ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ଅନିୟମିତତା ନେଇ ଡିଜିସିଏର ରିପୋର୍ଟ ତଲବ

ଇଣ୍ଡିଗୋ ଏୟାରଲାଇନ୍ସକୁ ରିପୋର୍ଟ ମାଗିଲା ଡିଜିସିଏ । ଗତ ୩ଦିନ ହେଲା ଇଣ୍ଡିଗୋର ବିମାନ ସେବାରେ ବ୍ୟାପକ ଅଚଳାବସ୍ଥା ଦେଖାଦେଇଛି ।

indigo

Photograph: (kanaknews)

କନକବ୍ୟୁରୋ : ଇଣ୍ଡିଗୋ ଏୟାରଲାଇନ୍ସକୁ ରିପୋର୍ଟ ମାଗିଲା ଡିଜିସିଏ । ଗତ ୩ଦିନ ହେଲା ଇଣ୍ଡିଗୋର ବିମାନ ସେବାରେ ବ୍ୟାପକ ଅଚଳାବସ୍ଥା ଦେଖାଦେଇଛି ।  ଦେଢ଼ ଶହରୁ ଅଧିକ ବିମାନ ବାତିଲ ହୋଇଥିବା ବେଳେ ଅନେକ ବିମାନ ବିଳମ୍ବରେ ଉଡ଼ାଣ ଭରିଛି। ଯା ହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଯାତ୍ରୀଙ୍କ ସମସ୍ୟା ବଢ଼ିଯାଇଛି । ଏନେଇ ଇଣ୍ଡିଗୋ ଏୟାରଲାଇନ୍ସକୁ ରିପୋର୍ଟ ମାଗିଛି ଡିଜିସିଏ । 

ଅଧିକ ପଢନ୍ତୁ... ପୁଣି ଓଡ଼ିଶା ବିରୋଧରେ ବର୍ଷିଲେ ଟିଏମସି ସାଂସଦ ମହୁଆ ମୋଇତ୍ରା : କହିଲେ ବଙ୍ଗଳା କହିଲେ ଓଡ଼ିଶାରେ ରୋହିଙ୍ଗ୍ୟା କହି ଦିଆଯାଉଛି ନିର୍ଯାତନା

ଇଣ୍ଡିଗୋର ୧୫୦ରୁ ଅଧିକ ବିମାନ ବାତିଲ
ଅନେକ ବିମାନ ବିଳମ୍ବିତ ହେଉଛି 
ଇଣ୍ଡିଗୋ ଏୟାରଲାଇନ୍ସକୁ ରିପୋର୍ଟ ମାଗିଲା ଡିଜିସିଏ
ବିମାନ ଅଚଳାବସ୍ଥାର ମୁକାବିଲା ପାଇଁ କ’ଣ ହୋଇଛି ବ୍ୟବସ୍ଥା
୩ଦିନ ହେଲା ଦେଢ଼ ଶହରୁ ଅଧିକ ବିମାନ ବାତିଲ ହୋଇଛି
ଦେଶର ଅନେକ ପ୍ରମୁଖ ବିମାନବନ୍ଦରରୁ ଉଡ଼ାଣ ହୋଇଛି ବାତିଲ
ଟେକ୍ନିକାଲ ଗ୍ଲିଚ ବା ଯାନ୍ତ୍ରିକ ତ୍ରୁଟି ଦର୍ଶାଇଛି ଏୟାରଲାଇନ୍ସ
ଅପରେସନାଲ୍‌ ଇସ୍ୟୁ ପାଇଁ ବିମାନ ବାତିଲ ହୋଇଥିବା କୁହାଯାଇଛି

ସେପଟେ, ଝାରସୁଗୁଡ଼ା ବିମାନବନ୍ଦରରେ ଯାତ୍ରୀଙ୍କ ଲଗେଜ୍ ମିସିଂକୁ ନେଇ ଉତ୍ତେଜନା। ଗତକାଲି ସନ୍ଧ୍ୟାରେ ଦିଲ୍ଲୀରୁ ଝାରସୁଗୁଡ଼ା ଆସିଥିବା ଇଣ୍ଡିଗୋର ବିମାନରେ ଯାତ୍ରୀଙ୍କ ଲଗେଜ୍ ଓ ବ୍ୟାଗେଜ୍ ମିସିଂକୁ ନେଇ ବିମାନ ବନ୍ଦର ପରିସରରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ବିମାନ ଅବତରଣ କରିବା ପରେ ୬ ଜଣ ଯାତ୍ରୀଙ୍କ ଲଗେଜ୍ ଆସିନଥିବା ଜଣାପଡ଼ିଥିଲା, ସେମାନେ ବିମାନ ବନ୍ଦର ପରିସରରେ ହଟ୍ଟଗୋଳ କରିବା ସହ ଲଗେଜ୍ ଥିବା ସାମଗ୍ରୀ ଏପଟ ସେପଟ ହେଲେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରିଥିଲେ।  

ଫଳରେ ଯାତ୍ରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଇଣ୍ଡିଗୋ ବିମାନର ସବୁ ବିମାନ ବିଳମ୍ବରେ ଚାଲୁଥିବାରୁ ତରବରିଆ ଭାବେ ଲୋଡିଂ ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା କୁହାଯାଉଛି । ଇଣ୍ଡିଗୋର ପରବର୍ତ୍ତୀ  ବିମାନରେ ଯାତ୍ରୀଙ୍କ ଲଗେଜ ପହଞ୍ଚିବା ପରେ ସେମାନଙ୍କ ଠିକଣାରେ ଲଗେଜ ପଠାଇ ଦିଆଯିବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଉତ୍ତେଜନା ଥମିଥିଲା ।


--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe