କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ବହୁ ଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା ଏବେ ନୂଆ ମୋଡ଼ ନେଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଜନତାଙ୍କ ଦାବି ଓ ଅଙ୍କିତାଙ୍କ ପରିବାର ଲୋକଙ୍କ ଦାବିକୁ ସ୍ୱୀକାର କରି ସିବିଆଇ ଯାଞ୍ଚ ପାଇଁ ସୁପାରିସ କରିଛନ୍ତି । ବିଶେଷ କରି ଭିଭିଆଇପି ନାମକୁ ନେଇ ଉଠୁଥିବା ପ୍ରଶ୍ନ ମଧ୍ୟରେ ଏହି ନିଷ୍ପତ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ମୁଖ୍ୟମନ୍ତ୍ରୀ ଧାମୀ ସ୍ପଷ୍ଟ କରିଛନ୍ତି କି, ସେ ଅଙ୍କିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ଏହି କ୍ରମରେ ପରିବାର ଲୋକେ ସିବିଆଇ ଯାଞ୍ଚ ପାଇଁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଅଙ୍କିତା କେବଳ ଜଣେ ପୀଡ଼ିତା ନୁହଁନ୍ତି, ସେ ଆମର ବି ଭଉଣୀ କି ଝିଅ । ତାଙ୍କ ପରିବାର ଲୋକଙ୍କ ଭାବନାକୁ ସମ୍ମାନ ଦେଇ ଏହି ମାମଲାର ଯାଂଚ ସିବିଆଇ ହାତକୁ ଦେବାକୁ ନିଷ୍ପତ୍ତି ନିଆଯାଇଛି ।
ଅଧିକ ପଢ଼ନ୍ତୁ : ଏବେବି ରହସ୍ୟ ଘେରରେ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ: ଏସଆଇଟି ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ଫୋନ୍ ରେକର୍ଡିଂ
କେବଳ ସେତିକି ନୁହେଁ ଏହି ମାମଲାରେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଯାଂଚର ବିବରଣୀ ବି ମୁଖ୍ୟମନ୍ତ୍ରୀ ଦେଇଛନ୍ତି । ଏହି ମାମଲାରେ ଏସଆଇଟି କରିଥିବା ଯାଞ୍ଚ ମୁତାବକ କୌଣସି ଅଭିଯୁକ୍ତଙ୍କୁ ଜାମିନ ମିଳିନାହିଁ, ସେପଟେ ତଳକୋର୍ଟ ଏହି ମାମଲାର ଶୁଣାଣି କରି ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।
ସେପଟେ ଗତ କିଛିଦିନ ହେବ ସୋସିଆଲ ମିଡିଆରେ କିଛି ଅଡିଓ କ୍ଲିପ୍ସ ଓ ଭିଭିଆଇପିଙ୍କ ସଂପୃକ୍ତି ନେଇ ଦାବି କରାଯାଉଛି । ଏହାକୁ ନେଇ ହଜାର ହଜାର ଲୋକ ରାଜରାସ୍ତାରେ ପ୍ରତିବାଦ କରୁଛନ୍ତି । ଯାହାର ଚାପରେ ଏବେ ମୁଖ୍ୟମନ୍ତ୍ରୀ ସିବିଆଇ ଯାଂଚ ପାଇଁ ସୁପାରିସ କରିଛନ୍ତି ବୋଲି ବିରୋଧୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/09/uk-2026-01-09-19-13-44.jpg)