କନକ ବ୍ୟୁରୋ: ଗଞ୍ଚାମ ଜିଲ୍ଲା ଆସିକା ବ୍ଲକ ଭେଟନଇ ଗ୍ରାମଠାରୁ ମାତ୍ର ଦୁଇ କିଲୋମିଟର ଦୁରରେ ପାହାଡ ଉ ପରେ ବିରାଜମାନ କରୁଛନ୍ତି ଅଂଚଳର ପ୍ରତେକ୍ଷ ଦେବି ମା କଙ୍କଣ ଦେବୀ। ଘଞ୍ଚ ଜଙ୍ଗଲ ମଧ୍ୟରେ ଆବ୍ରିଭୁତା ମାଆ କଙ୍କଣ ଦେବୀ ପୀଠକୁ ଯିଏ ଆସେ ତାର ମନସ୍କାମନା ପୂରଣ ହୁଏ ଲୋକ ବିଶ୍ୱାସ ରହିଛି।

Advertisment

ବିରାଟ ପ୍ରସ୍ତର ଖଣ୍ଡକୁ କଙ୍କଣ ଦେବୀ ବୋଲି ପୂଜା କରନ୍ତି ଶ୍ରଦ୍ଧାଳୁ। ଏକ ଛୋଟ ପଥର ଉପରେ ରହିଛି ବଡ଼ ପଥର। ଯାହାର ଉଚ୍ଚତା ୫୭ ଫୁଟ୍‌, ମୋଟେଇ ୫ ଫୁଟ୍‌। ଦେବୀ ଦୋଳାୟମାନ ଆବସ୍ଥାରେ ଥିବାରୁ ଏଠାରେ ଦୋଳ ଯାତ୍ରା ପାଳନ ହୋଇଥାଏ। ଦୋଳପୂର୍ଣ୍ଣିମା ହେଉଛି ମାଆଙ୍କର ସବୁଠାରୁ ବଡ ପର୍ବ। ରାତିସାରା ପୂଜାର୍ଚ୍ଚନା କରାଯାଏ। 

ଲୋକ ମତରେ ଘୁମୁସରର ଭଞ୍ଜବଂଶୀୟ ରାଜାମାନେ ମା' କଙ୍କଣ ଦେବୀଙ୍କୁ ପୂଜାର୍ଚ୍ଚନା କରୁଥିଲେ। ରାଜା ଶିକାର କରିବାକୁ ଆସି ମାଆଙ୍କ ଦର୍ଶନ କରି ଯାଉଥିଲେ। ଗଞ୍ଜାମର ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ଦେବୀମାନେ ସାତ ଭଉଣୀ। ମାଆ କଙ୍କଣ ଦେବୀ ହେଉଛନ୍ତି ସାନ ଭଉଣୀ। ଯଦି କାହାର କିଛି ହଜିଯାଇଥାଏ ତେବେ ମାଆଙ୍କ ପାଖରେ କୁଣ୍ଡା ପୋଡ଼ପିଠା ଓ ପଣାଭୋଗ ଦେଲେ ତାହା ମିଳିଯାଏ ବୋଲି ବିଶ୍ୱାସ ରହିଛି ।