅନାବନା ଗଛ ଓ ସରୀସୃପଙ୍କ କବଜାରେ। ସନ୍ଧ୍ୟାରେ ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଛି । ଫଳରେ ଡାକ କାରବାରକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକ ଓ ପୋଷ୍ଟମାଷ୍ଟର୍ ।
ପିଙ୍ଗୁଆ ସମେତ ଆଉ ୩ଟି ପଞ୍ଚାୟତର ୧୫ ହଜାର ଲୋକ ଏହି ଡାକଘର ଉପରେ ନିର୍ଭରଶୀଳ । ୩୫ଶହରୁ ଅଧିକ ଜମାକାରୀଙ୍କ ଜମାରାଶି ଓ ଡାକ ସେବା ପରିଚାଳନା ପାଇଁ ଏହା ଜିଲ୍ଲାରେ ୧ ନମ୍ବର ଓ ରାଜ୍ୟର ୩ ନଂ ଡାକଘରର ପୁରସ୍କାର ହାସଲ କରିଛି । ୨୦୨୧ରେ ଡାକଘରକୁ ପିଙ୍ଗୁଆ ପଞ୍ଚାୟତ ଅଫିସ ଅଧୀନ ରାଜୀବ ଗାନ୍ଧୀ ସେବାକେନ୍ଦ୍ରକୁ ସ୍ଥାନାନ୍ତର କରିବାକୁ ଭାରତୀୟ ଡାକ ସେବା ମୁଖ୍ୟ କାର୍ଯ୍ୟାଳୟରୁ ଚିଠି ହୋଇଥିଲା । ଜିଲ୍ଲାପାଳ ଗନ୍ଦିଆ ବିଡିଓଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେବା ପରେ ବିଡିଓ ୨ ଥର ସରପଞ୍ଚଙ୍କୁ ଚିଠି କଲେଣି । କିନ୍ତୁ ଫଳ ଶୂନ । ନିର୍ଦ୍ଦେଶାନାମା ପରେ ବି ସରପଞ୍ଚ କାହିଁକି ଡାକଘରକୁ ସ୍ଥାନାନ୍ତର କରୁନାହାନ୍ତି ତାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/18/post-office-2026-02-18-20-04-39.jpg)