ଆସନ୍ତା କାଲି ଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା : ପ୍ରଦୀପ ବଳ ସାମନ୍ତ, ସମବାୟ ମନ୍ତ୍ରୀ

ଆସନ୍ତା କାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା ।  ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର ।  ଚାଷୀ ଙ୍କ ପାଇଁ ମଣ୍ଡି ଗୁଡିକରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

pradip bal samanta

Photograph: (kanaknews)

କନକ ବ୍ୟୁରୋ : ଆସନ୍ତା କାଲି ଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା ।  ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର ।  ଚାଷୀ ଙ୍କ ପାଇଁ ମଣ୍ଡି ଗୁଡିକରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।  ଚାଷୀ ପାଇଁ ମଣ୍ଡି ଗୁଡ଼ିକ ରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ସବୁ ବ୍ୟବସ୍ଥା କରାଯାଇଛି । ଠିକ ସମୟ ରେ ଗାଡ଼ି ପହଞ୍ଚାଇବା ପାଇଁ ମିଲ ମାଲିକ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।  

ବିଜେପିକୁ ଦେଲେ ଗୃହ ବିଭାଗ, ହେଲେ କଣ୍ଟ୍ରୋଲ ଏବେ ବି ନୀତିଶଙ୍କ ହାତରେ?

ଧାନ କିଣା ଉପରେ ତୀକ୍ଷଣ ନଜର ରଖିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି  ।  ମଣ୍ଡି ଖୋଲିବା ପରେ ଯେଉଁଠି ଅସୁବିଧା ଦେଖାଯିବ ତାକୁ ତୁରନ୍ତ ଅନ ଦ ସ୍ପଷ୍ଟ ସମାଧାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି  ।  କଟନି ଛଟନି ଉପରେ ରାଜ୍ୟ ସରକାର ତୀକ୍ଷଣ ନଜର ରଖିଛନ୍ତି । ଚାଷୀ ଆଉ ମିଲର ଙ୍କ ଭିତରେ ସଲା ସୁତୁରା ହୋଇ କଟଣି ଛଟଣି ଯଦି କରିବେ ତାହା ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱଧୀନ ନୁହେଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe