ବିକାଶ ଦେଖିନି, ବାଟ ଫିଟିନି; ଗାଁକୁ ଆସିନି ବିଜୁଳି, ପାହାଡ଼ି ରାସ୍ତା, ଡିବିରି ଆଲୁଅ ଭରସା

Advertisment

ଡିବିରି ଆଲୁଅ । ପାହାଡ଼ି ରାସ୍ତା । ୨୦୨୬ରେ ଏ ଦୁଇଟି ନାଁ ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିବ । କିନ୍ତୁ ଆଜି ବି ଏମିତି ବଞ୍ଚୁଛନ୍ତି ଉପାନ୍ତବାସିନ୍ଦା । ବିଜୁଳି ଆଲୁଅ ଗାଁ ଦେଖିନି । ସନ୍ଧ୍ୟା ହେଲେ ଘରେ ତାଟି କବାଟ ପଡ଼ିଯାଏ । ଡିବିରିର କ୍ଷୀଣ ଆଲୁଅରେ ରାତିର ଘନ ଅନ୍ଧକାର ଦୂରେଇବାକୁ ପ୍ରୟାସ । ସେଥିରେ ପାଠପଢ଼ା, ରୋଷେଇ, ଖାଇବା ସବୁ କିଛି ।

ଡିବିରି ଆଲୁଅ । ପାହାଡ଼ି ରାସ୍ତା । ୨୦୨୬ରେ ଏ ଦୁଇଟି ନାଁ ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିବ । କିନ୍ତୁ ଆଜି ବି ଏମିତି ବଞ୍ଚୁଛନ୍ତି ଉପାନ୍ତବାସିନ୍ଦା । ବିଜୁଳି ଆଲୁଅ ଗାଁ ଦେଖିନି । ସନ୍ଧ୍ୟା ହେଲେ ଘରେ ତାଟି କବାଟ ପଡ଼ିଯାଏ । ଡିବିରିର କ୍ଷୀଣ ଆଲୁଅରେ ରାତିର ଘନ ଅନ୍ଧକାର ଦୂରେଇବାକୁ ପ୍ରୟାସ । ସେଥିରେ ପାଠପଢ଼ା, ରୋଷେଇ, ଖାଇବା ସବୁ କିଛି ।

Roads and Electricity

Roads and Electricity Photograph: (Kanak News)

କନକ ବ୍ୟୁରୋ : ଉପାନ୍ତ ଗାଁକୁ ବୋଧେ ସରକାର ଭୁଲିଯାଉଛନ୍ତି । ନହେଲେ ପ୍ରତିଦିନ ଏଠାକାର ଲୋକଙ୍କ ସଂଘର୍ଷ ଦେଖାଇବା ପରେ ବି କାର୍ହିକି ସ୍ଥିତିରେ ସୁଧାର ଆସୁନି । ନା ଖାଲି ଭୋଟ୍‌ ନେବା ବେଳେ ଏମାନେ ମନେ ପଡ଼ନ୍ତି । କିଛି ଦିନ ତଳେ ଆମେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଆମପାଣିଗୁଡ଼ା ଗାଁରେ ବିଜୁଳି, ପାଣି, ଗମନାଗମନ ସୁବିଧାରୁ ବଞ୍ଚିତ ହୋଇ ଯନ୍ତ୍ରଣାଦାୟକ ଜୀବନ ବିତାଉଥିଲେ । ଏବେ ପୁଣି ବୈପାରୀଗୁଡ଼ାର ଝଡିଗୁମ୍ମା ଗାଁରୁ ଆସିଛି ସମାନ ଖବର । ମୌଳିକ ସୁବିଧା ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକ ।

ଡିବିରି ଆଲୁଅ । ପାହାଡ଼ି ରାସ୍ତା । ୨୦୨୬ରେ ଏ ଦୁଇଟି ନାଁ ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିବ । କିନ୍ତୁ ଆଜି ବି ଏମିତି ବଞ୍ଚୁଛନ୍ତି ଉପାନ୍ତବାସିନ୍ଦା । ବିଜୁଳି ଆଲୁଅ ଗାଁ ଦେଖିନି । ସନ୍ଧ୍ୟା ହେଲେ ଘରେ ତାଟି କବାଟ ପଡ଼ିଯାଏ । ଡିବିରିର କ୍ଷୀଣ ଆଲୁଅରେ ରାତିର ଘନ ଅନ୍ଧକାର ଦୂରେଇବାକୁ ପ୍ରୟାସ । ସେଥିରେ ପାଠପଢ଼ା, ରୋଷେଇ, ଖାଇବା ସବୁ କିଛି । ସୋଲାର ଲାଇଟ୍‌ର ବ୍ୟବସ୍ଥା ଅଛି, କିନ୍ତୁ ଅଧାରୁ ଅଧିକ ଅଚଳ । ପାହାଡ଼ି ଆବଡ଼ାଖାବଡ଼ା ରାସ୍ତା ଯାତୟାତର ଏକମାତ୍ର ମାଧ୍ୟମ । ପାହାଡ଼ି ନାଳ ସେପଟେ ବଞ୍ଚିବାର ଆଶା ।

ଅଧିକ ପଢ଼ନ୍ତୁ : ଢେଙ୍କାନାଳ ରାଜାଘର ଇତିହାସର ମୂକସାକ୍ଷୀ ଭଗ୍ନମହଲ, ରାଣୀଙ୍କ ପାଇଁ ରାଜା ନିର୍ମାଣ କରିଥିଲେ ଯତନ ନଗର

ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନ ବିତାଉଛନ୍ତି କୋରାପୁଟ ବୈପାରିଗୁଡା ବ୍ଲକ କାଠପଡ଼ା ପଞ୍ଚାୟତର ଝଡ଼ିଗୁମ୍ମା ଗାଁର ୧୨ରୁ ଅଧିକ ପରିବାର । ଦୀପ ତଳ ଅନ୍ଧାର ପରି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ଏହି ଗାଁ ଶିକ୍ଷା, ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ ସବୁଥିରୁ ବଞ୍ଚିତ । ଗାଁରେ ବିଦ୍ୟାଳୟ ନାହିଁ । ପାହାଡ଼ି ନାଳ ପାର ହୋଇ ୩ କିମି ଦୂର ଚାଲି କାଠପଡ଼ା ବିଦ୍ୟାଳୟକୁ ପଢ଼ିବା ପାଇଁ ଯାଉଛନ୍ତି ପିଲା । ବର୍ଷା ଋତୁରେ ନାଳରେ ପାଣି ଭର୍ତ୍ତି ହୋଇଯିବାକରୁ ପାଠପଢ଼ାରେ ଡୋରି ବନ୍ଧା ହୁଏ । ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ଯାଏଁ ନେବାକୁ ପଡ଼େ । ସମସ୍ୟା ନେଇ ବାରମ୍ବାର ଅବଗତ କରାଯାଇଛି, କିନ୍ତୁ ପଦକ୍ଷେପ ଶୂନ ।

ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭିଶପ୍ତ ଜୀବନ ବିତାଉଛନ୍ତି । ବିକାଶ ଏଠି ବାଟ ହୁଡ଼ିଛି । ଉପାନ୍ତ ଗାଁର ଦାୟିତ୍ୱ ସରକାରଙ୍କର ନୁହେଁ କି ? ଏମାନଙ୍କ ଦୁଃଖ ବୁଝିବ କିଏ ? ନା ଅପହଞ୍ଚ ବୋଲି ଅବହେଳିତ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe