କନକବ୍ୟୁରୋ : ପଶ୍ଚିମବଙ୍ଗ ବାସିନ୍ଦାଙ୍କୁ ବଳପୂର୍ବକ ଓଡ଼ିଶାରୁ ବାହାର କରିଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ମୋହୁଆ ମୋଇତ୍ରା । ନୟାଗଡ଼ରୁ ୪ ଜଣ ପଶ୍ଚିମବଙ୍ଗ ବାସିନ୍ଦାଙ୍କୁ ପୁଲିସ ବଳପୂର୍ବକ ବାହାର କରି ଦେଇଥିବା ସେ ଅଭିଯୋଗ ଆଣିଛନ୍ତି । କହିଛନ୍ତି କେବଳ ବଙ୍ଗାଳି ଭାଷା କହୁଥିବାରୁ ପୁଲିସ ତାଙ୍କୁ ରୋହିଙ୍ଗ୍ୟା ମୁସଲିମର ଆଖ୍ୟା ଦେଇ ବାହାର କରି ଦେଇଛି । ସେମାନଙ୍କ ଆଧାର କାର୍ଡ ଓ ଅନ୍ୟ କାଗଜପତ୍ର ଯାଞ୍ଚ କରିବା ପରେ ପୁଲିସ ଉଦ୍ଦେଶ୍ୟମୂଳକ ଭାବେ ରୋହିଙ୍ଗ୍ୟା ଆଖ୍ୟା ଦେଇ ରାଜ୍ୟରୁ ବାହାର କରିବା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବୋଲି କହିଛନ୍ତି ଟିଏମସି ସାଂସଦ ।
ଅଧିକ ପଢନ୍ତୁ.. ମହାମାରୀ ପରି ବ୍ୟାପୁଛି କିଡ୍ନି ରୋଗ; ପିଇବା ପାଣି ସାଜୁଛି ଘାତକ
ଏନେଇ ସେ ନୟାଗଡ଼ ଏସପି ଓ ଡିଜିପିଙ୍କୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଆପତ୍ତି ଜାହିର କରିବା ସହ କୋର୍ଟରେ କଥା ହେବେ ଓ ଏହାର ମୂଲ୍ୟ ଦେବାକୁ ପଡ଼ିବ ବୋଲି ଧମକ ଦେଇଛନ୍ତି । କହିଛନ୍ତି ପଶ୍ଚିମବଙ୍ଗରେ ସଂଖ୍ୟାଧିକ ଓଡ଼ିଆ ରହୁଛନ୍ତି, ସେମାନଙ୍କୁ କେହି ଦୁର୍ବ୍ୟବହାର କରୁ ନାହାନ୍ତି । କିନ୍ତୁ ପଶ୍ଚିମବଙ୍ଗର ଲୋକ ଓଡ଼ିଶାରେ ଭେଦଭାବର ଶିକାର ହେଉଥିବା ସେ ଅଭିଯୋଗ ଆଣିଛନ୍ତି । ଏପଟେ ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି, କେବଳ ଅନୁପ୍ରବେଶକାରୀଙ୍କୁ ବାହାର କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/04/1-2025-12-04-08-10-52.jpg)