ବାଲି ଚୋରାଚାଲାଣ ରୋକିବାକୁ କାମ ଦେଉନି ସରକାରଙ୍କ ନିର୍ଦ୍ଦେଶ; ବେଆଇନ ଭାବେ ପଶ୍ଚିମବଙ୍ଗକୁ ଯାଉଛି ବାଲି

ରାତି ଅନ୍ଧାରର ସୁଯୋଗ ନେଇ ଓଡିଶା ସୀମା ଡେଇଁ ସାହାବାଜିପୁର ଦେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଶହ ଶହ ବାଲି ବୋଝେଇ ହାଇୱା । ଭଦ୍ରକରୁ, ବାଲେଶ୍ୱର, ଜଳେଶ୍ୱର ଭୋଗରାଇ ପାର ହୋଇ ବଙ୍ଗକୁ ଚୋରା ଚାଲାଣ ହେଉଛି ।

Sand Smuggling

Sand Smuggling Photograph: (Kanak News)

କନକ ବ୍ୟୁରୋ : ବାଲି ଚୋରା ଚାଲାଣ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ପୂର୍ବରୁ ଏସଓପି ଆଣିଥିବାବେଳେ ଏବେ ନୂଆ ସଂକଳ୍ପ ନେଇଛନ୍ତି । ବେଆଇନ ବାଲି କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଖାଲି ରାଜ୍ୟ ଭିତରେ ନୁହେଁ ରାଜ୍ୟ ବାହାରକୁ ବି ବେଆଇନ ଭାବେ ଚାଲାଣ ହେଉଛି ବାଲି । ଏହାକୁ ନେଇଛି ତେଜିଛି ବୟାନବାଜି ।

ରାତି ଅନ୍ଧାରର ସୁଯୋଗ ନେଇ ଓଡିଶା ସୀମା ଡେଇଁ ସାହାବାଜିପୁର ଦେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଶହ ଶହ ବାଲି ବୋଝେଇ ହାଇୱା । ଭଦ୍ରକରୁ, ବାଲେଶ୍ୱର, ଜଳେଶ୍ୱର ଭୋଗରାଇ ପାର ହୋଇ ବଙ୍ଗକୁ ଚୋରା ଚାଲାଣ ହେଉଛି । ବେଆଇନ ବାଲି ବୋଝଇ ଗାଡି ପଶ୍ଚିମବଙ୍ଗକୁ ଯାଉଥିଲେ ବି କେମିତି କାହାର ନଜର ପଡୁନି ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ବେଆଇନ ବାଲି କାରବାର ଉପରେ ଶୂନ ସହନଶୀଳ ନୀତି ଆପାଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଚୋରା ଚାଲାଣକୁ ନେଇ ପୁଲିସ୍, ପ୍ରଶାସନ ଓ ଖଣି ବିଭାଗର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅଧିକ ପଢ଼ନ୍ତୁ : ପଡ଼ିଶା ଯାଉଛି ଓଡ଼ିଶା ବାଲି ! ପ୍ରଶାସନ ଆଖିରେ ଧୂଳିଦେଇ ବୋହିନେଉଛନ୍ତି ବାଲି

ଭୋଗରାଇ, ଜଳେଶ୍ୱର ନୁହେଁ ସାରାରାଜ୍ୟର ସ୍ଥିତି ସମାନ । କାଠଯୋଡ଼ି ଶାଖା ନଦୀ  ଦେବୀ ଓ କନ୍ଦଳ ନଦୀରେ କଟକ ସଦର, କଣ୍ଟାପଡ଼ା ଓ ନିଆଳି ତହସିଲର ବିଭିନ୍ନ ବାଲିଘାଟରୁ ଉଠୁଛି ବେଆଇନ ବାଲି । ରାତି ଅନ୍ଧାରରେ ବାଲି ଉତ୍ତୋଳନ କରାଯାଉଛି । ସ୍ଥାନୀୟ ଲୋକ ବିରୋଧ କଲେ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି ।

ବାଲି ଚୋରା ଚାଲାଣ ଓ ସରକାରଙ୍କ ନିୟମକୁ ନେଇ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ପ୍ରଶ୍ନ ଉଠୁଛି, ସରକାର ବାଲି ଉଠାଣ ପାଇଁ ଥିବା ନିୟମକୁ କଡ଼ାକଡ଼ି ଲାଗୁ କରୁନାହାନ୍ତି କାହିଁକି ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe