କନକ ବ୍ୟୁରୋ : ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ । ଦୋଳ ବେଦୀକୁ ବିମାନରେ ବିଜେ ହୋଇଛନ୍ତି ମହାପ୍ରଭୁ । ଫଗୁ ଦଶମୀରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ । କେଉଁଠି ୫ ଦିନ ତ କେଉଁଠି ୧୦ ଦିନ ଧରି ଦୋଳ ମେଳଣ ଅନୁଷ୍ଠିତ ହୋଇଥାଏ । ଏହାର ଗୁରୁତ୍ବ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏହି ପର୍ବ ମୁଖ୍ୟତଃ ଗାଁ ଗାଁ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ଓ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସ୍ନେହ, ସଦ୍ଭାବର ପର୍ବ ଭାବେ ପାଳିତ ହୋଇଥାଏ । ପୁରାଣ ଅନୁସାରେ, ପ୍ରବଳ ପରାକ୍ରମୀ ରାକ୍ଷସ ମେର୍ଦ୍ଧାସୁରର ମୃତ୍ୟୁର ଭଗବାନ କାରଣ ହୋଇ ପୃଥିବୀର ପାପର ମାତ୍ରା ହ୍ରାସ କରିଥିବା ଯୋଗୁଁ ଏହି ପର୍ବ ଆୟୋଜିତ ହୋଇଥିଲା ।
ଭଦ୍ରକ ଜିଲ୍ଲା ଚାନ୍ଦବାଲିର କୋଠ ମେଲଣରେ ଆଜି ବି ଉଜ୍ଜୀବିତ ଇତିହାସ । ରାଜାରାଜୁଡା ଶାସନ ବିରୋଧରେ ପ୍ରଜାମେଳିର ମୁକ ସାକ୍ଷୀ ଏହି କୋଠ ମେଳଣ । ରାଜାରାଜୁଡ଼ା ଶାସନ ସମୟରେ ପ୍ରଚଳିତ ହୋଇ ଆସୁଥିବା ପରମ୍ପରା ଘଣ୍ଟେଶ୍ୱର କୋଠ ମେଲଣରେ ଦେଖିବାକୁ ମିଳିଛି । ପୂର୍ବରୁ ରାଜାଙ୍କ ଦ୍ୱାରା ପାଳିତ ମେଲଣକୁ ୧୯୪୫ ମସିହା ପ୍ରଜା ଆନ୍ଦୋଳନ ପରେ ପ୍ରଜାମାନେ ନିଜ ଅକ୍ତିଆରକୁ ନେଇଥିଲେ ।
ଅଧିକ ପଢନ୍ତୁ : ମାର୍ଚ୍ଚରେ ପଡୁଛି ନବପଞ୍ଚମ ରାଜଯୋଗ : ପଦୋନ୍ନତି , ଟଙ୍କା ଏବଂ ସଫଳତା ! ଏହି ୩ ରାଶିର ଲୋକଙ୍କ ଲାଗିବ ଲଟେରି
ସେବେଠୁ ପାଳିତ ହେଉଛି କୋଠ ମେଲଣ । ପ୍ରଥମେ ମେଲଣରେ ମୁଖ୍ୟ କାଳିଆ କାହ୍ନୁ ଏବଂ ଗୋବିନ୍ଦ ମେଳଣର ରାଜ ଆସନ ଅଳଙ୍କୃତ କରିବା ପରେ ରାଜ ପାରିଷଦ ବର୍ଗଙ୍କ ଆସନ ବଣ୍ଟନ ଅନୁସାରେ ଏହି ମେଳଣରେ ଅନ୍ୟ ଦେବଦେବୀ ଆସନ ଅଳଙ୍କୃତ କରିଥାନ୍ତି । ସୁସଜ୍ଜିତ ବିମାନରେ ୩୦ ଜଣ କାନ୍ଧୁଆଳ ବିରାଟ ବିରାଟ ବିମାନ କାନ୍ଧେଇ ନେଉଥିବା ବେଳେ ଏହା ଉପରେ ଛିଡ଼ାହୋଇ ସେବାୟତଙ୍କ ରାଜକୀୟ ଚାମର ସେବା ଅତି ଚମତ୍କାର ଯାହା ସାରା ଦେଶରେ ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/03/dola-purnima-2026-03-03-07-23-23.jpeg)